ARTICLE AD BOX
ସୋର: ଗାଈ ଚରାଇବାକୁ ଯାଇ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣଙ୍କ ହେଲେ ଖାଇରା ଥାନା ମାଖନପୁର ପଂଚାୟତ ଡାଲଙ୍ଗ ଗ୍ରାମର ଶଙ୍କର୍ଷଣ ସେଠୀ(୭୨)।
ବିଦ୍ୟୁତ୍ ଆଘାତରେ ଚାଲିଗଲା ଦମ୍ପତିଙ୍କ ଜୀବନ: ଅନାଥ ହେଲା ୧୧ ବର୍ଷର ପୁଅ
ସୂଚନା ମୁତାବକ ; ଶଙ୍କର୍ଷଣ ଆଜି ସକାଳେ ଗାଈ ଚରାଇବାକୁ ଯାଇଥିବା ବେଳେ ମଧ୍ୟାହ୍ନ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହିତ ବିଲରେ ତାଙ୍କୁ ଅଚେତ ଅବସ୍ଥାରେ ଦେଖିଥିଲେ। ତୁରନ୍ତ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଭଣଜାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ ମାମୁଁ; ବିଦ୍ୟୁତ୍ ଆଘାତରେ ୨ଜଣଙ୍କ ମୃତ୍ୟୁ
ଧାନ ଚାଷ ପାଇଁ ଚାଷୀମାନେ ଷଣ୍ଢଙ୍କ ଦାଉରୁ ରକ୍ଷା ପାଇବାକୁ ବିଲରେ କରେଣ୍ଟ ବ୍ୟବହାର କରୁଛନ୍ତି। ଏହି ବିଦ୍ୟୁତ୍ ଆଘାତରେ ସଂକର୍ଷଣଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଡ଼ାକ୍ତରଖାନାରେ ପହଁଚି ଶବ ବ୍ୟବଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

2 weeks ago
13


