Modi: ୧୦ ଟିମ୍‌, ୩୦ ଦିନ: ମୋଦୀଙ୍କ ଜନ୍ମଦିନରୁ ବିଜେପିର ‘ବଡ଼ନଗରରୁ ବାରାଣସୀ ଯାତ୍ରା’

57 minutes ago 2
ARTICLE AD BOX

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମସ୍ଥାନ ଗୁଜରାଟର ବଡ଼ନଗରକୁ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ଉତ୍ତରପ୍ରଦେଶର ବାରାଣସୀ ସହ ଯୋଡ଼ିବା ପାଇଁ ବିଜେପି ‘ବଡ଼ନଗରରୁ ବାରାଣସୀ ଯାତ୍ରା’ ଆୟୋଜନ କରିବାକୁ ଯୋଜନା କରିଛି। ଏହି ୩୦ ଦିନିଆ ଅଭିଯାନ ସେପ୍ଟେମ୍ବର ୧୭, ମୋଦୀଙ୍କ ଜନ୍ମଦିନରୁ ଆରମ୍ଭ ହେବାର ସମ୍ଭାବନା ରହିଛି।

ସୂତ୍ର ଅନୁସାରେ, ବଡ଼ନଗର ଓ ବାରାଣସୀରୁ ମୋଟ ୧୦ଟି ଟିମ୍‌ ଯାତ୍ରା ଆରମ୍ଭ କରିବେ। ବାରାଣସୀରୁ ବାହାରିଥିବା ଟିମ୍‌ଗୁଡ଼ିକ ବିଭିନ୍ନ ରାଜ୍ୟ ଦେଇ ବଡ଼ନଗରରେ ପହଞ୍ଚିବେ। ସେହିପରି ବଡ଼ନଗରରୁ ବାହାରିଥିବା ଟିମ୍‌ଗୁଡ଼ିକ ୩୦ ଦିନର ଯାତ୍ରା ଶେଷରେ ବାରାଣସୀରେ ପହଞ୍ଚିବେ। ପ୍ରତ୍ୟେକ ଟିମ୍‌ ପ୍ରତିଦିନ ପ୍ରାୟ ୧୦୦ କିଲୋମିଟର ଯାତ୍ରା କରିବ। ଟିମ୍‌ରେ ୧୦ରୁ ଅଧିକ ବାଇକ୍‌ ଚାଳକଙ୍କ ସହ ବିଜେପି କର୍ମୀ ଓ ବସ୍‌ ରହିବ। ଯାତ୍ରା ମାର୍ଗରେ ଥିବା ସହର, ଗାଁ ଓ ଜିଲ୍ଲାଗୁଡ଼ିକରେ କର୍ମୀମାନେ ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ କରିବେ।

ଆହୁରି ପଢନ୍ତୁ: Shakti Sammilani ଶକ୍ତି ସମ୍ମିଳନୀରେ ଏକାଠି ହେଲେ ୨୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

କେନ୍ଦ୍ରର ମୋଦୀ ସରକାର ଏବଂ ବିଜେପି ଶାସିତ ରାଜ୍ୟଗୁଡ଼ିକର ଶାସନ ଓ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ପ୍ରତିଦିନର ଯାତ୍ରା ଶେଷରେ ନିର୍ଦ୍ଧାରିତ ସ୍ଥାନରେ ରହଣି କରି ଚାରିଟି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ କର୍ମୀମାନେ ଯୋଗଦେବେ। ବଡ଼ନଗର ଓ ବାରାଣସୀକୁ ଯାତ୍ରାର ଦୁଇ ପ୍ରାନ୍ତ ଭାବେ ବାଛିବାର ରାଜନୈତିକ ଗୁରୁତ୍ୱ ରହିଛି। ବଡ଼ନଗର ମୋଦୀଙ୍କ ଜନ୍ମସ୍ଥାନ ହୋଇଥିବା ବେଳେ ୨୦୧୪ରୁ ବାରାଣସୀ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ। ଏହି ଯାତ୍ରା ମାଧ୍ୟମରେ ଦଳ ନିଜର ସାଂଗଠନିକ ପହଞ୍ଚ ବଢ଼ାଇବା ସହ ସରକାରଙ୍କ ଉପଲବ୍ଧି ଓ ବିକାଶବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.