Minor Girl: ପରିବାରିକ କଳହରୁ ଘାସମରା ଔଷଧ ପିଇ ନାବାଳିକା ଗୁରୁତର

2 hours ago 1
ARTICLE AD BOX

କଲ୍ୟାଣସିଂହପୁର:କଳାହାଣ୍ଡିଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଗ୍ରାମର ପ୍ରସାଦ ବାଗଙ୍କ ( ୧୭ ) ବର୍ଷୀୟା ଝିଅ ଲବଲୀ ବାଗ ପାରିବାରିକ କଳହକୁ କେନ୍ଦ୍ର କରି ଘାସମରା ଔଷଧ ପିଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଘଟଣା ପରେ ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପରିବାର ସଦସ୍ୟମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅନୁଭବ ସାହୁ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ । ନାବାଳିକା କେଉଁ ପ୍ରକାର ଔଷଧ ସେବନ କରିଛନ୍ତି ତାହା ସ୍ପଷ୍ଟ ହୋଇନଥିବାରୁ ଚିକିତ୍ସାରେ କିଛି ଜଟିଳତା ସୃଷ୍ଟି ହୋଇଥିଲା ।

ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ

ପ୍ରାଥମିକ ଚିକିତ୍ସା ପରେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଡାକ୍ତରମାନେ ତାଙ୍କୁ ତୁରନ୍ତ ଉଚ୍ଚତର ଚିକିତ୍ସା ପାଇଁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଔଷଧ ସେବନକୁ ନେଇ ଆତଙ୍କ ଓ ଚର୍ଚ୍ଚାର ମାହୋଲ ଦେଖାଦେଇଛି । ପାରିବାରିକ କଳହ ହିଁ ଏହି ଘଟଣାର ପ୍ରାଥମିକ କାରଣ ବୋଲି ଜଣାପଡ଼ିଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଏବେ ମଧ୍ୟ ସନ୍ଦେହରେ ରହିଛି ।

Long-term plan for floods: ବନ୍ୟା ପାଇଁ ହେବ ଦୀର୍ଘମିଆଦି ଯୋଜନା: ୨୩ ଜିଲ୍ଲା ପ୍ରଭାବିତ, ଭାଙ୍ଗିଛି ୩୫୬୭ ଘର, ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ

Read Entire Article
LEFT SIDEBAR AD

Hidden in mobile, Best for skyscrapers.