ARTICLE AD BOX
ପୁରୀ: ଘଡ଼ିକୁ ଘଡ଼ି ବସି ଆଇପିଏସ୍ ଅଫିସରମାନେ ବୈଠକ କଲେ। ଶ୍ରୀଗୁଣ୍ଡିଚା ଭିଡ଼ ଦେଖି ସୁନାବେଶରେ ଭକ୍ତଙ୍କ ସଂଖ୍ୟା ମଧ୍ୟ ଆକଳନ କଲେ। ସେଥିପାଇଁ ସ୍ବତନ୍ତ୍ର ଟ୍ରାଫିକ୍ ପ୍ଲାନ୍ ହେଲା। ସବୁ ସତ୍ତ୍ବେ ସୁନାବେଶକୁ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲା। ଆଜି ଅପରାହ୍ଣରେ ପୁରୀକୁ ଲୋକଙ୍କର ସୁଅ ଛୁଟିଥିଲା। ହଜାର ହଜାର ଗାଡ଼ି ଭୁବନେଶ୍ବରରୁ ପୁରୀ ମୁହାଁ ହୋଇଥିଲା। ଆଜି ମାଳତିପାଟପୁର ପାଖରେ ସୃଷ୍ଟି ହୋଇଥିଲା ଅଭାବନୀୟ ସ୍ଥିତି। ରାତି ସାଢ଼େ ୧୧ଟା ଯାଏଁ ମାଳତିପାଟପୁର ଅତିକ୍ରମ କରିବାକୁ ଲାଗୁଥିଲା ୫ ଘଣ୍ଟା। ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ସହ ପୁରୀ ବାସିନ୍ଦା ବି ଫସି ରହିଥିଲେ। ପୁରୀ-ଭୁବନେଶ୍ବର ଲାଇନ୍ ବସ୍ ବି ଫସିଥିଲା। ୫ଟା ବେଳେ ଭୁବନେଶ୍ବରରୁ ଘରକୁ ଫେରୁଥିବା ଲୋକ ରାତି ସାଢ଼େ ୧୧ଯାଏ ଫେରି ପାରିନଥିଲା। ସେଠାରୁ ବାହାରି ଆସି ଘରେ ପହଞ୍ଚିବାକୁ ବିକଳ୍ପ ନଥିଲା। ୫ ଘଣ୍ଟା କାଳ ବସ୍ଭିତରେ ବସି ରହିବା ପରେ ମହିଳା ଯାତ୍ରୀମାନଙ୍କ ପାଇଁ ସବୁଠାରୁ ବଡ଼ ଯନ୍ତ୍ରଣା ଦାୟକ ଥିଲା ପରିସ୍ରା କରିବା।
Elephant: ପୁଣି ଘର ଭାଙ୍ଗିଲା ହାତୀ; ଘଟଣାସ୍ଥଳ ପରିଦର୍ଶନ କଲେ ସରପଞ୍ଚ
ଛୋଟ ଛୋଟ ପିଲାଙ୍କୁ ଧରି ବସ୍ରେ ଫେରୁଥିବା ମହିଳା ମଧ୍ୟ ଅଣନିଶ୍ବାସୀ ହୋଇ ପଡ଼ିଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଥିଲେ, ଲୋକମାନେ ବିନା ପାସ୍ରେ ସିଧା ପୁରୀ ଯିବାକୁ ଯିଦ୍ କରୁଥିବାରୁ ସମସ୍ୟା ହୋଇଥିଲା। କେତେକ ପୁଲିସ କର୍ମଚାରୀ ବିରକ୍ତ ହୋଇ ବାରିକେଡ୍ ପକାଇ ବସି ରହିଥିଲେ। ଫଳରେ ଯିଏ ଯେଉଁ ଛିଡ଼ା ହୋଇଥିଲା, ସେମିତି ରହିଥିଲା। ଏଣୁ ଟ୍ରାଫିକ୍ ଭୁଶୁଡ଼ି ପଡ଼ିଥିଲା।
