ARTICLE AD BOX
ନୂଆଦିଲ୍ଲୀ: ଉପଗ୍ରହ ଆଧାରିତ ଯୋଗାଯୋଗ (ସାଟ୍କମ୍)କୁ ନେଇ ହଠାତ ଦେଶରେ ଚର୍ଚ୍ଚା ଜୋର୍ ଧରିଛି। ବିଶ୍ବର ଏକ ନମ୍ବର ଧନୀ ଏଲନ ମସ୍କ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଷ୍ଟାରଲିଙ୍କକୁ ନେଇ ଏକ ଗୁରୁତର ଅଭିଯୋଗ କରିଥିଲେ। ସେ ଦେଶର ନିର୍ଦ୍ଦିଷ୍ଟ କିଛି ଧନୀ ଲୋକଙ୍କୁ ଟାର୍ଗେଟ୍ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ତାଙ୍କ ସବୁ ଅଭିଯୋଗକୁ ସରକାର ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ସାଟ୍କମ୍ରେ କୌଣସି ପକ୍ଷପାତିତା ନାହିଁ ବୋଲି ଟେଲିକମ୍ ମନ୍ତ୍ରଣାଳୟ କହିସାରିଛି। ମସ୍କଙ୍କ ଅଭିଯୋଗ ପରେ ସାଟ୍କମ୍ ସେବା କିଛି ହାତଗଣତି ଲୋକଙ୍କ ହାତରେ ରହିବ ନା ଏକ ମୁକ୍ତ ବଜାର ଭାବେ ପରିଚାଳିତ ହେବ ତାହା ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ମସ୍କ ଅଭିଯୋଗ କରିଥିଲେ ଯେ କିଛି ଭାରତୀୟ ଧନୀ ନିଜ ଏକଚାଟିଆ ଆଧିପତ୍ୟ ବଜାୟ ରଖିବା ଲାଗି ଭାରତରେ ଷ୍ଟାର୍ଲିଙ୍କ୍ ସେବା ଆରମ୍ଭକୁ ଅଟକାଉଛନ୍ତି। ଏ ସମ୍ପର୍କରେ ଟେଲିକମ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଭାରତରେ କୌଣସି କ୍ଷେତ୍ରରେ ଏକଚାଟିଆପଣକୁ ପ୍ରଶ୍ରୟ ଦିଆଯାଉନାହିଁ। ସାଟ୍କମ୍ କ୍ଷେତ୍ରରେ ମଧ୍ୟ ସେଭଳି ହେବନାହିଁ। ଏହି ସେବାକୁ ନେଇ ଏପର୍ଯ୍ୟନ୍ତ ଲାଇସେନ୍ସ ପାଇଁ ଗୋଟିଏ ବି ସଂସ୍ଥାକୁ ଚୟନ କରାଯାଇନାହିଁ। ଯେଉଁମାନେ ଏହି ସେବା ପ୍ରଦାନ କରିବାକୁ ଚାହୁଛନ୍ତି, ସେମାନଙ୍କୁ ଲାଇସେନ୍ସ ଦିଆଯିବ ବୋଲି ସେ କହିଛନ୍ତି।
World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
କାହାକୁ ଲାଇସେନ୍ସ ଦିଆଯାଇନି
