Malkangiri: ସ୍ବାଭିମାନ ଅଂଚଳରେ ଯୋଗାଯୋଗ ବ୍ୟବସ୍ଥା ପାଇଁ ନିର୍ଭୀକ ଉଦ୍ୟମକୁ ପ୍ରଶଂସା

26 minutes ago 1
ARTICLE AD BOX

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଦିନେ ଯେଉଁ ଅଞ୍ଚଳକୁ ପହଞ୍ଚିବା ଥିଲା ଦୁର୍ଗମ ଓ ବିପଦସଙ୍କୁଳ, ସେହି ସ୍ୱାଭିମାନ ଅଞ୍ଚଳରେ ରାସ୍ତା ନିର୍ମାଣ କରି ଯୋଗାଯୋଗର ନୂଆ ଦିଗ ଖୋଲିବାରେ ଅନେକଙ୍କ ଅବଦାନ ରହିଛି। ନକ୍ସଲ ପ୍ରଭାବିତ ଏହି ଅଞ୍ଚଳରେ ଜୀବନକୁ ବିପଦରେ ପକାଇ ରାସ୍ତା ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଥିବା ଯନ୍ତ୍ରୀ ଓ କର୍ମଚାରୀଙ୍କ ଦୁଃସାହସିକ କାହାଣୀ ଏବେ ପୁସ୍ତକରେ ସ୍ଥାନ ପାଇଛି।

ସତ୍ୟ ଘଟଣା ଉପରେ ଆଧାରିତ ଅଜୟ ମହାପାତ୍ରଙ୍କ ରଚିତ ‘ମିସନ ସଡ଼କ’ ପୁସ୍ତକରେ ମାଲକାନଗିରିର ଦୁର୍ଗମ ଓ ନକ୍ସଲ ପ୍ରଭାବିତ ଅଞ୍ଚଳରେ ରାସ୍ତା ନିର୍ମାଣର ବାସ୍ତବ ଘଟଣାକୁ ଉପସ୍ଥାପନ କରାଯାଇଛି। ବିଶେଷକରି ଗ୍ରାମୀଣ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କ ନିର୍ଭୀକ ଓ ଦୁଃସାହସିକ କାର୍ଯ୍ୟକୁ ପୁସ୍ତକରେ ପ୍ରଶଂସା କରାଯାଇଛି। ନକ୍ସଲ ଭୟ ମଧ୍ୟରେ ଅନେକ ପ୍ରତିବନ୍ଧକକୁ ସାମ୍ନା କରି ପ୍ରଶାନ୍ତ କୁମାର ବେହେରା ସ୍ୱାଭିମାନ ଅଞ୍ଚଳରେ ରାସ୍ତା ନିର୍ମାଣ ଓ ଯୋଗାଯୋଗ ବ୍ୟବସ୍ଥାକୁ ଆଗେଇ ନେବାରେ ଭୂମିକା ନେଇଥିଲେ। ଦୁର୍ଗମ ଯଡାମ୍ବ,ପଣସପୁଟ ସମେତ ଦୁର୍ଗମ ଯନ୍ତ୍ରୀ ଭଳି ଅଞ୍ଚଳକୁ ରାସ୍ତା ସଂଯୋଗ କରିବା ଭଳି କାର୍ଯ୍ୟରେ ତାଙ୍କର ଉଦ୍ୟମ ଉଲ୍ଲେଖନୀୟ ବୋଲି ପୁସ୍ତକରେ ବର୍ଣ୍ଣିତ ହୋଇଛି।

Go-Adventure: ‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ଦୁଃସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

ଏହି ରାସ୍ତାଗୁଡ଼ିକ କେବଳ ଯାତାୟାତକୁ ସହଜ କରିନଥିଲା, ବରଂ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ମୁଖ୍ୟସ୍ରୋତ ସହ ଯୋଡ଼ିବାରେ ମଧ୍ୟ ସହାୟକ ହୋଇଥିଲା। ବିପଦକୁ ଖାତିର ନକରି କାର୍ଯ୍ୟ ସମ୍ପାଦନ କରିଥିବା ପ୍ରଶାନ୍ତଙ୍କ ଏହି ଉଦ୍ୟମକୁ ‘ମିଶନ ସଡ଼କ’ରେ ବିଶେଷ ଭାବେ ଉଲ୍ଲେଖ କରାଯାଇଛି। ଏହା ପୂର୍ବରୁ ପ୍ରଶାନ୍ତଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମ୍ମାନିତ କରିସାରିଛନ୍ତି।

ଭୁବନେଶ୍ୱରରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ‘ମିସନ ସଡ଼କ’ ପୁସ୍ତକର ଉନ୍ମୋଚନ ଅବସରରେ ଅବକାରୀ, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରଶାନ୍ତ କୁମାର ବେହେରାଙ୍କ ଦୁଃସାହସିକ କାର୍ଯ୍ୟକୁ ପ୍ରଶଂସା କରିଥିବା ଜଣାପଡ଼ିଛି। ‘ମିଶନ ସଡ଼କ’ରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣ ପଛରେ ଥିବା ସଂଘର୍ଷ, ବିପଦ ଓ ସାହସର କାହାଣୀ ସାମ୍ନାକୁ ଆସିଥିବା ବେଳେ ପ୍ରଶାନ୍ତଙ୍କ ଭୂମିକାକୁ ନେଇ ଏବେ ଜିଲ୍ଲାରେ ମଧ୍ୟ ପ୍ରଶଂସାର ସୁଅ ଛୁଟୁଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.