ARTICLE AD BOX
ମସ୍କୋ: ଆମେରିକା ବାୟୁସେନାର ଏକ ପ୍ରମୁଖ ସାମରିକ ପରିବହନ ବିମାନ ମଙ୍ଗଳବାର ହଠାତ୍ ମସ୍କୋର ଭ୍ନୁକୋଭୋ ବିମାନବନ୍ଦରରେ ଅବତରଣ କରିବା ପରେ ଅନ୍ତର୍ଜାତୀୟ ସ୍ତରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ଏହି ଆମେରିକୀୟ ସାମରିକ ବିମାନର ଆଗମନ ସମ୍ପର୍କରେ ସେମାନଙ୍କ ନିକଟରେ କୌଣସି ସୂଚନା ନାହିଁ ବୋଲି ରୁଷ୍ ରାଷ୍ଟ୍ରପତି ଭବନ ପକ୍ଷରୁ ଦାବି କରାଯାଇଛି। ବିମାନ ଚଳାଚଳ ଉପରେ ନଜର ରଖୁଥିବା ୱେବସାଇଟ୍ ‘ଫ୍ଲାଇଟ୍ ରାଡାର୨୪’ର ତଥ୍ୟ ଅନୁଯାୟୀ, ଆମେରିକାରେ ପଞ୍ଜୀକୃତ ବୋଇଂ ସି-୧୭ଏ ଗ୍ଲୋବମାଷ୍ଟର-୩ ବିମାନଟି ଲାଟଭିଆର ରିଗା ସହରରୁ ବାହାରି ସକାଳ ପ୍ରାୟ ୭ଟାରେ ମସ୍କୋରେ ପହଞ୍ଚିଥିଲା।
ଆହୁରି ପଢନ୍ତୁ :Judgement: ପତ୍ନୀ ହତ୍ୟାକାରୀର ଫାଶୀ ଦଣ୍ଡ ଆଜୀବନ କରାଦଣ୍ଡକୁ ପରିବର୍ତ୍ତନ କଲେ ହାଇକୋର୍ଟ
ଏହି ଘଟଣା ସମ୍ପର୍କରେ କ୍ରେମଲିନର ପ୍ରେସ୍ ସଚିବ ଡିମିତ୍ରି ପେସ୍କୋଭ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଚଳିତ ସପ୍ତାହରେ ଆମେରିକା ପ୍ରଶାସନର କୌଣସି ପ୍ରତିନିଧିଙ୍କ ସହ ବୈଠକ କରିବା ନେଇ କୌଣସି ପୂର୍ବ ନିର୍ଦ୍ଧାରିତ ଯୋଜନା ନାହିଁ। ତଥ୍ୟ ଅନୁଯାୟୀ, ଏହି ବିମାନଟି ଗତ ଅଗଷ୍ଟ ୨୩ ତାରିଖରେ ୱାସିଂଟନ ନିକଟସ୍ଥ ମେରିଲ୍ୟାଣ୍ଡର ମିଳିତ ସାମରିକ ବେସ୍ ଆଣ୍ଡ୍ରୁଜ୍ରୁ ବାହାରି ପ୍ରଥମେ ରିଗାରେ ପହଞ୍ଚିଥିଲା, ଯେଉଁ ବେସ୍କୁ ସାଧାରଣତଃ ଆମେରିକା ରାଷ୍ଟ୍ରପତି ଏବଂ ବରିଷ୍ଠ ଅଧିକାରୀମାନେ ବ୍ୟବହାର କରିଥାନ୍ତି।
ଆହୁରି ପଢନ୍ତୁ :India-China: ଅଜିତ ଡୋଭାଲ ଓ ଚୀନ୍ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ସୀମା କଥାବାର୍ତ୍ତା
ଏହି ଶକ୍ତିଶାଳୀ ସାମରିକ ପରିବହନ ବିମାନଟି ବ୍ୟାପକ ପରିମାଣର ସାମରିକ ସରଞ୍ଜାମ ଏବଂ ସେନା ପରିବହନ ପାଇଁ ବ୍ୟବହୃତ ହେଉଥିବାରୁ ଏହାର ଏଭଳି ଆକସ୍ମିକ ଅବତରଣ ନେଇ ଅନେକ ଆକଳନ କରାଯାଉଛି। ବିଶେଷଜ୍ଞଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମଗୁଡ଼ିକର ଅନୁମାନ ଅନୁଯାୟୀ, ଦୁଇ ଦେଶ ମଧ୍ୟରେ କୌଣସି ଗୁପ୍ତ ବନ୍ଦୀ ବିନିମୟ ପ୍ରକ୍ରିୟା କିମ୍ବା ରଣନୀତିକ ଆଲୋଚନା ପାଇଁ ଏହି ବିମାନ ଆସିଥାଇପାରେ। ନିକଟରେ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଆମେରିକାର ପୂର୍ବତନ ସେନା କର୍ମଚାରୀ ରବର୍ଟ ଗିଲମ୍ୟାନଙ୍କୁ ରୁଷ ମୁକ୍ତ କରିଥିବା ବେଳେ ଏହା ପଛରେ କୌଣସି ଗୋପନୀୟ ଚ୍ୟାନେଲ୍ କାର୍ଯ୍ୟ କରୁଥିବା ଆଶଙ୍କା କରାଯାଉଛି। ପୂର୍ବରୁ ଗତ ଜାନୁଆରି ମାସରେ ଆମେରିକାର ବିଶେଷ ଦୂତ ଷ୍ଟିଭେନ ୱିଟକଫ୍ ଏବଂ ଜାରେଡ୍ କୁଶନର୍ ୟୁକ୍ରେନ ଯୁଦ୍ଧ ସମ୍ପର୍କିତ ଶାନ୍ତି ଆଲୋଚନା ପାଇଁ ମସ୍କୋ ଆସିଥିଲେ ଏବଂ ତାହା ପରେ ଏହା ପ୍ରଥମ ସରକାରୀ ଆମେରିକୀୟ ବିମାନ ରୁଷ୍ରେ ପହଞ୍ଚିଛି। ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ପରଦା ପଛରେ କୌଣସି ଗୁପ୍ତ କୂଟନୈତିକ ବାର୍ତ୍ତାଳାପ ଚାଲିଥାଇପାରେ ବୋଲି ସନ୍ଦେହ କରାଯାଉଛି।

1 hour ago
2


