Murder: ସାରଜାହରେ କର୍ଣ୍ଣାଟକ ବ୍ୟକ୍ତିଙ୍କୁ ହତ୍ୟା, କାରରୁ ମିଳିଥିଲା ମୃତଦେହର ୯ ଖଣ୍ଡ

5 days ago 6
ARTICLE AD BOX

ସାରଜାହ: ଦୁଇ ମାସ ପୂର୍ବେ ଜୁଲାଇରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ସାରଜାହରେ କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ ଏକ କାରରେ ନଅ ଖଣ୍ଡ ହୋଇ କଟା ହୋଇଥିବା ଅବସ୍ଥାରେ ମିଳିଥିଲା। ମୃତ ବ୍ୟକ୍ତିଙ୍କ ନାମ ଆଲଭିନ୍ ପ୍ରକାଶ କୁଣ୍ଡର। ଆଲଭିନ୍‌ଙ୍କ ଭାଇ ଅନିଲ୍ ପ୍ରଶାନ୍ତ କୁଣ୍ଡରଙ୍କ ଅନୁଯାୟୀ ଦୁଇ ମାସ ପରେ ଘଟଣାର ଖୁଲାସା ହୋଇଛି। ଆଲଭିନ୍ ଗତ ୧୪ ବର୍ଷ ଧରି ସାରଜାହ ବିମାନବନ୍ଦରରେ କାମ କରୁଥିଲେ।ଆଲଭିନ୍ ପ୍ରକାଶ କୁନ୍ଦର ଉଡୁପିର କୁଣ୍ଡାପୁରର ବାସିନ୍ଦା। ତାଙ୍କ ସ୍ତ୍ରୀ ଟିନା ଜଣେ ସ୍କୁଲ ଶିକ୍ଷୟିତ୍ରୀ ଏବଂ ପୁଅ ଦଶମ ଶ୍ରେଣୀର ଛାତ୍ର। କିଛି ରିପୋର୍ଟ ଅନୁଯାୟୀ, ଉଭୟ ଏବେ ବି ନିଖୋଜ ଅଛନ୍ତି। ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଆଲଭିନ୍‌ଙ୍କ ଭାଇ ଅନିଲ୍ ଉଡୁପି ପୁଲିସକୁ ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ପୁଲିସ ସାରଜାହରୁ ସୂଚନାକୁ ଅପେକ୍ଷା କରିଛି।

୨ ମାସ ପରେ ପରିବାର ସଦସ୍ୟଙ୍କୁ ମିଳିଲା ପୋଷ୍ଟମର୍ଟମ ରିପୋର୍ଟ

ରିପୋର୍ଟ ଅନୁଯାୟୀ, ଅନିଲ ଜୁଲାଇ ୨୦ ତାରିଖରେ ଆଲଭିନ୍‌ଙ୍କୁ ଫୋନ୍ କରିଥିଲେ, କିନ୍ତୁ କୌଣସି ଉତ୍ତର ପାଇନଥିଲେ। ସେ କେବଳ ଏକ ମେସେଜ୍ ପାଇଥିଲେ ଯେ, ମୁଁ ଠିକ୍ ଅଛି । ଏହା ତାଙ୍କୁ ଅଜବ ମନେ ହୋଇଥିଲା। କାରଣ ତାଙ୍କ ଭାଇ କେବେ ଏପରି କରିନଥିଲେ। ଗୋଟିଏ ସପ୍ତାହ ପରେ, ସେ ପୁଣି ଥରେ ଫୋନ୍ କରିଥିଲେ, କିନ୍ତୁ କୌଣସି ଉତ୍ତର ପାଇନଥିଲେ। ଚିନ୍ତିତ ହୋଇ, ଅନିଲ ସାରଜାହ ରହୁଥିବା ଆଲଭିନ୍‌ଙ୍କ ବନ୍ଧୁ ମନୋହରଙ୍କ ସହିତ ଯୋଗାଯୋଗ କରିଥିଲେ। ମନୋହର ଆଲଭିନ୍‌ଙ୍କ କମ୍ପାନିର ଫ୍ଲାଟକୁ ଯାଇଥିଲେ। ଚୌକିଦାର ତାଙ୍କୁ ଜଣାଇଥିଲେ ଯେ, ଆଲଭିନ୍ ଭାରତ ଚାଲିଯାଇଛନ୍ତି।

