Nandankanan and the Botanical Garden: ନନ୍ଦନକାନନ ଓ ଉଦ୍ଭିଦ ଉଦ୍ୟାନରେ ପ୍ରସ୍ତୁତି

1 hour ago 5
ARTICLE AD BOX

ବାରଙ୍ଗ: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପକ୍ଷରୁ ପ୍ରାଣୀ, କର୍ମଚାରୀ, ପର୍ଯ୍ୟଟକ ଏବଂ ଭିତ୍ତିଭୂମିର ସୁରକ୍ଷା ପାଇଁ ଆବଶ୍ୟକ ପୂର୍ବପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଉପନିର୍ଦ୍ଦେଶକ ପ୍ରଦୀପ ମିଶାସେଙ୍କ ସୂଚନା ମୁତାବକ, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ପ୍ରତିଷ୍ଠା କରାଯାଇଛି ଏବଂ ରେଞ୍ଜ-ୱାରି ମକ୍ ଡ୍ରିଲ୍ ପରିଚାଳିତ ହୋଇଛି। 

Rubbish novel! ବକୱାସ ନୋବେଲ!

ପୁଲିସ, ଅଗ୍ନିଶମ ସେବା, ବିଦ୍ୟୁତ୍‌ କାର୍ଯ୍ୟାଳୟ ଏବଂ ଅନ୍ୟ ଜରୁରିକାଳୀନ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରାଯାଇଛି। ଦୁର୍ବଳ ନିର୍ମାଣ, ଜନ୍ତୁ ସଂରକ୍ଷଣ ଖୁଆଡ଼, ବିଦ୍ୟୁତ ସଂଯୋଗ, ରାସ୍ତା ଏବଂ ଜଳ ନିଷ୍କାସନ ବ୍ୟବସ୍ଥାର ଯାଞ୍ଚ କରାଯାଇ ଆବଶ୍ୟକ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଇଛି। ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ପଶୁଚିକିତ୍ସା ପ୍ରସ୍ତୁତି, ଅତ୍ୟାବଶ୍ୟକ ଔଷଧ, ପାନୀୟ ଜଳ, ଜୀବଜନ୍ତୁଙ୍କ ଆହାର ଓ ଆବଶ୍ୟକ ପଡ଼ିଲେ ପ୍ରାଣୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାର ଜରୁରୀକାଳୀନ ଯୋଜନା ମଧ୍ୟ ହୋଇଛି।

FASTag rules: ନଭେମ୍ବର ପହିଲାରୁ ବଦଳିବ ଫାସ୍‌ଟ୍ୟାଗ୍‌ ନିୟମ; ୨୦ କିମି ଭିତରେ ରହୁଥିବା ଲୋକଙ୍କୁ ମିଳିବ ରିହାତି

ନିୟୋଜନ ପାଇଁ ଜରୁରୀକାଳୀନ ଉପକରଣ, ଉଦ୍ଧାରକାରୀ ଦଳ, ଯୋଗାଯୋଗ ବ୍ୟବସ୍ଥା ଏବଂ ଘାଟରେ ତିନୋଟି ଡଙ୍ଗା ପ୍ରସ୍ତୁତ ରଖାଯାଇଛି। କଣ୍ଟ୍ରୋଲ ରୁମ୍‌ ଓ ନିର୍ଦ୍ଦିଷ୍ଟ ପ୍ରତିକ୍ରିୟାଶୀଳ ଦଳ ସତର୍କ ରହିଛନ୍ତି ଏବଂ ସରକାରୀ ପାଣିପାଗ ବୁଲେଟିନ୍ ଉପରେ ନଜର ରଖାଯାଉଛି। ବାତ୍ୟା ପରବର୍ତ୍ତୀ ଯାଞ୍ଚ, ଆବର୍ଜନା ସଫେଇ ଏବଂ ପୁନରୁଦ୍ଧାର କାର୍ଯ୍ୟ ଆବଶ୍ୟକତା ଅନୁଯାୟୀ କରାଯିବା ଲାଗି ଯୋଜନା ମଧ୍ୟ ହୋଇଛି। ପର୍ଯ୍ୟଟକଙ୍କ ପ୍ରବେଶ, ଚିଡ଼ିଆଖାନା ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ କିମ୍ବା ପୁଣି ଖୋଲିବା ସମ୍ପର୍କରେ ନିଷ୍ପତ୍ତି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଏବଂ ପ୍ରଚଳିତ ସୁରକ୍ଷା ପରିସ୍ଥିତିକୁ ଆଧାର କରି ନିଆଯିବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.