Mohan Charan Majhi: ଆଇଏଚ୍‌ସି ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଆରବୀୟ ଲୋକନୃତ୍ୟରେ ସ୍ବାଗତ

56 minutes ago 1
ARTICLE AD BOX

ଆବୁଧାବି: ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଶ ସମ୍ପର୍କ ଅଭିଯାନ ଆରମ୍ଭ କରିଛି। ଆଜି ଆବୁଧାବିସ୍ଥିତ ଇଣ୍ଟରନ୍ୟାସନାଲ୍‌ ହୋଲ୍‌ଡିଂ କମ୍ପାନି (ଆଇଏଚ୍‌ସି)ର ମୁଖ୍ୟ କାର୍ଯ୍ୟାଳୟରେ ସେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଶିଳ୍ପ, ଗୃହ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ରହିଛନ୍ତି।

ସାମିଆ ବୁଆଜା ସ୍ୱାଗତ କରିଥିଲେ

ଆଇଏଚ୍‌ସି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଆଇଆର୍‌ଏଚ୍‌ର ସିଇଓ ଅଲି ଅଲରାସଦି, ଆଇଏଚ୍‌ସିର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ସୟଦ ବାସର ଶୁଏବ, ଚିଫ୍ ଷ୍ଟ୍ରାଟେଜିକ୍ ଆଣ୍ଡ ଗ୍ରୋଥ୍ ଅଫିସର ପିଟର ଆବ୍ରାମ ଓ ୨ ପଏଣ୍ଟ୍‌ ଜିରୋ ଗ୍ରୁପ୍‌ର ସିଇଓ ସାମିଆ ବୁଆଜା ସ୍ୱାଗତ କରିଥିଲେ। ଏହି ଅବସରରେ ଆରବୀୟ ଲୋକନୃତ୍ୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ଏହାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

Indian Army: ୧୭ ଥର ବିଫଳ, ୧୮ତମ ପ୍ରୟାସରେ ଲେଫ୍ଟନାଣ୍ଟ ହେଲେ ହର୍ଷଦୀପ

ଏହି ଗସ୍ତ ସମୟରେ ଆଇଏଚ୍‌ସି ଓ ଏହାର ସହଯୋଗୀ କମ୍ପାନିଗୁଡ଼ିକ ସହ ଓଡ଼ିଶାର ବିଭିନ୍ନ ଶିଳ୍ପ କ୍ଷେତ୍ରରେ ନିବେଶ ଓ ବ୍ୟବସାୟିକ ସହଭାଗିତାର ସମ୍ଭାବନା ନେଇ ଆଲୋଚନା ହେବ। ୟୁଏଇର ପ୍ରମୁଖ ନିବେଶକଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆକୃଷ୍ଟ କରିବା ସହ ରାଜ୍ୟର ଶିଳ୍ପ ଓ ବ୍ୟବସାୟିକ ସୁଯୋଗ ସମ୍ପର୍କରେ ଅବଗତ କରାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.