Mahanad: ମହାନଦୀର ତଣ୍ଟି ଚିପୁଛି ଛତିଶଗଡ଼! ମୌସୁମୀ ସରୁସରୁ କଲମାର ୬୩ ଗେଟ୍ ବନ୍ଦ

52 minutes ago 1
ARTICLE AD BOX

ଝାରସୁଗୁଡ଼ା: ଏପଟେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆପୋସ ଆଲୋଚନା, ସେପଟେ ମୌସୁମୀ ଋତୁ ସରୁସରୁ ନଦୀର ଜଳପ୍ରବାହକୁ ସଙ୍କୁଚିତ କରିବାରେ ଲାଗିଛି ଛତିଶଗଡ଼। କଲମା ବ୍ୟାରେଜ୍‌ର ମୋଟ ୬୬ଟି ଗେଟ୍ ମଧ୍ୟରୁ ୬୩ଟି ବନ୍ଦ କରି ଦିଆଯାଇଥିବାରୁ ଓଡ଼ିଶାକୁ ଆସୁଥିବା ଜଳର ପରିମାଣ ମାତ୍ର ୫ ହଜାର କ୍ୟୁସେକ୍‌ ମଧ୍ୟରେ ସୀମିତ ରହିଛି। ଏହାର ପ୍ରଭାବ ହୀରାକୁଦ ଜଳଭଣ୍ଡାର ଉପରେ ପଡ଼ିବା ଆରମ୍ଭ କରିଛି। ଉପରମୁଣ୍ଡରୁ ଜଳପ୍ରବେଶ କମିବାରୁ ମାତ୍ର ସପ୍ତାହକ ମଧ୍ୟରେ ଜଳସ୍ତର ଫୁଟେରୁ ଅଧିକ ଖସିଗଲାଣି। ବିଭିନ୍ନ ଶିଳ୍ପସଂସ୍ଥାର ଇନ୍‌ଟେକ୍‌ ୱେଲ୍‌କୁ ଜଳଯୋଗାଣ ପାଇଁ ଛତିଶଗଡ଼ ଏଭଳି ପଦକ୍ଷେପ ନେଉଥିବା ଅଭିଯୋଗ ହେଉଥିବା ବେଳେ ଆଗକୁ ହୀରାକୁଦର ଜଳସ୍ଥିତିକୁ ନେଇ ଚିନ୍ତା ବଢ଼ିଛି।

Supreme Court : ଏସ୍‌ଆଇଆର୍‌ ବିରୋଧରେ ରାହୁଲଙ୍କ ଆବେଦନ: ନିର୍ବାଚନ କମିସନ ଓ ୩ ଆୟୁକ୍ତଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌

ମହାନଦୀ ଜଳ ବିବାଦ ଆରମ୍ଭ ହେବା ଦିନଠାରୁ ଛତିଶଗଡ଼ର କଲମା ବ୍ୟାରେଜ୍‌ ବିବାଦର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। ବିଶେଷକରି ଅଣମୌସୁମୀ ଋତୁରେ ଏଠାରେ ଜଳ ଅଟକାଇ ରଖାଯାଉଥିବା ବେଳେ ମୌସୁମୀ ସମୟରେ ଏକକାଳୀନ ଗେଟ୍‌ ଖୋଲାଯିବା ଓଡ଼ିଶା ପାଇଁ ଚିନ୍ତାର କାରଣ ହେଉଛି। ଗତ ମାସରେ ହୋଇଥିବା ବନ୍ୟା ସମୟରେ କଲମାରୁ ଅପ୍ରତ୍ୟାଶିତ ଭାବେ ପାଣି ଆସିବା ଫଳରେ ହୀରାକୁଦର ଉପରମୁଣ୍ଡରେ ଥିବା ଓଡ଼ିଶାର ସୀମାନ୍ତ ଗାଁଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ବର୍ଷା କମିବା ପରେ ଜଳପ୍ରବାହକୁ ରୋକିବା ଆରମ୍ଭ କରିଛି ଛତିଶଗଡ଼। ଗତ ଦୁଇଦିନ ମଧ୍ୟରେ କଲମା ବ୍ୟାରେଜ୍‌ରେ ଗେଟ୍‌ ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଗେଟ୍‌କୁ ଖୋଲା ରଖି ଚତୁର୍ଥରୁ ୬୬ତମ ଗେଟ୍‌ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ବନ୍ଦ କରିଦିଆଯାଇଛି। ଫଳରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ମାତ୍ର ୩ଟି ଗେଟ୍‌ ଖୋଲା ରହିଛି। ଏହି ଗେଟ୍‌ଗୁଡ଼ିକ ଦେଇ ଓଡ଼ିଶାକୁ ପ୍ରାୟ ୫ ହଜାର କ୍ୟୁସେକ୍‌ ପାଣି ଆସୁଥିବା ଆକଳନ କରାଯାଇଛି। ବ୍ୟାରେଜ୍‌ର ଶେଷ ଭାଗରେ ଥିବା ଏହି ତିନୋଟି ଗେଟ୍‌ ନିକଟରେ ଜଳସ୍ତର ଅତ୍ୟନ୍ତ ନିମ୍ନରେ ଥିବାରୁ ଆଶାନୁରୂପ ଜଳପ୍ରବାହ ହୋଇ ପାରୁନାହିଁ। ଫଳରେ ଓଡ଼ିଶା ସୀମାରେ ପହଞ୍ଚିବା ବେଳକୁ ଜଳଧାରା କ୍ଷୀଣ ହୋଇ ସରୁ ଧାରଟିଏ ହୋଇଯାଉଛି।

