Nail polish: ନେଲ୍‌ ଜେଲ୍‌ କରାଉଥିଲେ ସାବଧାନ

2 hours ago 3
ARTICLE AD BOX

ବଡ଼ ନଖ ରଖିବା ସହିତ ସେଥିରେ ବିଭିନ୍ନ ପ୍ରକାର ନେଲ୍‌ ପଲିସ୍‌ ସହିତ ନେଲ୍‌ ଆର୍ଟ କରିବା ସାଧାରଣତଃ ମହିଳାମାନଙ୍କୁ ଖୁବ୍ ପସନ୍ଦ। ଏଥିପାଇଁ ସେମାନେ ବାରମ୍ବାର ପାର୍ଲର ଯାଇଥାନ୍ତି। ‘ଜେଲ୍‌ ନେଲ୍‌’ ନାମକ ନେଲ୍‌ ଆର୍ଟ ପ୍ରକ୍ରିୟା ଏବେ ଅଧିକରୁ ଅଧିକ ଲୋକପ୍ରିୟ ହେଉଛି। ତେବେ ଜେଲ୍‌ ନେଲ୍‌ କରାଯାଉଥିବା ମହିଳାମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ପ୍ରଜନନ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବା ଦର୍ଶାଇ ଗ୍ରେଟ୍ ବ୍ରିଟେନ୍‌ରେ ଜେଲ୍‌ ନେଲ୍‌ ପ୍ରଡକ୍ଟରେ ବ୍ୟବହୃତ ‘ଟିପିଓ’ ନାମକ ଏକ କେମିକାଲ୍ ଉପରେ କଟକଣା ଲଗାଯାଇଛି। ଏହାର ଅର୍ଥ ସମ୍ପୂର୍ଣ୍ଣ ଜେଲ୍‌ ମାନିକ୍ୟୋର୍‌ ପ୍ରକ୍ରିୟା ବ୍ୟାନ୍ ହୋଇନାହିଁ, କେବଳ ‘ଟିପିଓ’ ଥିବା ସାମଗ୍ରୀ ଉପରେ ରୋକ୍ ଲଗାଯାଇଛି।

Standing committee: ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ

‘ଟିପିଓ’ ବା ‘ଟ୍ରାଇମେଥିଲ୍ ବେଞ୍ଜୋଏଲ୍ ଡାଇଫେନିଲ୍ ଫସଫାଇନ୍ ଅକ୍ସାଇଡ୍’ ଜେଲ୍ ପଲିସ୍‌କୁ ଆଲୋକ ସଂସ୍ପର୍ଶରେ ଆଣି ଶୀଘ୍ର ଟାଣ କରିବାରେ ସାହାଯ୍ୟ କରେ। ୟୁରୋପୀୟ ସଂଘ ଓ ୟୁକେ ସରକାର ଏହାକୁ ପ୍ରଜନନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଭାବରେ ଚିହ୍ନଟ କରିବା ପରେ ଏହାକୁ ନିଷେଧ କରିଛନ୍ତି। ତେବେ ସାଧାରଣ ଜେଲ୍ ମାନିକ୍ୟୋର୍‌ କଲେ ବନ୍ଧ୍ୟାଦୋଷ ହୁଏ ବୋଲି ସିଧାସଳଖ ପ୍ରମାଣିତ ହୋଇନାହିଁ। ନଖ ଶୁଖାଇବା ପାଇଁ ବ୍ୟବହୃତ ୟୁଭି କିମ୍ବା ଏଲ୍‌ଇଡି ରଶ୍ମି ଅନ୍ୟ ଏକ ଚିନ୍ତାର କାରଣ। ୟୁଭି ରଶ୍ମି ଡିଏନ୍‌ଏକୁ କ୍ଷତି ପହଞ୍ଚାଇଥାଏ। ତେବେ ମାନିକ୍ୟୋର୍‌ ଯୋଗୁଁ ସ୍କିନ୍ କ୍ୟାନ୍ସର ହେବାର ଆଶଙ୍କା ଅତି କମ୍‌, କାରଣ ନଖ ଦେଇ ଅତି କମ୍ ୟୁଭି ରଶ୍ମି (୦.୫%-୨.୫%) ଭିତରକୁ ଯାଏ। କିନ୍ତୁ ବାରମ୍ବାର ବ୍ୟବହାର ଫଳରେ ଚର୍ମ ରୁକ୍ଷ ଦେଖାଯିବା ସହ ସ୍କିନ୍ କ୍ୟାନ୍ସରର ଆଶଙ୍କା ବଢ଼ିପାରେ। ତେଣୁ ପାର୍ଲର୍‌ ଯିବା ସମୟରେ କର୍ମଚାରୀଙ୍କୁ ଜେଲ୍‌ ନେଲ୍‌ ପଲିସ୍ ‘ଟିପିଓ’ ମୁକ୍ତ କି ନୁହେଁ ପଚାରି ବୁଝନ୍ତୁ। ୟୁଭି ରଶ୍ମି ବ୍ୟବହାର କରିବା ପୂର୍ବରୁ ହାତରେ ସନ୍‌ସ୍କ୍ରିନ୍ ଲଗାନ୍ତୁ।

Flood in Bihar: ବିହାରରେ ବନ୍ୟା; ୮ ଜିଲ୍ଲାରେ ହାଇଆଲର୍ଟ, ଗଙ୍ଗା-କୋଶୀ ନଦୀ ବିପଦ ସଙ୍କେତ ଟପିଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.