ARTICLE AD BOX
ପାରଳାଖେମୁଣ୍ଡି: ମହେନ୍ଦ୍ରତନୟା ନଦୀରେ ଗାଧୋଇବା ବେଳେ ଜଣେ ୬୯ ବର୍ଷୀୟ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ଆଜି ଭୋର ପ୍ରାୟ ୫ଟା ୪୦ରେ ପାରଳାଖେମୁଣ୍ଡି ନିକଟ ଅମରା ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି। ନିଖୋଜ ବୃଦ୍ଧ ହେଲେ ଦୁର୍ଗା ପ୍ରସାଦ ପଣ୍ଡା। ସେ ପ୍ରତିଦିନ ଭଳି ଆଜି ଭୋରରୁ ମହେନ୍ଦ୍ରତନୟା ନଦୀକୁ ଗାଧୋଇବାପାଇଁ ଯାଇଥିଲେ। ଗାଧୋଉଥିବା ସମୟରେ ନଦୀ ସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି।
ଖବର ପାଇ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି। ସହକାରୀ ଅଗ୍ନିଶମ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି। ପ୍ରଖର ନଦୀ ସ୍ରୋତ ସତ୍ତ୍ବେ ଅଗ୍ନିଶମ କର୍ମଚାରୀମାନେ ବୃଦ୍ଧଙ୍କୁ ଖୋଜିବା ପାଇଁ ଉଦ୍ୟମ ଚଳାଇଛନ୍ତି।
ଅମରାସ୍ଥିତ ଲଳିତା ଦେବୀ ମନ୍ଦିରରେ ଗତ ୪ ବର୍ଷ ଧରି ପୂଜକ ଭାବେ କାର୍ଯ୍ୟ କରୁଥିଲେ
ଦୁର୍ଗା ପ୍ରସାଦ ଅମରାସ୍ଥିତ ଲଳିତା ଦେବୀ ମନ୍ଦିରରେ ଗତ ୪ ବର୍ଷ ଧରି ପୂଜକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନିଜ ଘର ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଟିଡିମି ଗ୍ରାମରେ ବୋଲି ଜଣାପଡ଼ିଛି।
Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍

22 minutes ago
2


