ARTICLE AD BOX
ହାଟଡିହି: ହାଟଡିହି ବ୍ଲକ୍ରେ ପୁଣି ପଶିଛି ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ)ର ଖୋଳତାଡ଼ ଆରମ୍ଭ ହୋଇଛି। କିଛି ଦିନ ପୂର୍ବେ ଗ୍ରାମାଞ୍ଚଳରେ ରାସ୍ତାକଡ଼ ଏଲ୍ଇଡି ଲାଇଟ୍ ସ୍ଥାପନ ଦୁର୍ନୀତିକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା, ଏହା ବର୍ତ୍ତମାନ ଧରି ଜାରି ରହିଛି।
Mission Shakti Cafe ମାଟିରେ ମିଶିବ କି ରିଆମାଳ ମିସନ ଶକ୍ତି କାଫେ!
ଆଜି ମିସନ୍ ଶକ୍ତିରେ ଦୁର୍ନୀତିର ତଦନ୍ତ ନିମନ୍ତେ ଆସିଥିଲେ କିନ୍ତୁ କୌଣସି ବିଭାଗୀୟ ଅଧିକାରୀଙ୍କୁ ନ ପାଇ ଫେରି ଯାଇଥିବା ଜଣା ପଡିଛି। ବିଶ୍ୱସ୍ତ ସୂତ୍ରରୁ ଜଣା ଯାଇଛି କି ମିସନ ଶକ୍ତି ବିଭାଗ ପକ୍ଷରୁ ପୂର୍ବରୁ ଦିଆ ଯାଇଥିବା ଗୋଷ୍ଠୀ ଋଣରେ ଅନିୟମିତତା ହୋଇଛି। ଏଥିରେ ୧୨ଲକ୍ଷର ଋଣ ଟଙ୍କା ମହିଳା ଗ୍ରୁପ ଏକାଉଣ୍ଟକୁ ନଯାଇ ଜଣେ କର୍ମକର୍ତ୍ତାଙ୍କ ଏକାଉଣ୍ଟକୁ ଯାଇଥିବା ଅଭିଯୋଗ ହୋଇଛି।
Mission Shakti ଲକ୍ଷପତି ଦିଦି ପରେ ମହାଲକ୍ଷପତି ଓ କୋଟିପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ
ସେହିପରି ହାବଳେଶ୍ୱର ପଞ୍ଚାୟତସ୍ତରୀୟ ମହାସଂଘରୁ ଦୁଇ ଲକ୍ଷ ମେଡିକାଲ ଖର୍ଚ୍ଚ ଉଠା ଯାଇଛି। ୨୦୨୨ରେ ଶାଢ଼ୀ କିଣିବା ପାଇଁ ୩୦ ହଜାର ଟଙ୍କା ଉଠା ଯାଇ ହେରଫେର କରାଯାଇଛି। ମିସନ ଶକ୍ତି କାଫେ ପାଇଁ ବେନିୟମ ଭାବେ ୫୦ ହଜାର ୭୦୦ ଉଠାଇ ନିଆ ଯାଇଛି ବୋଲି ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିବା ଜଣା ଯାଇଛି। ଏହାର ତଦନ୍ତ ପାଇଁ କେନ୍ଦୁଝର ଭିଜିଲାନ୍ସ ବିଭାଗର ଦୁଇ ଅଧିକାରୀ ବ୍ଲକ୍ରେ ପହଞ୍ଚି ରେକର୍ଡ ପତ୍ର ଖୋଜିଥିଲେ ମଧ୍ୟ ଅଧିକାରୀ ଙ୍କ ଅନୁପସ୍ଥିତ ଯୋଗୁଁ ଫେରି ଯାଉଥିବା ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।

1 month ago
13


