Madhyapradesh: ମଧ୍ୟପ୍ରଦେଶର ଦମୋହରେ ପତ୍ନୀ ଓ ୩ ସନ୍ତାନଙ୍କୁ କୁରାଢ଼ୀରେ ହାଣି ହତ୍ୟା

1 week ago 8
ARTICLE AD BOX

ଭୋପାଳ: ମଧ୍ୟପ୍ରଦେଶ ଦମୋହ ଜିଲ୍ଲାରେ ଶନିବାର ସକାଳେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଜିଲ୍ଲା ଅଧୀନସ୍ଥ କବିରପୁର ଗାଁ‌ରେ ଜଣେ ୩୦ ବର୍ଷୀୟ ବ୍ୟକ୍ତି କୌଣସି କଥାକୁ ନେଇ ଯୁକ୍ତିତର୍କ ପରେ ପତ୍ନୀ ଓ ୩ ସନ୍ତାନଙ୍କୁ କୁରାଢୀରେ ହାଣି ହତ୍ୟା କରିଥିବା ପୁଲିସ ସୂଚନା ଦେଇଛି। ପୁଲିସ ମୃତକଙ୍କୁ ଖେମା ପଟେଲ (୨୭), ଝିଅ ଉର୍ମିଳା (୭) ୫ ବର୍ଷ ଓ ବର୍ଷକର ଦୁଇପୁଅ ‌ଭାବେ ଚିହ୍ନଟ କରିଛି।

ଆହୁରି ପଢନ୍ତୁ: Bhutan: ଭୁଟାନରେ ୪.୯ ତୀବ୍ରତାର ଭୂମିକମ୍ପ: ଉତ୍ତର-ପୂର୍ବ ଭାରତରେ ଝଟ୍‌କା ଅନୁଭୂତ

ତଦନ୍ତରୁ ଜଣାପଡ଼ିଛି ଯେ, ଦମ୍ପତିଙ୍କର ବର୍ଷକରୁ ଅଧିକ ସମୟ ହେଲା ବିବାଦ ଚାଲୁଥିଲା। ଛଅ ମାସ ତଳେ ଖେମା ସ୍ବାମୀଙ୍କ ନାଁରେ ମାଗ୍ରନ୍‌ ଥାନାରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ। ହତ୍ୟାକାଣ୍ଡ ଘଟାଇବା ପରେ ସ୍ବାମୀ ଦ୍ବାରକା ପଟେଲ ଫେରାର୍‌ ନ ହୋଇ କୁରାଢ଼ୀ ସହିତ ଘର ବାହାରେ ପୁଲିସ ଆସିବାକୁ ଅପେକ୍ଷା କରିଥିଲା। ପୁଲିସ କହିଛି ଶୁକ୍ରବାର ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ପୁଣି ପାଟିତୁଣ୍ଡ ହୋଇଥିଲା। ସମ୍ପର୍କୀୟମାନେ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ପତ୍ନୀ ଓ ପିଲାମାନେ ଶୋଇପଡ଼ିବା ପରେ ଦ୍ବାରକା ସେମାନଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା। ପୁଲିସ ପୂର୍ବ ଅଭିଯୋଗ ଓ ପରିବାର ଲୋକଙ୍କ ବୟାନ ଆଧାରରେ ଘଟଣାର ତଦନ୍ତ କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.