Muzaffarnagar Accident: ମୁଜାଫରନଗରରେ ଭୟଙ୍କର ଦୁର୍ଘଟଣା, କାର୍‌ରେ ଜୀବନ୍ତ ଜଳିଗଲେ ୬ ଜଣ ଯାତ୍ରୀ

3 days ago 4
ARTICLE AD BOX

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମୁଜାଫରନଗରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିବା ଏକ କାର୍‌ରେ ଭୟଙ୍କର ନିଆଁ ଲାଗିଯିବାରୁ ୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୦ରୁ ୧୨ ବର୍ଷର ଜଣେ ଶିଶୁ ମଧ୍ୟ ଥିବା ଜଣାପଡ଼ିଛି। ପରିବାରଟି ହରିୟାଣାରୁ ହରିଦ୍ୱାର ଯାଉଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ,  ପାଣିପତ-ଖଟିମା ଜାତୀୟ ରାଜପଥର ଜଗାହେଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି। ତିତାୱି ଥାନା ଅଞ୍ଚଳରେ ଏକ ଦ୍ରୁତଗାମୀ କାର୍‌ ନିୟନ୍ତ୍ରଣ ହରାଇ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଓଲଟି ପଡ଼ିଥିଲା। କେହି କିଛି ବୁଝିବା ପୂର୍ବରୁ ଏଥି‌ରେ ନିଆଁ ଲାଗିଯାଇଥିଲା। ଫଳରେ କାର୍‌ ଭିତରେ ଥିବା ୬ ଜଣ ଘଟଣାସ୍ଥଳରେ ହିଁ ଜଳି ଯାଇଥିଲେ।

ମୃତକମାନେ ହରିୟାଣାର ଜିନ୍ଦ ଅଞ୍ଚଳର ବାସିନ୍ଦା

ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତଦେହଗୁଡ଼ିକୁ ହସ୍ପିଟାଲ ପଠାଇ ଦିଆଯାଇଛି। ମୃତକମାନେ ହରିୟାଣାର ଜିନ୍ଦ ଅଞ୍ଚଳର ବାସିନ୍ଦା ବୋଲି କୁହାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସଂଘ ସାମ୍ପ୍ରଦାୟିକ ନୁହେଁ, ଆରଏସଏସ ଉପରେ ପ୍ରତିବନ୍ଧକକୁ ବିରୋଧ କରିଥିଲେ ଇବ୍ରାହିମ: ମୋହନ ଭାଗବତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.