Missile hits UAE oil tanker: ୟୁଏଇ ତୈଳ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ଼: ଜଣେ ଭାରତୀୟ ନାବିକ ନିହତ, ୬ ଗୁରୁତର

1 month ago 10
ARTICLE AD BOX

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ସାମୁଦ୍ରିକ ପରିବହନ କରୁଥିବା ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ନେଇ ଭାରତ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ରଣନୈତିକ ସାମୁଦ୍ରିକ ମାର୍ଗରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁଇଟି ତୈଳ ଟ୍ୟାଙ୍କର ଉପରେ ଆଜି ଇରାନ ପକ୍ଷରୁ କରାଯାଇଥିବା କ୍ରୁଜ୍ ମିସାଇଲ୍‌ ମାଡ଼ରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ କେନ୍ଦ୍ର କରି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଜି ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସର ବରିଷ୍ଠ କୂଟନୀତିଜ୍ଞ ତଥା ଉପରାଷ୍ଟ୍ରଦୂତ ମହମ୍ମଦ ଜାଭାଦ ହୁସେନୀଙ୍କୁ ଜରୁରୀ ସମନ ଜାରି କରି ଆପତ୍ତି ପ୍ରକାଶ କରିଛି। ପଶ୍ଚିମ ଏସିଆରେ ଚାଲିଥିବା  ଉତ୍ତେଜନା ଆରମ୍ଭ ପରଠାରୁ ଏପର୍ଯ୍ୟନ୍ତ ମୋଟ ୧୩ ଜଣ ଭାରତୀୟ ନାଗରିକ ପ୍ରାଣ ହରାଇ ସାରିଥିବା ଏବଂ ୩ ଜଣ ନିଖୋଜ ଥିବାରୁ ଭାରତ ସରକାର ଏହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।

Judgement: ମାନବ ଚାଲାଣକାରୀଙ୍କୁ ବଡ଼ ଝଟକା; ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ

ଜଣେ ଭାରତୀୟ ନାବିକ ନିହତ, ୬ ଗୁରୁତର

ଇରାନ କୂଟନୀତିଜ୍ଞଙ୍କୁ ସମନ କଲା ଭାରତ

ଅନ୍ତର୍ଜାତୀୟ ନିୟମ ଉଲ୍ଲଂଘନ ନେଇ କଡ଼ା ପ୍ରତିକ୍ରିୟା

ଉତ୍ତେଜନା ଆରମ୍ଭରୁ ୧୩ ଭାରତୀୟଙ୍କ ମୃତ୍ୟୁ ହେଲାଣି

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଇରାନ କୂଟନୀତିଜ୍ଞଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି ଯେ ବାଣିଜ୍ୟିକ ଏବଂ ସାଧାରଣ ନାଗରିକ ପରିବହନ କରୁଥିବା ଜାହାଜ ଉପରେ ଏଭଳି ସାମରିକ ଆକ୍ରମଣ ଅନ୍ତର୍ଜାତୀୟ ନିୟମର ଖୋଲା ଉଲ୍ଲଂଘନ। ସାମୁଦ୍ରିକ ବାଣିଜ୍ୟ ପଥରେ ନିରୀହ ଭାରତୀୟ ନାବିକମାନଙ୍କ ଜୀବନହାନିକୁ ଭାରତ କଦାପି ଗ୍ରହଣ କରିବ ନାହିଁ। ଭାରତୀୟ ନାବିକମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ସହ ଏହି ଘଟଣାରେ ଉତ୍ତରଦାୟିତ୍ବ ସ୍ଥିର କରିବାକୁ ଭାରତ ଦାବି କରିଛି। ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ନିଜର ସାର୍ବଭୌମତ୍ୱ ରକ୍ଷା ପାଇଁ କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛି।

War: ଇରାନ ସହ ପୁଣି ଯୁଦ୍ଧ ପାଇଁ କଂଗ୍ରେସର ଅନୁମୋଦନ ଲୋଡ଼ିଲେ ଟ୍ରମ୍ପ

ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହର୍ମୁଜ ପ୍ରଣାଳୀର ଦକ୍ଷିଣ ସାମୁଦ୍ରିକ ପଥରେ ଓମାନର ଆଞ୍ଚଳିକ ଜଳସୀମା ମଧ୍ୟରେ ଗତି କରୁଥିବା ଦୁଇଟି ସୁପର ଟ୍ୟାଙ୍କର ‘ମୋମ୍ବାସା’ଏବଂ ‘ଅଲ୍ ବାହିୟା’କୁ ଲକ୍ଷ୍ୟ କରି ଇରାନ କ୍ରୁଜ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ମିସାଇଲ ମାଡ଼ ଯୋଗୁଁ ‘ମୋମ୍ବାସା’ ଜାହାଜରେ କାର୍ଯ୍ୟରତ ଜଣେ ଭାରତୀୟ ନାବିକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏହା ବ୍ୟତୀତ ଆକ୍ରମଣରେ ଅନ୍ୟ ୮ ଜଣ ନାବିକ ଗୁରୁତର ଭାବେ ଆହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ୬ ଜଣ ଭାରତୀୟ ଏବଂ ୨ ଜଣ ୟୁକ୍ରେନର ନାଗରିକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.