Maa Bhadrakali: ମହାକାଳୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ, ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

3 days ago 4
ARTICLE AD BOX

ଭଦ୍ରକ: ଆଜି ମହାକାଳୀ ବେଶରେ ପୂଜା ପାଇଲେ ମା ଭଦ୍ରକାଳୀ। ଗତକାଲି ମା ଭଦ୍ରକାଳୀ ବେଦମାତା ବେଶରେ ପୂଜା ପାଇଥିଲେ। ଆଜି  ଦ୍ୱିତୀୟ ଦିନରେ ମା ମହାକାଳୀ ବେଶରେ ପୂଜା ପାଇବା ପରେ ଭକ୍ତମାନେ ଦର୍ଶନ ଦେଉଛନ୍ତି । ଭଦ୍ରକାଳୀ ପୀଠରେ ଆଜି ଭକ୍ତଙ୍କର ପ୍ରବଳ ଭିଡ଼ ଲାଗିଛି। ଭକ୍ତମାନେ ନିଜ  ନିଜର ମାନସିକ ପାଇଁ ମାଙ୍କ ପୀଠକୁ ଆସି ଭୋଗ ଲଗାଇଛନ୍ତି।

ରାଜରାଜେଶ୍ୱରୀ ବେଶରେ ପୂଜା ପାଇବେ

ନଅ ଦିନ ବ୍ୟାପୀ ମା ଭଦ୍ରକାଳୀ ବେଶରେ ପୂଜା ପାଇବେ। ମହାଯଜ୍ଞ ପ୍ରତିଦିନ ଚାଲୁଥିବା ବେଳେ ଆସନ୍ତା ୧୪ ତାରିଖ ଶନିବାର ଯଜ୍ଞର ପୂର୍ଣ୍ଣାହୁତି ରହୁଛି।  ଚଳିତ ବର୍ଷ  ମା ଙ୍କ ମହାଯଜ୍ଞର ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି।  ଏଥିପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏଠାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତି ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ କରାଯାଉଛି।  ଆସନ୍ତାକାଲି ତୃତୀୟ ଦିନରେ ମା ଭଦ୍ରକାଳୀ ରାଜରାଜେଶ୍ୱରୀ ବେଶରେ ପୂଜା ପାଇବେ ।

Badminton: ଋତାପର୍ଣ୍ଣାଙ୍କୁ ଲାଗାତାର କାଂସ୍ୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.