ନିଜ ବ୍ୟବସାୟ ପାଇଁ ସୁବିଧାଜନକ ଓ ଲାଭଦାୟକ ଡିଲ୍ ହାସଲ କରିବା ଲାଗି ବିଭିନ୍ନ ପ୍ରକାର ଚାପ ପକାଇବା ମସ୍କଙ୍କ ଏକ ପୁରୁଣା ଅଭ୍ୟାସ। ତାଙ୍କ ଅନ୍ୟତମ ଇଲେକ୍ଟ୍ରିକ ଯାନ କମ୍ପାନି ଟେସ୍ଲାକୁ ଆଣିବା ବେଳେ ମଧ୍ୟ ସେ ସମାନ ଧରଣର ଚାପ ପକାଇବାକୁ ପ୍ରୟାସ କରିଥିଲେ। କମ୍ପାନି ପାଇଁ ସ୍ବତନ୍ତ୍ର ସୁବିଧା ଯୋଗାଇଦେବାକୁ କହିଥିଲେ। କିନ୍ତୁ ସରକାର ତାଙ୍କ ସବୁ ଦାବିକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ। ବର୍ତ୍ତମାନ ଷ୍ଟାର୍ଲିଙ୍କ୍ ସେବା ପାଇଁ ସେ ସମାନ ଚାପ କୌଶଳ ପ୍ରୟୋଗ କରୁଛନ୍ତି। ଭାରତରେ ସାଟ୍କମ୍ ସେବା ଯୋଗାଇବା ପାଇଁ ରିଲାଏନ୍ସ ଜିଓ, ଏୟାରଟେଲ୍ର ମାଲିକାନା ଥିବା ୱାନ୍ୱେବ୍ ଓ ମସ୍କଙ୍କ ଷ୍ଟାର୍ଲିଙ୍କ ଉଦ୍ୟମ କରୁଛନ୍ତି। ଆମାଜନ କୁଇପର୍ ମଧ୍ୟ ଏହି ଲାଇସେନ୍ସ ପାଇବାକୁ ଆଗ୍ରହ ପ୍ରକାଶ କରିଛି। ତେବେ ଏହି ସେବା ପାଇଁ ଲାଇସେନ୍ସ ଓ ସେବା ପ୍ରଦାନ କରିବା ପୂର୍ବରୁ ସରକାର ଦୁଇଟି ବିଷୟରେ ସ୍ପଷ୍ଟ ହେବାକୁ ଚାହୁଛନ୍ତି। ପ୍ରଥମ ବିଷୟ ହେଉଛି ସୁରକ୍ଷା ଚିନ୍ତା। ନିଶ୍ଚିତ ରୂପେ ଏହି କ୍ଷେତ୍ରରେ ବିଦେଶୀ ସଂସ୍ଥାକୁ ସହଜରେ ଭରସାକୁ ନିଆଯାଇପାରିବ ନାହିଁ। ଯେପର୍ଯ୍ୟନ୍ତ ବିଦେଶୀ ସଂସ୍ଥା ଗ୍ରାହକଙ୍କ ସବୁ ସମ୍ବେଦନଶୀଳ ତଥ୍ୟ ଦେଶ ଭିତରେ ରଖିବାକୁ ପ୍ରତିବଦ୍ଧ ନ ହୋଇଛି ସରକାର ସେହି ସଂସ୍ଥାକୁ ଲାଇସେନ୍ସ ଦେବେନାହିଁ। ଏହା ବ୍ୟତୀତ ଉକ୍ତ ସଂସ୍ଥାର ସଫଳତା ଓ ପ୍ରଦର୍ଶନକୁ ମଧ୍ୟ ବିଚାରକୁ ନିଆଯିବ। ସୁରକ୍ଷା ମଞ୍ଜୁରି ଗୃହ ମନ୍ତ୍ରଣାଳୟ ପ୍ରଦାନ କରିବ। ସେଥିରେ ଟେଲିକମ୍ ବିଭାଗର କୌଣସି ଭୂମିକା ନାହିଁ। ଅନ୍ୟ ବିଷୟଟି ହେଉଛି ସ୍ପେକ୍ଟ୍ରମ୍ ମୂଲ୍ୟ। ଅନେକ କଥା ବିଚାରକୁ ନେଇ ସେହି ଦର ନିର୍ଦ୍ଧାରଣ କରାଯିବ।
Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ
ଭାରତରେ ମୋବାଇଲ୍ ସେବା କ୍ଷେତ୍ରରେ ମାତ୍ର ଚାରିଟି ବଡ଼ ସଂସ୍ଥା ରହିଯାଇଛନ୍ତି। ୪ଜି ସେବା ଆରମ୍ଭ ପରଠାରୁ ବହୁ ସଂସ୍ଥା ବନ୍ଦ ହୋଇଯାଇଛି। କେବଳ ଜିଓ, ଏୟାରଟେଲ, ଭୋଡାଫୋନ୍ ଆଇଡିଆ ଓ ବିଏସ୍ଏନ୍ଏଲ୍ ଏହି ସେବା ପ୍ରଦାନ କରୁଛନ୍ତି। ସେଥିରୁ ବିଏସ୍ଏନ୍ଏଲ୍ ଓ ଭୋଡାଫୋନ୍ ଆଇଡିଆ ଆର୍ଥିକ ସ୍ତରରେ ସଂଘର୍ଷ କରୁଛନ୍ତି।

1 hour ago
1