ମୌସୁମୀ ସରୁସରୁ କଲମାର ୬୩ ଗେଟ୍ ବନ୍ଦ
ଓଡ଼ିଶାକୁ ଆସୁଛି ମାତ୍ର ୫ ହଜାର କ୍ୟୁସେକ୍ ପାଣି
ସପ୍ତାହକରେ ଫୁଟେରୁ ଅଧିକ ଖସିଲା ହୀରାକୁଦ ଜଳସ୍ତର

Delhi Internet Shutdown: ଇଣ୍ଟର୍‌ନେଟ୍‌ ବନ୍ଦ ଘଟଣାରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନାକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ

ଅନ୍ୟପକ୍ଷରେ କଲମା ବ୍ୟାରେଜ୍‌ର ଉପରମୁଣ୍ଡରେ ଥିବା ସାରାଡିହି, ବସନ୍ତପୁର, ଶିଓରିନାରାୟଣ, ସମୋଡା ଓ ମିରୋନି; ଏହି ପାଞ୍ଚଟି ବ୍ୟାରେଜ୍‌ରେ ମଧ୍ୟ ଗେଟ୍‌ ବନ୍ଦ ପ୍ରକ୍ରିୟା ଶେଷ ହୋଇଛି। ଏହାଦ୍ୱାରା କଲମାକୁ ଉପରମୁଣ୍ଡରୁ ଜଳ ଆସିବା ପରିମାଣ ଯଥେଷ୍ଟ କମିଯାଇଛି। ଏଭଳି ସ୍ଥିତିରେ ଇବ୍‌ ଓ ଭେଡେନ ନଦୀରୁ ଆସୁଥିବା ପାଣି ହିଁ ହୀରାକୁଦକୁ କିଛିଟା ଆଶ୍ୱସ୍ତି ଦେଉଛି। ଗତ ପ୍ରାୟ ୪ ଦିନ ଧରି ହୀରାକୁଦ ଜଳଭଣ୍ଡାରକୁ ଦୈନିକ ଜଳପ୍ରବେଶ ୧୦ ହଜାରରୁ ୧୭ ହଜାର କ୍ୟୁସେକ୍‌ ମଧ୍ୟରେ ରହିଛି। କଲମା ବ୍ୟାରେଜ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୯୭ ମିଟର ଥିବା ବେଳେ ଗୁରୁବାର ସନ୍ଧ୍ୟା ସୁଦ୍ଧା ଏହାର ଜଳସ୍ତର ୧୯୪.୭୦୦ ମିଟରକୁ ଖସିଆସିଛି। ଏଭଳି ସ୍ଥିତିରେ ଖୋଲା ରହିଥିବା ଅବଶିଷ୍ଟ ତିନୋଟି ଗେଟ୍‌ ମଧ୍ୟ ଯେକୌଣସି ସମୟରେ ବନ୍ଦ ହୋଇପାରେ ବୋଲି ସୂଚନା ମିଳିଛି। ଯଦି ଏପରି ହୁଏ, ତେବେ ଓଡ଼ିଶାକୁ ମହାନଦୀର ଜଳପ୍ରବାହ ଆହୁରି ହ୍ରାସ ପାଇବାର ଆଶଙ୍କା ରହିଛି। ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ହୀରାକୁଦ ଜଳଭଣ୍ଡାର ଏହାର ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟ ଛୁଇଁଥିଲା। କିନ୍ତୁ ଏବେ ଉପରମୁଣ୍ଡରୁ ଜଳ ପ୍ରବେଶ କ୍ରମାଗତ ହ୍ରାସ ପାଉଥିବାରୁ ଜଳସ୍ତର ଦ୍ରୁତ ଗତିରେ ଖସୁଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଫୁଟେରୁ ଅଧିକ ପାଣି କମିଯିବା ଜଳଭଣ୍ଡାରର ସ୍ଥିତିକୁ ନେଇ ଚିନ୍ତା ବଢ଼ାଇଛି। ଏପରି ସମୟରେ କଲମାର ସମସ୍ତ ଗେଟ୍‌ ବନ୍ଦ ହୋଇଗଲେ ହୀରାକୁଦ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.