Manoj Kumar: ସ୍ବାଧୀନତା ଦିବସରେ ମନେପଡ଼ନ୍ତି ‘ମିଷ୍ଟର ଭାରତ’ ଓରଫ ମନୋଜ କୁମାର

1 hour ago 1
ARTICLE AD BOX

ଭୁବନେଶ୍ବର: ଆଜି ହେଉଛି ସ୍ବାଧୀନତାଦିବସ। ଆଜିର ଦିନରେ କେତେକ ହିନ୍ଦୀ ସିନେମାର ଦେଶାତ୍ମବୋଧକ ଗୀତ ବିଭିନ୍ନ ସ୍ଥାନରେ ବାଜିଥାଏ। ଆଉ ସେହି ଗୀତ ଭିତରୁ ବୋଧହୁଏ ସବୁଠାରୁ ଅଧିକ ଥାଏ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ମନୋଜ କୁମାରଙ୍କ ସିନେମାର। ତାଙ୍କ ସିନେମା ‘ଉପକାର୍‌’ର ମେରେ ଦେଶକି ଧରତୀ.., ‘ପୂରବ ଔର୍ ପଶ୍ଚିମ’ର ହେ ପ୍ରୀତ୍ ଯାହାଁକି ରୀତ୍ ସଦା.., ‘ଶହିଦ୍‌’ର ଏ ବତନ୍ ହେ ବତନ୍ ହମ୍‌କୋ ତେରି କସମ୍...ଆଦି ଉଲ୍ଲେଖଯୋଗ୍ୟ।

ତାଙ୍କୁ ବଲିଉଡର ମିଷ୍ଟର୍ ଭାରତ ବୋଲି କୁହାଯାଏ। ଦାଦା ସାହେବ୍‌ ଫାଲକେ ପୁରସ୍କାରପ୍ରାପ୍ତ ମନୋଜ କୁମାରଙ୍କ ସିନେମାରେ ଦେଶପ୍ରେମ  ଓ ସାମାଜିକ  ପ୍ରସଙ୍ଗକୁ ମୁଖ୍ୟ ଆଧାର କରାଯାଇଥିବା ଯୋଗୁଁ ତାଙ୍କୁ ‘ମିଷ୍ଟର ଭାରତ’ ନାଆଁରେ ସମସ୍ତେ ଜାଣନ୍ତି ।

ମନୋଜ କୁମାରଙ୍କ ପ୍ରକୃତ ନାମ ହେଲା  ହରିକିଷନ୍‌ ଗୋସ୍ୱାମୀ।  ତାଙ୍କର ୧୯୩୭ ମସିହା  ଜୁଲାଇ ୨୪ ତାରିଖରେ ପଞ୍ଜାବ ରାଜ୍ୟରେ ହୋଇଥିଲା । ତାଙ୍କୁ ଯେତେବେଳେ ଦଶବର୍ଷ  ବୟସ ହୋଇଥିଲା,  ସେତେବେଳେ ତାଙ୍କ ପରିବାର ପଞ୍ଜାବ ଛାଡ଼ି ଦିଲ୍ଲୀ ଚାଲିଆସିଥିଲେ। ମନୋଜଙ୍କ ପରିବାର ନୂଆଦିଲ୍ଲୀର ପଟେଲନଗରରେ ବସବାସ କରିଲେ । ସେ କଲେଜ୍‌  ଶିକ୍ଷା  ହିନ୍ଦୁ କଲେଜ୍‌ରୁ  ଆରମ୍ଭ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ ।

ଦିଲୀପ କୁମାରଙ୍କର ଦୃଢ଼ ପ୍ରଶଂସକ ଥିଲେ

ସେ ପିଲାଦିନରୁ ସିନେମା ଦେଖୁଥିଲେ। ବିଶେଷଭାବେ ସେ ଦିଲୀପ କୁମାରଙ୍କର ଜଣେ ଦୃଢ଼ ପ୍ରଶଂସକ ଥିଲେ, ଦିଲୀପ କୁମାରଙ୍କ  ଅଧିକାଂଶ ଫିଲ୍ମ ଦେଖିଥିଲେ । ୧୯୪୯ରେ ଦିଲୀପ କୁମାରଙ୍କ  ଅଭିନୀତ ‘ ଶବନମ୍‌ ମୁକ୍ତିଲାଭ କରିଥିଲା । ଏହି ସିନେମାଟି ତାଙ୍କୁ  ଖୁବ୍‌ ପ୍ରଭାବିତ କରିଥିଲା ।  ଏଥିରେ  ତାଙ୍କ ଚରିତ୍ରର ନାଆଁ ଥିଲା ‘ମନୋଜ୍‌’ । ଏଣୁ ସେ ଯେତେବେଳେ ବଲିଉଡ୍‌ରେ ପ୍ରବେଶ କରିଲେ, ନିଜର ସ୍କ୍ରିନ୍‌  ନାଆଁ ରଖିଥିଲେ ମନୋଜ କୁମାର । ଏହିପରି ଭାବେ ହରିକିଷନ ଗୋସ୍ୱାମୀରୁ  ସେ ହୋଇଥିଲେ ମନୋଜ କୁମାର। 

Death: ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଥିବା ସମୟରେ ତଳେ ପଡ଼ିଗଲେ ବୃଦ୍ଧ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.