ARTICLE AD BOX
ଖଡ଼ିଆଳ:ନୂଆପଡ଼ାଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ପଞ୍ଚାୟତର ଭୀମଖୋଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ କୋଠରୀରୁ ସ୍ୱାମୀଓ ସ୍ତ୍ରୀଙ୍କ ମୃତଦେହ ମିଳିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକ ଦମ୍ପତି ହେଲେ ସଂକୀର୍ତ୍ତନ ଗହୀର (୨୩) ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ଗହୀର (୨୦)। ସେମାନଙ୍କ ବିବାହ ପ୍ରାୟ ଦେଢ଼ ବର୍ଷ ପୂର୍ବେ ହୋଇଥିବା ଜଣାପଡ଼ିଛି।
ଦମ୍ପତିଙ୍କ ମୃତ୍ୟୁର କାରଣ ଜଣାପଡ଼ିନି
ସୂଚନା ଅନୁସାରେ, ସ୍ୱାମୀଙ୍କ ମୃତଦେହ ଖଟ ଉପରେ ଗୋଡ଼ ବନ୍ଧା ଅବସ୍ଥାରେ ମିଳିଥିବା ବେଳେ ସ୍ତ୍ରୀଙ୍କ ମୃତଦେହ ସେହି କୋଠରୀରୁ ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ଖଡ଼ିଆଳ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଦମ୍ପତିଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
Murder: କୋଇଡ଼ାରେ ଜଗୁଆଳିଙ୍କୁ ହତ୍ୟା: କ୍ରସର ଜଗିଥିବା ବେଳେ ସନାତନ ମୁଣ୍ଡାଙ୍କ ମୃତ୍ୟୁ; ପୁଲିସର ତଦନ୍ତ ଜାରି

58 minutes ago
1


