Monsoon: ୧୦ ଜିଲ୍ଲାରୁ ଫେରିଲା ମୌସୁମୀ

1 hour ago 2
ARTICLE AD BOX

ଭୁବନେଶ୍ବର: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି। ଏ ଭିତରେ ରାଜ୍ୟର ୧୦ ଜିଲ୍ଲାରୁ ମୌସୁମୀ ସଂପୂର୍ଣ୍ଣ ବିଦାୟ ନେଇ ସାରିଛି। ୨ରୁ ୩ ଦିନ ମଧ୍ୟରେ ରାଜ୍ୟ ସହ ଦେଶର ଅବଶିଷ୍ଟ ଅଞ୍ଚଳରୁ ବି ମୌସୁମୀ ଫେରିଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଏ ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗର, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି। ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ ମୌସୁମୀ ବିଦାୟ ନେଇଥିବାବେଳେ ଅନୁଗୋଳ, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି ଅଞ୍ଚଳରୁ ବିଦାୟ ନେଇଛି। 

Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ

ଅନୁଗୋଳ ଦେଇ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି। ଆଜି ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇଛି। ଗଜପତି ଜିଲ୍ଲାରେ ସର୍ବାଧିକ ୪୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଗାମୀ ୨୪ ଘଣ୍ଟା ଭିତରେ ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନାଗିରିର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ୧୪ ତାରିଖରେ ବି ଏହି ଜିଲ୍ଲା ସହ ନବରଙ୍ଗପୁର ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନାଗିରି ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

Horoscope 2026 October 14: ଜାଣନ୍ତୁ ଆଜିର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.