Missing in river: କୁଆଖାଇରେ ନିଖୋଜ ହୋଇଗଲେ ଦିବ୍ୟଜ୍ୟୋତି; ପୁଅକୁ ନ ପାଇ ବନ୍ଧରେ କାନ୍ଦୁଛନ୍ତି ମା’

1 week ago 4
ARTICLE AD BOX

ବାଲିଅନ୍ତା ବଜାର (ଗଦାଧର ଜେନା): ଭୁବନେଶ୍ବର ଉପକଣ୍ଠ ଦେଇ ପ୍ରବାହିତ କୁଆଖାଇରେ ବାରମ୍ବାର ଅଘଟଣ ଘଟୁଛି। ବିଗତ ୪ ବର୍ଷ ମଧ୍ୟରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ପ୍ରଶାସନ ଏବଂ ଲୋକଙ୍କର ଏହି ଅବହେଳା ହେଉଛି ମୂଳ କାରଣ ବୋଲି ଚର୍ଚ୍ଚା ହେଉଛି। ଆଜି ଅପରାହ୍‌ଣରେ ବାଲିଅନ୍ତା ଥାନା ଅନ୍ତର୍ଗତ ଇନ୍ଦ୍ରପାଳ ସାଈ ମନ୍ଦିର ନିକଟରେ ଏକ ବଡ଼ଧରଣର ଅଘଟଣ ଘଟିଛି। ଭୋଜି କରିବାକୁ ଆସିଥିବା ସମୟରେ ନଦୀରେ ଗାଧୋଇବା ବେଳେ ପାଣିରେ ଭାସିଯାଇ ଦୁଇ ଯୁବକ ଗମ୍ଭୀର ଦୁର୍ଘଟଣାର ଶିକାର ହୋଇଛନ୍ତି। 

ମିଳିଥିବା ସୂଚନା ଅନୁସାରେ, ଧଉଳି ଥାନା ଅନ୍ତର୍ଗତ କୁମାଢିଅ ଗ୍ରାମର ୧୮ ବର୍ଷୀୟ ଯୁବକ ରୁଦ୍ରନାରାୟଣ ସ୍ୱାଇଁ ପାଣିରେ ଭାସିଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଛି। ମାତ୍ର ଅନ୍ୟ ଜଣେ ଯୁବକ ଭୁବନେଶ୍ୱର ବୁଧେଶ୍ୱରୀ କଲୋନିର ଦିବ୍ୟଜ୍ୟୋତି ସ୍ୱାଇଁ ଏବେ ବି ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଜୋରସୋରରେ ଖୋଜାଖୋଜି ଜାରି ରଖିଛି। କୁଆଖାଇର ପ୍ରଖର ସ୍ରୋତରେ ଦିବ୍ୟଜ୍ୟୋତି ନିଖୋଜ ହୋଇଥିବା ବେଳେ ତାଙ୍କର ମା’ ନଦୀକୂଳରେ ବୁକୁ ଫଟାଇ କାନ୍ଦୁଛନ୍ତି। 

Woman jumps into river: କୁଆଖାଇକୁ ଡେଇଁ ପଡ଼ିଲେ ମହିଳା

ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବାନୁଯାୟୀ, କୁଆଖାଇ ନଦୀର ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ପୂର୍ବରୁ ମଧ୍ୟ ବାରମ୍ବାର ଏଭଳି ମର୍ମନ୍ତୁଦ ଅଘଟଣ ଘଟିଛି। ଦୁର୍ଘଟଣା ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ସତର୍କସୂଚନା ଫଳକ ଲଗାଯାଇଥିଲେ ହେଁ, ସେସବୁକୁ ଖାତିର ନକରି ଲୋକେ ବାରମ୍ବାର ବିପଦଜନକ ଭାବେ ନଦୀକୁ ଓହ୍ଲାଉଛନ୍ତି। ଏହି ଅସାବଧାନତା ହିଁ ଆଜି ପୁଣି ଏକ ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.