Nalco's net profit : ନାଲ୍‌କୋ ର ୨୦୦୨.୩୮କୋଟି ନିଟ୍‌ ଲାଭ

3 hours ago 1
ARTICLE AD BOX

ଭୁବନେଶ୍ୱର: ଚଳିତ ଆର୍ଥିକବର୍ଷ ୨୦୨୬ -୨୭ର ପ୍ରଥମ ତ୍ରୈମାସିକରେ ନାଲ୍‌କୋ ଉଲ୍ଲେଖନୀୟ ଫଳାଫଳ ହାସଲ କରିଛି। ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ଅନୁମୋଦିତ ଆର୍ଥିକ ଫଳାଫଳ ଅନୁଯାୟୀ କମ୍ପାନିର ପ୍ରଥମ ତ୍ରୈମାସିକ ନିଟ୍‌ ଲାଭ ୮୮% ବୃଦ୍ଧି ହୋଇ ୨୦୦୨.୩୮ କୋଟି ଟଙ୍କା ହୋଇଛି।

ଆହୁରି ପଢନ୍ତୁ :Ayodhya: ଅଯୋଧ୍ୟା ମେଡିକାଲ କଲେଜରୁ ମିିଳିଲା ବିସ୍ଫୋରକ ତିଆରି ସମ୍ବନ୍ଧୀୟ ଦଲିଲ୍‌ , ଛାତ୍ର ଅଟକ

ଏଥିସହ, ପ୍ରଥମ ତ୍ରୈମାସିକରେ ମୋଟ ବ୍ୟବସାୟ ୩୯% ବୃଦ୍ଧିପାଇ ୫୩୦୨.୩୮କୋଟି ଟଙ୍କାରେ ପହଞ୍ଚିଛି। ୨୦୨୫-୨୬ ଆର୍ଥିକବର୍ଷ ନିମନ୍ତେ ନାଲ୍‌କୋ ଅନ୍ତିମ ଲାଭାଂଶ ହିସାବରେ ପ୍ରତି ଇକ୍ୱିଟି ସେୟାର ପିଛା ୧ଟଙ୍କା ହିସାବରେ ମୋଟ ୧୮୩.୬୬ କୋଟି ଟଙ୍କାର ଚୂଡ଼ାନ୍ତ ଲାଭାଂଶ ସୁପାରିସ କରିଛି, ଯାହାକୁ ଆଗାମୀ ୪୫ତମ ବାର୍ଷିକ ସାଧାରଣ ବୈଠକରେ ସେୟାରଧାରକମାନଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ।

ଆହୁରି ପଢନ୍ତୁ : State Cabinet: କ୍ୟାବିନେଟ୍ ବୈଠକରେ ୬ଟି ବିଭାଗର ୧୧ଟି ପ୍ରସ୍ତାବକୁ ଅନୁମୋଦନ

ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନାନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି, ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ନିରନ୍ତର ସହଯୋଗ ଦ୍ୱାରା କମ୍ପାନି ଆଗକୁ ବଢ଼ିବା ସହିତ, ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟ ସମାପ୍ତି ଉପରେ ଧ୍ୟାନ ଦେଉଛି। ଉଲ୍ଲେଖନୀୟ ପ୍ରଥମ ତ୍ରୈମାସିକରେ ଉତ୍ପାଦନ କ୍ଷେତ୍ରରେ ମଧ୍ୟ କମ୍ପାନି ସର୍ବକାଳୀନ ସର୍ବାଧିକ ୧୯.୫୨ ଲକ୍ଷ ଟନ୍‌ ବକ୍ସାଇଟ୍‌ ଖନନ ଏବଂ ୫.୭୭ ଲକ୍ଷ ଟନ୍‌ର କାଲାସାଇଣ୍ଡ ଆଲୁମିନା ଉତ୍ପାଦନ କରିଛି। ଏଥିସହିତ କମ୍ପାନି ସର୍ବାଧିକ ୩.୪୭ ଲକ୍ଷ ଟନ୍ଆଲୁମିନା/ହାଇଡ୍ରେଟ୍ ବିକ୍ରୟ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.