ARTICLE AD BOX
ବାରଙ୍ଗ: ଅଗଷ୍ଟ ୧୨ ତାରିଖରେ ପାଳିତ ହେବ ବିଶ୍ୱ ହସ୍ତୀ ଦିବସ। ଏଥିପାଇଁ ନନ୍ଦନକାନନରେ ପ୍ରସ୍ତୁତି ସରିଛି। ଏବେ ନନ୍ଦନକାନନରେ ମାତ୍ର ୪ଟି ମାଈ ହାତୀ ଅଛନ୍ତି। କୁନି ହାତୀ ଲିସା(୨ ବର୍ଷ), ଆଶା(୩ ବର୍ଷ), ଯୁବା ହୀରା(୨୮ବର୍ଷ) ଓ ବୃଦ୍ଧା ବାସନ୍ତୀ(୬୨ବର୍ଷ)ଙ୍କୁ ସେଦିନ ଗାଧୋଇ ଦେଇ ସୁନ୍ଦର ଭାବେ ସଜେଇ ଦିଆଯିବ ଏବଂ ଅତିଥିମାନେ ସେମାନଙ୍କୁ ନଡ଼ିଆ, ସେଓ, କଦଳୀ, ତରଭୂଜ, ମକା ଓ ଆଖୁ ଆଦି ସୁସ୍ବାଦୁ ଫଳମୂଳ ଖାଇବାକୁ ଦେବେ। ଏଥିସହିତ ସେଦିନ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ନେଇ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ଠିକ୍ ଉତ୍ତରଦାତାଙ୍କୁ ପୁରସ୍କୃତ କରାଯିବ। ସେହିଭଳି ଭଲ ମାହୁନ୍ତଙ୍କୁ ମଧ୍ୟ ସମ୍ପର୍ଦ୍ଧିତ କରାଯିବ।
Cyber Safety Awareness: ଶିକ୍ଷାନୁଷ୍ଠାନରେ ‘ସୁରକ୍ଷିତ ଡିଜିଟାଲ ଜୀବନ’ର ଗୁରୁମନ୍ତ୍ର ଦେଲା ପୁଲିସ
ହାତୀ ସୁରକ୍ଷା ବାର୍ତ୍ତା ବହନ କରୁଥିବା ଏହି ଦିବସରେ ନନ୍ଦନକାନନ କର୍ତ୍ତୃପକ୍ଷ, ପର୍ଯ୍ୟଟକ ଓ ବନ୍ୟପ୍ରାଣୀ ପ୍ରେମୀମାନଙ୍କୁ ନେଇ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରିଆସୁଛି। ପୂର୍ବରୁ ନନ୍ଦନକାନନର ମୁଖ୍ୟ ଫାଟକ ସମ୍ମୁଖରେ ଏହି ଉତ୍ସବ ପାଳନ କରାଯାଉଥିଲା। ହାତୀମାନଙ୍କ ଦେହରେ ଝୋଟି, ଚିତା କାଟି, ପିଠି ଓ ମଥାରେ ସୁନ୍ଦର ଚାନ୍ଦୁଆ ପକାଇ ସଜେଇ ଦିଆଯାଉଥିଲା। ଉତ୍ସବସ୍ଥଳୀକୁ ଚଲାଇ ଚଲାଇ ଆଣି ସେମାନଙ୍କୁ ଧାଡ଼ି କରି ଛିଡ଼ା କରାଯାଉଥିଲା। କାର୍ଯ୍ୟକ୍ରମର ମୁଖ୍ୟଅତିଥି, ନିମନ୍ତ୍ରିତ ଅତିଥି, ପର୍ଯ୍ୟଟକ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ହାତୀମାନଙ୍କୁ ଫଳ ଖୁଆଉଥିଲେ। ପ୍ରଥମେ ମୁଖ୍ୟଅତିଥି ସବୁଠୁ ସାନ ହାତୀକୁ ଫଳ ଖୁଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରୁଥିଲେ। କିନ୍ତୁ ଏଭଳି କାର୍ଯ୍ୟକ୍ରମ ଉପରେ ୩ ବର୍ଷ ହେଲା କଟକଣା ଲାଗୁ କରାଯାଇଛି।
Neglect: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ୨୦୨୦ରୁ ପ୍ରସ୍ତାବ, ହୋଇପାରିନି ଜମି ଚିହ୍ନଟ
ଏକ ବନ୍ୟପ୍ରାଣୀ ହୋଇଥିବାରୁ ହାତୀକୁ ସଜବାଜ କରି ଉତ୍ସବସ୍ଥଳୀକୁ ଆଣିବା ଓ ଯାତ୍ରା କରିବା ଉପରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ କଟକଣା ଲଗାଇଛନ୍ତି। ତେଣୁ ତିନି ବର୍ଷ ହେଲା ମୁଖ୍ୟ ଫାଟକ ସମ୍ମୁଖରେ ଉତ୍ସବସ୍ଥଳୀ କରାଯାଉନାହିଁ। ନନ୍ଦନକାନନ ପରିସରସ୍ଥ ହାତୀଶାଳରେ ହସ୍ତୀ ଦିବସ ପାଳନ କରାଯାଉଛି। ସେହିଠାରେ ହିଁ ଅତିଥିମାନେ ହାତୀମାନଙ୍କୁ ଫଳ ପରସିବା ସହିତ ମାହୁନ୍ତମାନଙ୍କୁ ପୁରସ୍କୃତ କରୁଛନ୍ତି। ହାତୀଶାଳ ଆଗରେ ଥିବା ଦର୍ଶକପଥରେ ଥାଇ ପର୍ଯ୍ୟଟକମାନେ ଏହି ଉତ୍ସବ ଦେଖିପାରିବେ। ସେହିଭଳି ଅନ୍ୟାନ୍ୟ ପ୍ରତିଯୋଗିତା ଓ ସଚେତନତା କାର୍ଯ୍ୟକ୍ରମ ନନ୍ଦନକାନନ ସଭାଗୃହରେ ଅନୁଷ୍ଠିତ ହେଉଛି। ସୂଚନାଯୋଗ୍ୟ ଯେ ୧୯୮୫ ମସିହାରେ ବାସନ୍ତୀକୁ ୨୧ ବର୍ଷ ହୋଇଥିବା ବେଳେ ରାଜ୍ୟ ବାହାରୁ ନନ୍ଦନକାନନକୁ ଅଣାଯାଇଥିଲା। ୧୯୯୮ ମସିହାରେ ହୀରାକୁ ଚନ୍ଦକା ଅଭୟାରଣ୍ୟରୁ ଏଠାକୁ ଅଣାଯାଇଥିଲା। ୨୦୨୩ ନଭେମ୍ବର ୨୦ରେ କେନ୍ଦୁଝରରୁ ଆଶାକୁ ଓ ୨୦୨୪ ଜାନୁଆରି ୭ରେ ଅନୁଗୋଳରୁ ଲିସାକୁ ନଳନକାନନ ଅଣାଯାଇଥିଲା।

3 days ago
6


