ARTICLE AD BOX
ମୁମ୍ବାଇ: ପଙ୍କଜ ତ୍ରିପାଠୀ, ଅଲୀ ଫଜଲ ଏବଂ ଦିବ୍ୟେନ୍ଦୁ ଶର୍ମାଙ୍କ ବହୁପ୍ରତୀକ୍ଷିତ ଫିଲ୍ମ 'ମିର୍ଜାପୁର ଦ ମୁଭି' ବକ୍ସ ଅଫିସ୍ରେ ଧମାକାଦାର ପ୍ରଦର୍ଶନ ଜାରି ରଖିଛି। ରିଲିଜ୍ର ୧୬ ଦିନ ମଧ୍ୟରେ ଫିଲ୍ମଟି କେବଳ ଭାରତରେ ନୁହେଁ, ବରଂ ବିଦେଶରେ ମଧ୍ୟ ବଡ଼ ରେକର୍ଡ ସୃଷ୍ଟି କରିଛି। ବିଶ୍ୱବ୍ୟାପୀ ଏହାର କଲେକ୍ସନ୍ ୩୦୦ କୋଟି ଟଙ୍କା ପାର୍ କରିସାରିଛି।
ବିଶ୍ୱବ୍ୟାପୀ ମୋଟ ଆୟ ଭାବେ କହିବାକୁ ଗଲେ ୧୬ ଦିନରେ ୩୦୨.୧୯ କୋଟି ଟଙ୍କା ରହିଛି | ସେହିପରି ଭାରତରେ ନେଟ୍ କଲେକ୍ସନ୍ ୨୧୦.୭୦ କୋଟି ଟଙ୍କା ରହିଛି | ସେହିପରି ଓଭରସିଜ୍/ବିଦେଶୀ ଆୟ ଭାବେ ୫୧.୨୫ କୋଟି ଟଙ୍କା ରହିଛି | ଏହି ସଫଳତା ସହ 'ମିର୍ଜାପୁର ଦ ମୁଭି' ୨୦୨୬ ମସିହାରେ ବିଦେଶରେ ସବୁଠାରୁ ଅଧିକ ଆୟ କରିଥିବା ୪ର୍ଥ ବଲିଉଡ୍ ଫିଲ୍ମ ପାଲଟିଛି।
ଆହୁରି ପଢନ୍ତୁ: Heavy Rain: ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ଗଞ୍ଜାମ ପ୍ରଶାସନ, ଅଧିକାରୀଙ୍କୁ ହେଡ୍କ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ
୨୦୨୬ର ଶୀର୍ଷ ଓଭରସିଜ୍ ଗ୍ରୋସର୍ ଫିଲ୍ମ ତାଲିକା ବାବଦରେ କହିବାକୁ ଗଲେ ଧୁରନ୍ଧର ୨ - ୪୫୧ କୋଟି ଟଙ୍କା, ଭୂତ ବଙ୍ଗଳା - ୫୭.୫୫ କୋଟି ଟଙ୍କା, ବର୍ଡର ୨ - ୫୭.୨୫ କୋଟି ଟଙ୍କା, ମିର୍ଜାପୁର ଦ ମୁଭି - ୫୧.୨୫ କୋଟି ଟଙ୍କା (୧୬ ଦିନ), କକ୍ଟେଲ୍ ୨ - ୪୨.୯୬ କୋଟି ଟଙ୍କା ରହିଛି |
ଆହୁରି ପଢନ୍ତୁ: Accident: ଡିଭାଇଡରରେ ପିଟି ହୋଇ ଜଳିଗଲା କାର, ଡାକ୍ତର ଜୀବନ୍ତ ଦଗ୍ଧ
ଷ୍ଟାର୍ କାଷ୍ଟ:
ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀ, ଅଲୀ ଫଜଲ ଏବଂ ଦିବ୍ୟେନ୍ଦୁଙ୍କ ବ୍ୟତୀତ ଅଭିଷେକ ବାନାର୍ଜୀ, ରସିକା ଦୁଗ୍ଗଲ, ମୋହିତ ମଲିକ, ଶୀବା ଚଡ୍ଡା, ରାଜେଶ ତୈଲଙ୍ଗ, ଶ୍ରିୟା ପିଲଗାଓଁକର, ଶ୍ୱେତା ତ୍ରିପାଠୀ ଏବଂ ସୋନାଲ ଏସ୍. ଚୌହାନ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

1 week ago
6


