Monsoon: ଓଡ଼ିଶାରୁ ବିଦାୟ ନେବ ମୌସୁମୀ: ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାରେ ୧୦ ସିଷ୍ଟମ

2 hours ago 1
ARTICLE AD BOX

ଭୁବନେଶ୍ବର: ଓଡ଼ିଶାରୁ ବିଦାୟ ନେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଛାଡ଼ିବାକୁ ପାଗ ଏବେ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଯଦି ସବୁ କିଛି ଠିକ୍‌ ଠାକ୍‌ ଚାଲେ ତାହା ହେଲେ ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆହୁରି କୁହାଯାଇଛି ଯେ ଏବେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଗତ କିଛି ଦିନ ଧରି ବର୍ଷା ପରିମାଣ ଯଥେଷ୍ଟ କମ୍‌ ରହିବା ସହ ଆକାଶ ମେଘମୁକ୍ତ ରହୁଛି। ତେଣୁ ଦିନର ତାପମାତ୍ରା ବୃଦ୍ଧି ପାଉଛି। କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରି ଅଧିକ ରହୁଛି, ଯାହାକି ମୌସୁମୀ ଓଡ଼ିଶା ଛାଡ଼ିବାକୁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହୁଛି।

Anniversary: ସର୍ବୋଦୟ ନେତା ଶ୍ୟାମସୁନ୍ଦର ଦାସଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ

ମୌସୁମୀ ଅପସାରଣ ଲାଇନ୍ ସୁପାଉଲ୍‌, ରାଞ୍ଚି, ରାୟପୁର, ବ୍ରହ୍ମପୁରୀ, ପାର୍ବଣୀ, ବାରମାଟି, ହାରନାଇ ଉପରେ ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମରାଠାୱାଡା ଓ ବିଦର୍ଭର ଅଧିକାଂଶ ଅଞ୍ଚଳ, ମହାରାଷ୍ଟ୍ର ଓ ଛତିଶଗଡ଼ର ଆଉ କିଛି ଅଞ୍ଚଳ ଓ ତେଲେଙ୍ଗାନା ଓ ଉତ୍ତର ଅଭ୍ୟନ୍ତରୀଣ କର୍ଣ୍ଣାଟକର କେ‌ତେକ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ଯଦି ଦେଖାଯାଏ ଅକ୍ଟୋବର ୧୦ରୁ ୧୫ ତାରିଖ ମଧ୍ୟରେ ହିଁ ସ୍ବାଭାବିକ ଭାବେ ଓଡ଼ିଶାର ସମସ୍ତ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥାଏ ବୋଲି ପାଣିପାଗ ବିଭାଗ କହିଛି।

ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାରେ ୧୦ ସିଷ୍ଟମ
ଦୁଇଟି ଗଭୀର ଅବପାତ, ୩ଟି ଅବପାତ ସୃଷ୍ଟି ହେଲା

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ମୌସୁମୀ ଋତୁ ଅର୍ଥାତ୍‌ ଜୁନ୍‌ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଓଡ଼ିଶାରେ ୧୪୮୪.୩ ମିମି ବର୍ଷା ହୋଇଛି। ଏହି ସମୟରେ ଓଡ଼ିଶା ଉପରେ ୧୦ଟି ସିଷ୍ଟମ ପ୍ରଭାବ ପକାଇଛି। ଯେଉଁଥିରେ ଦୁଇଟି ଗଭୀର ଅବପାତ, ୩ଟି ଅବପାତ, ୨ଟି ସ୍ପଷ୍ଟଚିହ୍ନିତ ଲଘୁଚାପ ଓ ୩ଟି ଲଘୁଚାପ କ୍ଷେତ୍ର ରହିଥିଲା। ପାଖାପାଖି ୪୨ ଦିନ ଧରି ଓଡ଼ିଶାରେ ବର୍ଷା ହୋଇଛି, ଯାହାକି ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ରେକର୍ଡ ସୃଷ୍ଟି କରିଛି। ଏହି ୪୨ ଦିନ ମଧ୍ୟରେ ରାଜ୍ୟରେ ୧୦୫୭.୮ ମିମି ବର୍ଷା ଅନୁଭୂତ ହୋଇଛି। ୧୨୬ ବର୍ଷର ଇତିହାସ ମଧ୍ୟରେ ଜୁଲାଇ ମାସରେ ଚଳିତବର୍ଷ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ପ୍ରଥମ ଥର ପାଇଁ ଜୁଲାଇ ମାସରେ ୬୨୭.୩ ମିମି ବର୍ଷ ହୋଇଥିବା ବେଳେ ୨୦୦୯ରେ ୫୮୬ ମିମି, ୨୦୦୧ରେ ୫୮୪.୨ ମିମି, ୧୯୯୪ରେ ୫୫୨.୭ ମିମି ବର୍ଷା ହୋଇଥିଲା। 

Cncroachment: ସରକାରୀ ଜମି ଜବରଦଖଲ, ଷ୍ଟଲ-ଘର ଭାଙ୍ଗିଲା ପ୍ରଶାସନ

ଅନ୍ୟପକ୍ଷରେ ଆକାଶ ମେଘମୁକ୍ତ ରହିଥିବାରୁ ଓଡ଼ିଶାରେ ତାତି ଅନୁଭୂତ ହେଉଛି। ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି ଅଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାର କେତେକ ସ୍ଥାନ ଓ ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିଥିଲା। ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ତାପମାତ୍ରା ସ୍ବାଭାବିକ ଥିଲା। ପୁରୀରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୨ ଡିଗ୍ରି ରହିଥିବା ବେଳେ ଖୋର୍ଦ୍ଧାରେ ୩୬, ଗୋପାଳପୁରରେ ୩୫.୪, ଝାରସୁଗୁଡ଼ାରେ ୩୫.୪, ଛତ୍ରପୁରରେ ୩୫.୪, ଚାନ୍ଦବାଲିରେ ୩୫.୩, ଢେଙ୍କାନାଳରେ ୩୫.୨, ପାରାଦୀପରେ ୩୫.୧, ପାରଳାଖେୁମଣ୍ଡି ଓ ଭୁବନେଶ୍ବରରେ ୩୫ ଡିଗ୍ରି ରହିଥିଲା। ପ୍ରାୟ ସମସ୍ତ ସହରର ତାପମାତ୍ରା ୩୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.