Monsoon Health Tips: ମୌସୁମୀରେ ପେଟ ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା, କ’ଣ କୁହନ୍ତି ଡାକ୍ତର...

1 hour ago 1
ARTICLE AD BOX

ବର୍ଷା ଦିନେ ପାଗ ସୁନ୍ଦର ଲାଗୁଥିଲେ ମଧ୍ୟ ଏହି ସମୟରେ ପେଟ ସମ୍ବନ୍ଧୀୟ ରୋଗ ଯେପରିକି ବାନ୍ତି, ଝାଡ଼ା, ଫୁଡ୍ ପଏଜନିଂ, ଟାଇଫଏଡ୍ ଏବଂ ହେପାଟାଇଟିସ୍-ଏ ଭଳି ସଂକ୍ରମଣ ବଢ଼ିଯାଏ। ଏଥିରୁ ବର୍ତ୍ତିବା ପାଇଁ ଡାକ୍ତରମାନେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି:

ଆହୁରି ପଢ଼ନ୍ତୁ: ବେଲପାହାଡ଼ ପୌରପାଳିକାରେ ବିଜେଡିକୁ ବଡ଼ ଝଟକା: ଉପନଗରପାଳ ସମେତ ଦୁଇ-ତୃତୀୟାଂଶ କାଉନସିଲରଙ୍କ ଇସ୍ତଫା

୧. ପିଇବା ପାଣି ଉପରେ ଧ୍ୟାନ ଦିଅନ୍ତୁ: ବର୍ଷା ଦିନେ ପାଣି ଦୂଷିତ ହେବାର ଆଶଙ୍କା ଅଧିକ ଥାଏ। ତେଣୁ ସବୁବେଳେ ପାଣିକୁ ଭଲଭାବେ ଫୁଟାଇ, ଫିଲ୍ଟର କରି କିମ୍ବା ପ୍ୟାକ୍ ହୋଇଥିବା ପାଣି ପିଅନ୍ତୁ। ବାହାରେ ମିଳୁଥିବା ପାନୀୟ କିମ୍ବା ଖୋଲା ପାଣି ପିଇବା ଠାରୁ ଦୂରେଇ ରୁହନ୍ତୁ। ନିଜ ସହିତ ସବୁବେଳେ ଘରୁ ନେଇଥିବା ପାଣି ବୋତଲ ରଖିବା ଭଲ।

୨. ତାଜା ଓ ଘରୋଇ ଖାଦ୍ୟ ଖାଆନ୍ତୁ: ଆର୍ଦ୍ରତା କାରଣରୁ ଏହି ସମୟରେ ଖାଦ୍ୟ ଶୀଘ୍ର ନଷ୍ଟ ହୋଇଯାଏ। ରାସ୍ତାକଡ଼ର ଖୋଲା ଖାଦ୍ୟ, ଅଧା କଟା ଫଳ କିମ୍ବା ବାହାରେ ଅନେକ ସମୟ ଧରି ରଖାଯାଇଥିବା ଜଳଖିଆ ଖାଆନ୍ତୁ ନାହିଁ। ସର୍ବଦା ଘରେ ପ୍ରସ୍ତୁତ ତାଜା ଖାଦ୍ୟ ଗ୍ରହଣ କରନ୍ତୁ।

୩. ପନିପରିବା ଓ ଫଳକୁ ଭଲଭାବେ ସଫା କରନ୍ତୁ: ବଜାରରୁ ଆଣିଥିବା ପନିପରିବା ଓ ଫଳରେ ମାଟି ଏବଂ କୀଟନାଶକ ରହିପାରେ। ସେଗୁଡ଼ିକୁ କେବଳ ପାଣିରେ ନଧୋଇ, ଆବଶ୍ୟକ ହେଲେ ପାଣିରେ ଅଳ୍ପ ଭିନେଗାର ମିଶାଇ ଭଲଭାବେ ସଫା କରନ୍ତୁ। କଞ୍ଚା ଅଙ୍କୁରିତ ଶସ୍ୟ ଏବଂ ଆଗରୁ କଟା ହୋଇ ରହିଥିବା ଫଳ ଖାଇବା ଠାରୁ ଦୂରେଇ ରୁହନ୍ତୁ।

୪. ହାତ ଧୋଇବା ଅଭ୍ୟାସ: ସଂକ୍ରମଣରୁ ବଞ୍ଚିବା ପାଇଁ ହାତ ଧୋଇବା ସବୁଠାରୁ ପ୍ରଭାବଶାଳୀ ଉପାୟ। ଖାଦ୍ୟ ଖାଇବା ପୂର୍ବରୁ, ଶୌଚ ପରେ ଏବଂ ବାହାରୁ ଘରକୁ ଫେରିବା ପରେ ସାବୁନରେ ଭଲଭାବେ ହାତ ଧୁଅନ୍ତୁ।

୫. ଯଦି ସମସ୍ୟା ହୁଏ: ଯଦି କାହାକୁ ଝାଡ଼ା ବା ବାନ୍ତି ହୁଏ, ତେବେ ଶରୀରରେ ଯେପରି ପାଣିର ଅଭାବ ନହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ହାଲୁକା ଖାଦ୍ୟ ଖାଆନ୍ତୁ ଏବଂ ପର୍ଯ୍ୟାପ୍ତ ପରିମାଣରେ ତରଳ ପଦାର୍ଥ ଗ୍ରହଣ କରନ୍ତୁ। ଯଦି ଅଧିକ ଜ୍ୱର, ବାନ୍ତି କିମ୍ବା ଝାଡ଼ାରେ ରକ୍ତ ପଡ଼େ, ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଆହୁରି ପଢ଼ନ୍ତୁ: ସ୍ୱିଗି ଉପରେ ଏଫ୍‌ଏସ୍‌ଏସ୍‌ଆଇ ର କଡ଼ା କାର୍ଯ୍ୟାନୁଷ୍ଠାନ: ଗ୍ରାହକଙ୍କ ଅଭିଯୋଗ ପରେ ଜାରି ହେଲା ୯ଟି ନୋଟିସ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.