ARTICLE AD BOX
ଇସଲାମାବାଦ: ପାକିସ୍ତାନର ରାୱଲପିଣ୍ଡିରେ ଜଣେ ମହିଳା ଟିଭି ଆଙ୍କରଙ୍କୁ ତାଙ୍କ ଘରେ ଗୁଳି କରି ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଉଛନ୍ତି ରାବିଆ ଅହସାନ। ସେ ଏକ ସ୍ଥାନୀୟ ଘରୋଇ ଟିଭି ଚ୍ୟାନେଲର ଜଣେ ଆଙ୍କର ଏବଂ ପ୍ରୋଗ୍ରାମ ହୋଷ୍ଟ ଥିଲେ। ରବିବାର ଦିନ ସହରର ଗୁଲଶାନାବାଦ ଅଞ୍ଚଳରେ ଏହି ଘଟଣା ଘଟିଛି। ପୁଲିସ ତାଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ଏବଂ ସନ୍ଦିଗ୍ଧ ଅସ୍ତ୍ରଶସ୍ତ୍ର ଜବତ କରିଛି। ପୁଲିସର ସୂଚନା ଅନୁଯାୟୀ, ଘରେ କାମ କରୁଥିବା ଜଣେ କର୍ମଚାରୀ କରିଛନ୍ତି ଯେ,ଭୁଲ୍ରେ ଗୁଳି ଫୁଟିଯାଇଥିଲା ବୋଲି ସ୍ୱାମୀ କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ଡନ୍ ଖବରକାଗଜର ଏକ ରିପୋର୍ଟ ଅନୁଯାୟୀ, ସିଟି ପୁଲିସ ଅଧିକାରୀ ହସନ ମୁସ୍ତାକ ସୁଖେରା କହିଛନ୍ତି ଯେ, ସିପିଓ, ଏସଏସପି ଅପରେସନ୍ସ ଏବଂ ଏସଏସପି ତଦନ୍ତ ସହିତ ମାମଲାର ତଦନ୍ତ ପାଇଁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପଞ୍ଜାବ ଫୋରେନସିକ୍ ସାଇନ୍ସ ଏଜେନ୍ସିର ବିଶେଷଜ୍ଞଙ୍କର ଏକ ଦଳ ମଧ୍ୟ ଉପସ୍ଥିତ ରହି ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛନ୍ତି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଯାଇଛି। ଏକ ମାମଲା ପଞ୍ଜିକୃତ ହୋଇଛି। ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
Sheikh Hasina: ନୂଆ ପାସପୋର୍ଟ ଏବଂ ଏନଆଇଡି କାର୍ଡ ପାଇଁ ଦୂତାବାସକୁ ଅନୁରୋଧ କଲେ ଶେଖ ହସିନା
ପାକିସ୍ତାନର ରାଷ୍ଟ୍ରପତି ଆସିଫା ଭୁଟ୍ଟୋ-ଜରଦାରୀ ରାବିଆ ଅହସାନଙ୍କ ହତ୍ୟା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତି ଅନୁଯାୟୀ, ସେ ଘଟଣାର ସମ୍ପୂର୍ଣ୍ଣ, ନିରପେକ୍ଷ ଏବଂ ସ୍ୱଚ୍ଛ ତଦନ୍ତ ଦାବି କରିଛନ୍ତି। ରାୱଲପିଣ୍ଡିରେ କର୍ମଜୀବୀ ମହିଳାଙ୍କ ହତ୍ୟା ଘଟଣାକୁ ସେ ଚିନ୍ତାଜନକ ବୋଲି କହିଛନ୍ତି।

3 days ago
8