କମ୍ପାନିର ଏଚଆର୍ ମଧ୍ୟ ପ୍ରଥମେ କହିଥିଲେ, ଆଲଭିନ୍ ଭାରତ ଫେରିଆସିଛନ୍ତି। ଆଲଭିନ୍‌ଙ୍କ ଭାଇ ଅନିଲ ପରଦିନ ପୁଣି ଥରେ କମ୍ପାନିକୁ ଫୋନ୍ କରି ଜଣାଇଥିଲେ ଯେ ଆଲଭିନ୍ ଭାରତ ଫେରି ନାହାନ୍ତି। କମ୍ପାନି ତାଙ୍କ ପାସପୋର୍ଟ ଯାଞ୍ଚ କଲା ଏବଂ ଜାଣିବାକୁ ପାଇଲା ଯେ, ସେ ଏବେ ବି ସାରଜାହରେ ଅଛନ୍ତି। ନିଖୋଜ ବ୍ୟକ୍ତିଙ୍କ ରିପୋର୍ଟ ଦାଖଲ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଆଲଭିନ୍‌ଙ୍କ ମୃତଦେହ ଓମାନ ଯାଉଥିବା ରାସ୍ତାରେ ପାର୍କିଂ ହୋଇଥିବା ଏକ କାରରେ ଖଣ୍ଡ ଖଣ୍ଡ ହୋଇ ପଡ଼ିଥିଲା। ମୃତଦେହକୁ ନଅ ଖଣ୍ଡ କରି ଦୁଇଟି ବ୍ୟାଗରେ ରଖାଯାଇଥିଲା।

ପରିବାରଙ୍କୁ ସୋମବାର ଦିନ ପୋଷ୍ଟମର୍ଟମ ରିପୋର୍ଟ ମିଳିଛି। ତା’ପରେ ସେମାନେ ଉଡୁପି ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ହତ୍ୟାର କାରଣ କ’ଣ ଏବଂ କିପରି କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ସାରଜାହ ପୁଲିସର ଅଧିକ ତଦନ୍ତ ସତ୍ୟ ଉନ୍ନୋଚନ କରିବ ବୋଲି ପରିବାର ସଦସ୍ୟ ଆଶା କରି ରହିଛନ୍ତି। ଅନିଲ କହିଛନ୍ତି ଯେ ଛାତିରେ ଛୁରି ଭୁସି ତାଙ୍କ ଶରୀରକୁ ନଅ ଖଣ୍ଡ କରି କାଟିବା ଅଭିଜ୍ଞ ଅପରାଧୀଙ୍କ କାମ ପରି ମନେହେଉଛି। ସିସିଟିଭିରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ କୋଠା ବାହାରକୁ ଯାଉଥିବାର ଦେଖିବାକୁ ମିଳୁଛି। ଅନିଲ କହିଛନ୍ତି, ଯଦି ତାଙ୍କ ଭାଇଙ୍କ ପତ୍ନୀ ଭାରତ ଆସିଥାନ୍ତେ, ତେବେ ସେ ନିଶ୍ଚିତ ଭାବରେ ତାଙ୍କ ସ୍ୱାମୀଙ୍କ ହତ୍ୟା ବିଷୟରେ ଜାଣିଥାନ୍ତେ। ହୁଏତ ପୁଅ ମଧ୍ୟ ଜାଣିଥାନ୍ତା। କିନ୍ତୁ ସେମାନେ ଭାରତ ଆସିଥିବାର କୌଣସି ପ୍ରମାଣ ନାହିଁ। ଏଫଆଇଆର ଦାୟର ନ କରାଗଲେ ପାସପୋର୍ଟ ସମ୍ପର୍କରେ ସୂଚନା ମିଳିପାରିବ ନାହିଁ ବୋଲି ସେ କହିଛନ୍ତି।

Murder in Bihar: ଭଉଣୀକୁ ଗୁଳି କରି ମାରିଲା ଭାଇ, ପରେ ନିଜେ କରିଦେଲା ଆତ୍ମହତ୍ୟା!

Read Entire Article
LEFT SIDEBAR AD

Hidden in mobile, Best for skyscrapers.