ARTICLE AD BOX
ମୁମ୍ବାଇ: ହିନ୍ଦୀ ସିନେମାର ଦମଦାର ଅଭିନେତା ନାନା ପାଟେକରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଦେଇଛି। ୭୫ ବର୍ଷ ବୟସରେ ହୃଦଘାତ ଯୋଗୁଁ ନାନାଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି। ନିଜର ଦମଦାର ଅଭିନୟ ଶୈଳୀ ଓ ସଂଳାପ ପରିବେଷଣ ପାଇଁ ଜଣାଶୁଣା ନାନା ପାଟେକର ୧୯୭୮ ମସିହାରେ ‘ଗମନ’ ଚଳଚ୍ଚିତ୍ରରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ୪ ଦଶନ୍ଧିରୁ ଅଧିକ ସମୟର ଏହି ଦୀର୍ଘ ଯାତ୍ରାରେ ସେ ଫିଲ୍ମଫେୟାର୍ ପୁରସ୍କାର ଇତିହାସରେ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହ-ଅଭିନେତା ଏବଂ ଶ୍ରେଷ୍ଠ ଖଳନାୟକ, ଏହି ତିନୋଟିଯାକ ବର୍ଗରେ ପୁରସ୍କାର ଜିତିବାରେ ଏକମାତ୍ର ଭାରତୀୟ ଅଭିନେତା ଭାବେ ରେକର୍ଡ ସୃଷ୍ଟି କରିଛନ୍ତି।
ନାନା ପାଟେକରଙ୍କ ୧୦ଟି ଦମଦାର ସଂଳାପ ବିଷୟରେ ଜାଣିବା, ଯାହା ସିନେମା ଜଗତରେ ସବୁଦିନ ପାଇଁ ଅମର ହୋଇ ରହିବ।
- “ଆ ଗୟେ ମେରି ମୌତ୍ କା ତମାଶା ଦେଖନେ...” - ‘କ୍ରାନ୍ତିବୀର’
- “ଏ ମୁସଲମାନ୍ କା ଖୁନ୍ ୟେ ହିନ୍ଦୁ କା ଖୁନ୍... ବାସ୍ ଇସମେଁ ମୁସଲମାନ୍କା କୌନ ସା, ହିନ୍ଦୁକା କୌନ ସା...?” - ‘କ୍ରାନ୍ତିବୀର’
- “ଏକ ମଚ୍ଛର ଆଦମୀ କୋ ହିଜଡ଼ା ବନା ଦେତା ହୈ...” –‘ଯଶୱନ୍ତ’
- “ଶୋ ମେଁ ସେ ଅଶୀ ବେଇମାନ୍, ଫିର ଭି ମେରା ଭାରତ ମହାନ୍...” - ‘ଯଶୱନ୍ତ’
- “ମରାଠା ମରତା ହୈ ୟା ମରାତା ହୈ...” – ‘ତିରଙ୍ଗା’
- “ହମ ସବ୍ ଏକ ମିଟ୍ଟି କେ ବନେ ହୈ...”- ‘ କ୍ରାନ୍ତିବୀର’
- “ଧନ୍ଦା ମେଁ କୌଇ କିସି କା ଭାଇ ନହିଁ, କୌଇ କିସି କା ବେଟା ନହିଁ...’’ –‘ପରିନ୍ଦା’
-‘‘ହମ ସବ ସିଷ୍ଟମ କା ହିସା ହୈ, ସିଷ୍ଟମ ଡିସାଇଡ କରତା ହୈ, ଅପୁନ ଫଲୋ କରତା ହୈ...’’ ‘ଅବ ତକ ଛପ୍ପନ’
-“ଏକ ସୈନିକ କେ ଲିଏ ଉସକା ଦେଶ ହି ଉସକା ପରିବାର ହୋତା ହୈ...”- ‘ପ୍ରହାର’
- “ସାଲା ୟେ ଦୁଃଖ, କାହେ ଖତମ ନହିଁ ହେତା ବେ...” - ‘ୱେଲକମ୍’
ନାନା ପାଟେକରଙ୍କ ଅଭିନୟ ଜୀବନର ସବୁଠାରୁ ଅଧିକ ଲୋକପ୍ରିୟ ଡାଏଲଗ୍ ମଧ୍ୟରେ ୧୯୯୪ର ଫିଲ୍ମ ‘କ୍ରାନ୍ତିବୀର’ର “ଆ ଗୟେ ମେରି ମୌତ୍ କା ତମାଶା ଦେଖନେ...” ଡାଏଲଗ୍ ଅନ୍ୟତମ। ଆଜି ବି ଏହି ଡାଏଲଗ୍ ଦର୍ଶକଙ୍କ ମନରେ ଏକ ଅନନ୍ୟ ଛାପ ହୋଇ ରହିଯାଇଛି।
ନାନା ପାଟେକରଙ୍କ ଡାଏଲଗ୍ କହିବାର ଶୈଳୀ ଅତ୍ୟନ୍ତ ଭିନ୍ନ ଓ ଅନନ୍ୟ ଥିଲା। ଫିଲ୍ମରେ ସେ ଏପରି ଭାବରେ ସଂଳାପ କହୁଥିଲେ, ଯେପରି ସେ ବାସ୍ତବ ଜୀବନରେ କାହା ସହ କଥା ହେଉଛନ୍ତି।
ସୀମାପୁରୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି, ମାଲିକ ଫରାର୍

1 hour ago
1


