Narendra Modi: କିଛି ଲୋକ ଅରାଜକତାର ସ୍ୱପ୍ନ ଦେଖୁଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

39 minutes ago 1
ARTICLE AD BOX

ନୂଆଦିଲ୍ଲୀ: କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଡ଼ା କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱ ବର୍ତ୍ତମାନ ଏକ ନୂତନ ବ୍ୟବସ୍ଥା ସନ୍ଧାନ କରୁଥିବା ବେଳେ ଦେଶ ମଧ୍ୟରେ କେତେକ ବ୍ୟକ୍ତି କେବଳ ଅରାଜକତା ଓ ଅଶାନ୍ତିର ସ୍ୱପ୍ନ ଦେଖୁଛନ୍ତି। ଗୁରୁବାର ଅନୁଷ୍ଠିତ ‘ଏନ୍‌ଡିଟିଭି ୱାର୍ଲ୍ଡ ସମିଟ୍ ୨୦୨୬’ର ପ୍ରାରମ୍ଭିକ ଦିବସରେ ମୁଖ୍ୟ ଅଭିଭାଷଣ ଦେଇ ପ୍ରଧାନମନ୍ତ୍ରୀ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାମ ନନେଇ ସେ କହିଛନ୍ତି ଯେ ଏକ ‘ବିଫଳ ପ୍ରଡକ୍ଟ’କୁ କେତେ ଦିନ ପର୍ଯ୍ୟନ୍ତ କଂଗ୍ରେସ ବାରମ୍ବାର ଲଞ୍ଚ୍ କରିବାକୁ ଚେଷ୍ଟା କରିବ ।

ପ୍ରଧାନମନ୍ତ୍ରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଯେ କଂଗ୍ରେସର ନିଜସ୍ୱ ଚିନ୍ତାଧାରା ଶେଷ ହୋଇଯାଇଛି ଏବଂ ଦଳ ଉପରେ ବର୍ତ୍ତମାନ ‘ଦିମାଗୀ ନକ୍ସଲ୍’ ମାନେ ସମ୍ପୂର୍ଣ୍ଣ ଭାବେ ପ୍ରଭାବ ବିସ୍ତାର କରିଛନ୍ତି। କଂଗ୍ରେସକୁ ଏକ ‘ପରଜୀବୀ’ ସଂଗଠନ ଭାବେ ଅଭିହିତ କରି ସେ କହିଛନ୍ତି ଯେ ଏହି ଦଳ ଅନ୍ୟ କାହାକୁ ଆଗକୁ ବଢ଼ିବାକୁ ଦିଏନାହିଁ। କ୍ଷମତା ହରାଇବା ପରେ କଂଗ୍ରେସ ପାଇଁ ଅଙ୍ଗୁର ଏତେ ଖଟା ପାଲଟିଯାଇଛି ଯେ ସେମାନେ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ବସିଛନ୍ତି। ଦେଶର ସମ୍ମାନ ରକ୍ଷା କରିବା ପରିବର୍ତ୍ତେ ଏହି ଲୋକମାନେ କେବଳ ଭାରତର ପ୍ରତିଷ୍ଠା ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।

PM Modi: ‘ଶକ୍ତିର ସପ୍ତଧାରା’ରେ ବିକଶିତ ଭାରତ ନିର୍ମାଣ ହେବ: ନରେନ୍ଦ୍ର ମୋଦୀ

ମୋଦୀ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଯେତେବେଳେ ବିଶ୍ୱ ସମ୍ମୁଖରେ ଭାରତର ଏକ ଶକ୍ତିଶାଳୀ ଚିତ୍ର ଉପସ୍ଥାପନ କରିବାର ଆବଶ୍ୟକତା ରହିଛି, ସେତେବେଳେ ଏହି ନେତାମାନେ ବିଦେଶ ମାଟିକୁ ଯାଇ ଦେଶକୁ ବଦନାମ କରୁଛନ୍ତି। ସେମାନେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବୈଦେଶିକ ଶକ୍ତି ଓ ବିଦେଶୀମାନଙ୍କୁ ହସ୍ତକ୍ଷେପ କରିବା ପାଇଁ ଆହ୍ୱାନ ଦେଉଛନ୍ତି, ଯାହା କଦାପି ଗ୍ରହଣୀୟ ନୁହେଁ।
 

Read Entire Article
LEFT SIDEBAR AD

Hidden in mobile, Best for skyscrapers.