ମାଳତିପାଟପୁରରେ ପାସ୍ ନଥିବା ଗାଡ଼ିଗୁଡ଼ିକୁ ସେଠାରୁ ବାମପାର୍ଶ୍ବରେ ରେଳ ଓଭର ବ୍ରିଜ୍ ଦେଇ ତାଳବଣିଆ ଛଡ଼ାଯାଉଥିଲା। ପାସ୍ ଥିବା ଗାଡ଼ିକୁ ବାଟଗାଁ ପର୍ଯ୍ୟନ୍ତ ଛଡ଼ାଯାଉଥିଲା। ସେଠାରୁ ଡାହାଣ ପାର୍ଶ୍ବରେ ବାଇପାସ୍ ଦେଇ ଷ୍ଟର୍ଲିଂ ପାର୍କିଂକୁ ଛଡ଼ାଯାଉଥିଲା। ସେଠାରେ ମାଳମାଳ ପୁଲିସ ଅଫିସର ଥିଲେ, ହେଲେ ଭୁବନେଶ୍ବରରୁ ଆସୁଥିବା ଗାଡ଼ିଗୁଡ଼ିକ ମାଳତିପାଟପୁର ପହଞ୍ଚିବା ପୂର୍ବରୁ ପାସ୍ଧାରୀଙ୍କୁ ଗୋଟିଏ ପାର୍ଶ୍ବ ଓ ଅନ୍ୟଗାଡ଼ିକୁ ଆଉ ଗୋଟିଏ ପାର୍ଶ୍ବରେ ରଖି ଛାଡ଼ିବା ପାଇଁ ବ୍ୟବସ୍ଥା ହୋଇ ନଥିଲା। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା କଥା, ଚନ୍ଦନପୁରରୁ ଗାଡ଼ିଗୁଡ଼ିକୁ ଦୁଇଟି ଧାଡ଼ିରେ ଆଣିବା କଥା। ଯେହେତୁ ବାମପାର୍ଶ୍ବରେ ତାଳବଣିଆ ଯିବାକୁ ରାସ୍ତା ଅଛି, ସେଥିପାଇଁ ବାମପାର୍ଶ୍ବରେ ପାସ୍ ନଥିବା ଗାଡ଼ି ଓ ଡାହାଣପଟରେ ପାସ୍ ଧାରୀଙ୍କୁ ଛାଡ଼ିବା କଥା। ହେଲେ ମାଳତିପାଟପୁର ପାଖରେ ଅତିକ୍ରମ କରିବାକୁ ୫ଘଣ୍ଟା ଲାଗି ନଥାନ୍ତା।
Delhi Police: ଲାଠିଚାର୍ଜ, ଲୁହବୁହା ଗ୍ୟାସ ପ୍ରୟୋଗ; ୩ ପୁଲିସ ଆହତ
ତେବେ କେବଳ ମାଳତିପାଟପୁର ନୁହେଁ, ସହରସାରା ବି ପରିଚାଳନାଗତ ତ୍ରୁଟି ଯୋଗୁ ବିଶୃଙ୍ଖଳା ଦେଖାଦେଇଛି। ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ହୋଇଯିବାରୁ କୌଣସି ଗାଡ଼ି ନଛାଡ଼ିବା ଏବଂ କୌଣସି ପ୍ରକାରର ପାସ୍ କାମ କରିବ ନାହିଁ ବୋଲି ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ଘୋଷଣା କରିଥିଲେ। ଏଣୁ କୁମ୍ଭାରପଡ଼ା ଥାନା ଛକରୁ ବଡ଼ଦାଣ୍ଡ ଆଡ଼କୁ ବାରିକେଡ୍ ଲଗାଯାଇଥିଲା। ହେଲେ ଦାୟିତ୍ବରେ ଥିବା ଅଧିକାରୀ କିଛି ଅଟୋ, ବ୍ୟବସାୟୀ ଓ ଯୁବତୀଙ୍କୁ ଛାଡ଼ିଦେବାରୁ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଅଧିକାରୀ ଓ ତଳିଆ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହେବା ପରେ କିଛି ସମୟ ପାଇଁ ବାରିକେଡ୍ ଖୋଲି ଦେବାରୁ ବଡ଼ଦାଣ୍ଡକୁ ସମୁଦ୍ର ଭଳି ଗାଡ଼ି ମାଡ଼ି ଆସିଥିଲା। ଏଣୁ ଡାକ୍ତରଖାନା ଛକରେ ଜାମ୍ ହୋଇଯାଇଥିଲା। ସହରସାରା ଆଜି ଏଭଳି ପରିଚାଳନାଗତ ତ୍ରୁଟି କାରଣରୁ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା।

1 hour ago
1


