ARTICLE AD BOX
ମାଲକାନଗିରିର ତାମସା ପଞ୍ଚାୟତ ଆର୍ ଓ କଲୋନୀରେ ନିଶାଶକ୍ତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ଆକ୍ରମଣରେ ତାଙ୍କ ୩ ବର୍ଷର ଝିଅ ଓ ପଡ଼ୋଶୀ ମହିଳା ଗୁରୁତର ଆହତ। ଉଭୟ ମେଡିକାଲରେ ଭର୍ତ୍ତି, ପୁଲିସର ତଦନ୍ତ ଜାରି।
ଆହତ ମହିଳାମାଲକାନଗିରି: ଜଣେ ମଦ୍ୟପ ନିଶାଶକ୍ତ ଅବସ୍ଥାରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ନିଜର ଝିଅ ଓ ପଡ଼ୋଶୀ ଘରର ମହିଳାଙ୍କୁ ଆକ୍ରମଣ କରିଛି। ଆକ୍ରମଣରେ ଦୁହେଁ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
Monkey Attack: ମାଙ୍କଡ଼ଙ୍କ ଉତ୍ପାତରେ ଅତିଷ୍ଠ କି? ଏହି ଗନ୍ଧରେ ଛୁ ମାରିବେ ମାଙ୍କଡ଼!
ଘଟଣା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ ତାମସା ଗ୍ରାମପଞ୍ଚାୟତର ଆର ଓ କଲୋନୀରେ ବାସ କରୁଥିବା ଆଇତା କବାସି(୨୪) ନାମକ ବ୍ୟକ୍ତି ମଦ୍ୟପାନ କରି ନିଜ ୩ ବର୍ଷର କୁନି ଝିଅ ସହିତ ପଡ଼ୋଶୀ ଘରର ଜଣେ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ବାରମ୍ବାର ଆଘାତ କରିଥିଲେ। ଝିଅ ଦେବେ କବାସି (୩) ଏବଂ ପଡ଼ୋଶୀ ଘରର ନାନ୍ଦା କବାସିଙ୍କ ସ୍ତ୍ରୀ ମୁନ୍ନି କବାସୀ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ତେବେ ମୁନ୍ନି କାବାସୀଙ୍କ ସ୍ବାମୀ ନାନ୍ଦା କବାସିଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ତଦନ୍ତ ଆରମ୍ଭ କରିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


