ARTICLE AD BOX
ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ପୁଣି ମ୍ୟାଲେରିଆ ନେଲା ଛାତ୍ରଙ୍କ ଜୀବନ। ମୃତ ଛାତ୍ର ଜଣଙ୍କ ହେଲେ ଚତୁର୍ଥ ଶ୍ରେଣୀର ଜୟସେନ କଣ୍ଡାଗରି, ୯ ବର୍ଷ I ଜୟସେନ ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ମେଡିକାଲ କଲେଜ ଏବଂ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ର ଜଣକ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ଅତଡାର ହଷ୍ଟେଲରେ ରହି ପାଠ ପଢୁଥିଲେ I ମୃତ ଛାତ୍ର ଜଣକ ବଡକାଶିପାଡୁ ଗ୍ରାମର ଜୋହନ କଣ୍ଡାଗରୀଙ୍କ ପୁଅ ବୋଲି ଜଣାପଡିଛି ।
Ganja: ୫୦୩ କିଲୋ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ
ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ସୂଚନାରୁ ଜଣାପଡିଛି ଜୟସେନ ଗତ ମାସରେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ପ୍ରଥମେ ଜମାଦେଇପେଣ୍ଠ ସିଏଚସିରେ ଚିକିତ୍ସିତ ହୋଇଥିଲେ I କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା I କିନ୍ତୁ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡ଼ିବାରୁ ତାଙ୍କୁ ବ୍ରହ୍ମପୁର ଗତ ୭ ତାରିଖ ଦିନ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର କରାଯାଇଥିଲା I ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି I ୭ ଦିନ ମଧ୍ୟରେ ଦ୍ଵିତୀୟ ମ୍ୟାଲେରିଆ ଜନିତ ମୃତ୍ୟୁ ଘଟଣା ରାୟଗଡ଼ା ଜିଲ୍ଲାରୁ ଆସିଛି I

1 hour ago
1


