Manganese Stones: ମାଙ୍ଗାନିଜ ଚୋରା ଚାଲାଣ ବେଳେ ହାଇୱା ଓ ଜେସିବି ଜବତ, ଚାରି ଅଟକ

1 month ago 14
ARTICLE AD BOX

କାଶୀପୁର: ରାୟଗଡ଼ା ବନଖଣ୍ଡ ଅଧୀନ ଟିକିରି ବନାଞ୍ଚଳର ଲେଲିଗୁମା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ଚୋରାଚାଲାଣ ହେଉଥିବା ମାଙ୍ଗନିଜ ପଥର ବୋଝେଇ ହାଇୱା ଗାଡ଼ି ସହିତ ଜେସିବିକୁ ଜବତ କରିଛି ବନ ବିଭାଗ। ଏହି ଘଟଣାରେ ସଂପୃକ୍ତ ଚାରି ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଜବତ ମାଙ୍ଗନିଜ ପଥରର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ହେବ ବୋଲି  ଜଣାଯାଇଛି।

ସ୍ୱତନ୍ତ୍ର ଟିମ ଲେଲିଗୁମା ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିଲେ

ସୂଚନାଯୋଗ୍ୟ, ଆଜି ସକାଳେ ବନ ବିଭାଗର ଟିକିରି ଏବଂ ରାୟଗଡ଼ା ବନାଞ୍ଚଳର ଏକ ସ୍ୱତନ୍ତ୍ର ଟିମ ଲେଲିଗୁମା ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିଲେ। ଲେଲିଗୁମା ଗ୍ରାମ ନିକଟ ଖରକା ଛକରେ  ହାଇୱା ଗାଡ଼ି ନଂ ଓଡ଼ି18ସି-8278 ଏବଂଜେସିବିକୁ ଅଟକାଇ ଯାଞ୍ଚବେଳେ ମାଙ୍ଗାନିଜ ବୋଝେଇ ହୋଇଥିବାର ଜଣା ପଡ଼ିଥିଲା।

Rathayatra: ରଥଯାତ୍ରା ପୂର୍ବରୁ ବିଳମ୍ବିତ ରାତିରେ ପୁରୀରେ ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର

Read Entire Article
LEFT SIDEBAR AD

Hidden in mobile, Best for skyscrapers.