Murder: ରାସ୍ତା ନିରୀକ୍ଷଣ ବେଳେ ଦିଲ୍ଲୀରେ ଯୁବକଙ୍କୁ ଚାପୁଡ଼ା ମାରିଲେ ମନ୍ତ୍ରୀ

10 hours ago 2
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀ ସରକାରରେ ପୂର୍ତ୍ତ ମନ୍ତ୍ରୀ ଥିବା ପରଭେଶ ବର୍ମା ରବିବାର ତିଲକ୍‌ ନଗରରେ ରାସ୍ତା ନିରୀକ୍ଷଣ କରୁଥିବା ସମୟରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ଘଟଣାକୁ ନେଇ ଦିଲ୍ଲୀରେ ରାଜନୀତି ତୀବ୍ର ହୋଇଛି। ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ବର୍ମା ଗୋଟିଏ ହାତରେ ଯୁବକଙ୍କ ମୋବାଇଲ ଫୋନ୍‌ ଟାଣୁଥିବାବେଳେ ଅନ୍ୟ ହାତରେ ତାଙ୍କୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି। 

ଆପ୍‌ ଦିଲ୍ଲୀ ଅଧ୍ୟକ୍ଷ ସୌରଭ ଭରଦ୍ବାଜ ଘଟଣାର ଭିଡିଓ ସେୟାର କରି ଲେଖିଛନ୍ତି ଯେ, ଆପ୍‌ ବିଧାୟକ ଜର୍ନେଲ ସିଂହଙ୍କ ସହିତ ଯୁକ୍ତିତର୍କ ପରେ ଏହି ଘଟଣା ଘଟିଛି। ଆପ୍‌ ଏହା ବିରୋଧରେ ପୁଲିସ ଥାନାରେ ଏତଲା ରୁଜୁ କରିଛି। ଭରଦ୍ବାଜ କହିଛନ୍ତି, ଚାପୁଡ଼ା ଖାଇଥିବା ଯୁବକ ଦିଲ୍ଲୀର ଅତ୍ୟନ୍ତ ଖରାପ ସଡ଼କ ଅବସ୍ଥାର ଭିଡିଓ କରୁଥିଲେ। ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ରାସ୍ତାର ଖରାପ ଅବସ୍ଥା ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ବାରମ୍ବାର ପ୍ରଶ୍ନ ପଚାରିଯିବାରୁ ଉତ୍‌କ୍ଷୀପ୍ତ ହୋଇ ମନ୍ତ୍ରୀ ଯୁବକଙ୍କୁ ଚାପୁଡ଼ା ମାରିଥିଲେ। ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ଯୁବକ ଓ ଭିଡ଼କୁ ନିୟନ୍ତ୍ରଣକୁ ନେଇଥିଲେ। ତେବେ ମନ୍ତ୍ରୀଙ୍କ କାର୍ଯ୍ୟକୁ ଆପ୍‌ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଭରଦ୍ବାଜ ଏହାକୁ ପରଭେଶଙ୍କ ଦ୍ବାରା ଅତ୍ୟନ୍ତ ଲଜ୍ଜାଜନକ ତଥା କାପୁରୁଷତାପୂର୍ଣ୍ଣ କାର୍ଯ୍ୟ ବୋଲି କହିଛନ୍ତି।

Maharashtra Politics:  ଏକନାଥ ସିନ୍ଦେଙ୍କ ସହିତ ଶରଦ ପାୱାରଙ୍କ ସାକ୍ଷାତକୁ ନେଇ ରାଜନୀତି ତୀବ୍ର

ଆପ୍‌ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମନ୍ତ୍ରୀଙ୍କ ଗିରଫଦାରୀ ଦାବି କରିଛନ୍ତି। କେଜ୍ରିୱାଲ ‘ଏକ୍ସ’ ରେ ପୋଷ୍ଟ କରି ଲେଖିଛନ୍ତି, ରାସ୍ତା ନିର୍ମାଣରେ ଦୁର୍ନୀତି ଦେଖାଉଥିବା ଜଣେ ଯୁବକଙ୍କୁ ମୋଦୀଙ୍କ ମନ୍ତ୍ରୀ ସର୍ବସାଧାରଣରେ ଚାପୁଡ଼ା ମାରିଥିଲେ। ମୁଁ ଆସନ୍ତାକାଲି ତିଲକ ନଗର ଯାଇ ଏହି ରାସ୍ତା ଯାଞ୍ଚ କରିବି କହିଛନ୍ତି। ଚାପୁଡ଼ା ଖାଇଥିବା ଯୁବକ କହିଛନ୍ତି, ମୁଁ ବିଧାୟକଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବ୍ୟବହାର କରେ। ପୂର୍ତ୍ତ ବିଭାଗର ନିମନ୍ତ୍ରଣରେ ଆମେ ରାସ୍ତାର ଅବସ୍ଥା ଦେଖିବାକୁ ଆସିଥିଲୁ। ମୁଁ ତାଙ୍କୁ ରାସ୍ତାର ଖରାପ ଅବସ୍ଥା ଦେଖାଇବାରୁ ସେ ରାଗି ଯାଇ ଚାପୁଡ଼ା ମାରିଥିଲେ ଓ ସେଠାରେ ଉପସ୍ଥିତ ଥିବା ମନ୍ତ୍ରୀଙ୍କ ଲୋକମାନେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପୀଡ଼ିତ ଯୁବକ ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ମନ୍ତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଭିଡିଓ ଆଧାରରେ ଆମେ ଏତଲା ରୁଜୁ କରିଥିବା ଯୁବକ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.