ARTICLE AD BOX
ରାଉରକେଲା (ଦେବବ୍ରତ ଗଡ଼ତିଆ): ପ୍ରକଳ୍ପକୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ) ଦ୍ୱାରା ମଞ୍ଜୁରି ମିଳିଥିଲା। କିନ୍ତୁ ଜମି ସମସ୍ୟା ଯୋଗୁ ପ୍ରକଳ୍ପର ଭାଗ୍ୟ ଝୁଲି ରହିଥିଲା। ତେବେ ଦୀର୍ଘ ୯ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ରାଉରକେଲାରେ ପ୍ରସ୍ତାବିତ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏସ୍ଏମ୍ଇ) ପ୍ରଯୁକ୍ତିବିଦ୍ୟା କେନ୍ଦ୍ର (ଟେକ୍ନୋଲୋଜି ସେଣ୍ଟର୍)ର ଭାଗ୍ୟ ଫିଟିଛି। ଏହି ପ୍ରକଳ୍ପ ପାଇଁ ରାଜସ୍ୱ ବିଭାଗ ୧୨ ଏକର ଜମି ଯୋଗାଇ ଦେଇଛନ୍ତି।
ଜମି ଆବଣ୍ଟନ କମିଟିର ବୈଠକ ଅନୁଷ୍ଠିତ
ଗତ ୨୨ ତାରିଖରେ ଜମି ଆବଣ୍ଟନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏମ୍ଏସ୍ଏମ୍ଇ ଟେକ୍ନୋଲୋଜି ସେଣ୍ଟର ପାଇଁ ଜମି ପ୍ରଦାନ କରିବାକୁ ନିଷ୍ପତି ହୋଇଥିଲା। ପୂର୍ବରୁ ଆବଣ୍ଟିତ ୧୦.୫୦ ଏକର ଡିସିମିଲ୍ ଜମି ସହ ଅତିରିକ୍ତ ଏକର ୧.୫୦ ଡିସିମିଲ୍ ମିଶାଇ ମୋଟ ୧୨ ଏକର ଜମି ଆବଣ୍ଟନ କରାଯାଇଛି। ଏନେଇ ରାଉରକେଲା ତହସିଲଦାରଙ୍କ ଚିଠି (​ପତ୍ର ସଂଖ୍ୟା: ୩୦୭୯)ରେ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ୨୦୧୮ ନଭେମ୍ବର ମାସରେ ରାଉରକେଲା ସମେତ ଦେଶରେ ୨୦ଟି ଏମ୍ଏସ୍ଏମ୍ଇ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରକୁ ସିସିଇଏ ଅନୁମୋଦନ ମିଳିଥିଲା। ଏହି ପ୍ରକଳ୍ପ ପାଇଁ ୨୦୨୦ ଜାନୁଆରି ୩ ତାରିଖରେ ଆବଶ୍ୟକ ୨୦ ଏକର ଜମି ଯୋଗାଇଦେବାକୁ ଓଡ଼ିଶା ରାଜସ୍ୱ ବିଭାଗକୁ ଅନୁରୋଧ କରାଯାଇଥିବା ବେଳେ ୨୦୨୨ ଜୁନ ୧୦ ତାରିଖରେ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ଅନ୍ତର୍ଗତ କଣ୍ଟାଝରଣଠାରେ ୧୪.୪୫ ଏକର ଜମି ଚିହ୍ନଟ ହୋଇଥିଲା। ପ୍ରାୟ ୨ ଶହ କୋଟି ବିନିଯୋଗରେ ଏହି ଲିଜ୍ ହୋଲ୍ଡ ଜମିରେ ପ୍ରକଳ୍ପ ନିର୍ମାଣ ପାଇଁ ସ୍ଥିର କରାଯାଇଥିଲା।
Minor Girl: ପରିବାରିକ କଳହରୁ ଘାସମରା ଔଷଧ ପିଇ ନାବାଳିକା ଗୁରୁତର
ପରେ ୨୦୨୪ ନଭେମ୍ବର ୧୧ ତାରିଖରେ ପିପିପି ମୋଡ୍ରେ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର୍ ଆହ୍ବାନ କରାଯାଇଥିଲେ ମଧ୍ୟ କେହି ସାମିଲ ହୋଇନଥିଲେ। ଏଣୁ କେନ୍ଦ୍ର ସରକାର ଶତ ପ୍ରତିଶତ ନିଜସ୍ବ ଅନୁଦାନରେ ପ୍ରକଳ୍ପ ନିର୍ମାଣ ପାଇଁ ୨୦୨୫ ଅଗଷ୍ଟ ୧୮ ତାରିଖରେ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପ୍ରକଳ୍ପ କାର୍ଯ୍ୟାରମ୍ଭ ସମୟରେ ଜମିର ସର୍ଭେ କରାଯିବା ସମୟରେ ୧୪.୪୫ ଏକର ଜମି ବଦଳରେ କେବଳ ୧୨ ଏକର ଜମି ଉପଲବ୍ଧ ଥିବା ଜଣାପଡ଼ିଥିଲା। ଏହାପରେ ୨୦୨୫ ଅକ୍ଟୋବର ୧୩ ତାରିଖରେ ଉକ୍ତ ୧୨ ଏକର ଜମିରେ ପ୍ରକଳ୍ପ ନିର୍ମାଣ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା। ତେବେ ଉପଲବ୍ଧ ଜମିର ଲିଜ୍ ଡିଡ୍ ସଂଶୋଧନ ନ ହେବାରୁ ପ୍ରକଳ୍ପର ଭାଗ୍ୟ ଫିଟିପାରୁନଥିଲା।

2 hours ago
1


