Mayurbhanj Road Accident: ଗାଡ଼ି ଧକ୍କାରେ ନାବାଳକ ସମେତ ୨ ମୃତ

1 week ago 6
ARTICLE AD BOX

ବାରିପଦା: ଆଜି (ସୋମବାର) ସନ୍ଧ୍ୟାରେ ମୟୂରଭଞ୍ଜଜିଲ୍ଲା କାଳିଆଷୋଳ ଫରେଷ୍ଟ ଛକ ନିକଟରେ ଗାଡ଼ିଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟଣାଇଥିବା ଗାଡ଼ିର ପତ୍ତା ମିଳିପାରିନାହିଁ। 

Motorcycle Accident ମୋଟରସାଇକଲ୍‌ ଦୁର୍ଘଟଣାରେ ସେବାନିବୃତ୍ତ ଯବାନଙ୍କ ମୃତ୍ୟୁ

କୋଷ୍ଠା ପଞ୍ଚାୟତ ଅଧନ ମହୁଲିସାହି ଗାଁର ରାହୁଳ ନାୟକ (୨୮) ଓ ରାଜୁ ନାୟକ (୧୮) ଚିତାଖଳା ଗାଁକୁ ଫୁଟ୍‌ବଲ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ। ସେଠାରୁ ଏକ ମୋଟରସାଇକଲ୍‌ରେ ଘରକୁ ଫେରୁଥିଲେ। ଶୁଳିଆପଦା ଥାନା ଅଧୀନ କାଳିଆଷୋଳ ଫରେଷ୍ଟ ଛକ ନିକଟରେ ଏକ ଗାଡ଼ି ଧକ୍କା ଦେଇଥିଲା। ଧକ୍କା ଏଭଳି ତୀବ୍ର ଥିଲା ଯେ ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁଘଟିଥିଲା। 

Gurugram biker hit-and-run case: ଗୁରୁଗ୍ରାମ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ଅଭିଯୁକ୍ତ ଗିରଫ

ଦୁର୍ଘଟଣା ସମୟରେ କେହି ନିକଟରେ ନଥିଲେ। ଏଣୁ ଦୁର୍ଘଟଣା କିଭଳି ଘଟିଲା ଅସ୍ପଷ୍ଟ ରହିଛି। ତେବେ ମୋଟରସାଇକଲ୍‌ର ପଛପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ପଛପଟୁ କୌଣସି ଯାନ ଧକ୍କା ଦେଇଥିବା ଅନୁମାନ କରାଯାଉଛି। 

Biker Killed: ଇନୋଭା ଧକ୍କାରେ ବାଇକ ଆରୋହୀ ମୃତ, ଚାଳକ ଅଟକ

ଶୁଳିଆପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.