ARTICLE AD BOX
ଜଳନ୍ଧର: ବାଂଲାଦେଶ ବିପକ୍ଷରେ ୧୩-୦ର ଏକ ବିଶାଳ ବିଜୟ ସହ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ନିଜର ଅଭିଯାନ ଆରମ୍ଭ କରିଛି ଭାରତ। ସ୍ଥାନୀୟ ସୁରଜିତ ସିଂହ ହକି ଷ୍ଟାଡିୟମରେ ମଙ୍ଗଳବାର ସଂଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବର୍ତ୍ତମାନର ଚାମ୍ପିଅନ ଭାରତୀୟ ଦଳ ଆଗରେ ବାଂଲାଦେଶ ବେଶ୍ ଦୁର୍ବଳ ପ୍ରତିଦ୍ବନ୍ଦ୍ବୀ ସାବ୍ୟସ୍ତ ହୋଇଥିଲା। ଭାରତ ପ୍ରଥମ କ୍ବାର୍ଟରରେ ୪ ଗୋଲ୍ ଦେଇଥିବାବେଳେ ଦ୍ବିତୀୟରେ ୨, ତୃତୀୟରେ ୩ ଓ ଚତୁର୍ଥ କ୍ବାର୍ଟରରେ ପୁନର୍ବାର ୪ ଗୋଲ୍ ସ୍କୋର କରିଥିଲା। ଦଳ ପକ୍ଷରୁ ମନଦୀପ ସିଂହ ହ୍ୟାଟ୍ରିକ୍ ଗୋଲ୍ ସ୍କୋର କରିଥିବାବେଳେ ଅଧିନାୟକ ହର୍ମନପ୍ରୀତ ସିଂହ, ଉପଅଧିନାୟକ ହାର୍ଦିକ ସିଂହ ଓ ଦୀଲପ୍ରୀତ ସିଂହ ଦୁଇଟି ଲେଖାଏଁ ଗୋଲ୍ କରିଥିଲେ।
Cyclone Arnab: ଆରମ୍ଭ ହେଲା ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା, ଜାରି ରହିବ ବର୍ଷା
ଏସୀୟ ଚାମ୍ପିଅନ୍ସ ଟ୍ରଫି ଉଦ୍ଘାଟିତ, ଶିଳାନନ୍ଦ ଦେଲେ ଗୋଲ୍
ସେହିଭଳି ଓଡ଼ିଶା ଖେଳାଳି ଶିଳାନନ୍ଦ ଲାକ୍ରା ଏବଂ ଅଭିଷେକ ନାଇନ, ନୀଳକାନ୍ତ ଶର୍ମା ଓ ଯୁଗରାଜ ସିଂହ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତା ଗୁରୁବାର ଚୀନକୁ ଭେଟିବ। ଏହା ପୂର୍ବରୁ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ମାଲେସିଆ ୫-୪ ଗୋଲ୍ରେ ଚୀନ୍କୁ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଥିଲା। ମାଲେସିଆ ପକ୍ଷରୁ ଅବୁ କମାଲ ଅଜରାଇ ଦୁଇଟି ଫିଲ୍ଡ ଗୋଲ୍ ସ୍କୋର କରିଥିଲେ। ଦ୍ବିତୀୟ ମ୍ୟାଚ୍ରେ ଜାପାନ ୩-୨ ଗୋଲ୍ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା।
Foreign exchange: ଟଙ୍କା ପାଇଁ ଅତ୍ୟଧିକ ବିଦେଶୀ ମୁଦ୍ରା ଖର୍ଚ୍ଚ କରନି: ରାଜନ

58 minutes ago
4


