ARTICLE AD BOX
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଝିଅ ଅପହରଣ ମାମଲା ପ୍ରତ୍ୟାହାର କରିବାକୁ ମନା କରିବାରୁ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ସୁବୋଧ ଯାଦବ (୪୫) ଏକ ଇଟାଭାଟିରେ ଶ୍ରମିକ ଭାବେ କାମ କରୁଥିଲେ। ତାଙ୍କ ଘର ବିହାରର ମୁଙ୍ଗେର ଜିଲ୍ଲାରେ। ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଇଟାଭାଟି ପରିସରରେ ପଶି ସେ ଶୋଇଥିବା ସମୟରେ ଗୁଳି କରିଥିଲେ। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ପୁଲିସ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।
ଆହୁରି ପଢନ୍ତୁ:Rath Yatra: କଟକର ୮ରୁ ଅଧିକ ସ୍ଥାନରେ ଗଡ଼ିଲା ରଥ
ପୁଲିସ କହିଛି, କିଛି ଦିନ ପୂର୍ବରୁ ମୃତକଙ୍କ ନାବାଳିକା ଝିଅଙ୍କୁ ଅପହରଣ କରାଯାଇଥିବା ନେଇ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲା ପ୍ରତ୍ୟାହାର କରିବା ପାଇଁ ମୃତକଙ୍କ ଉପରେ ଲଗାତାର ଚାପ ପକାଯାଉଥିଲା। ଅଭିଯୁକ୍ତମାନେ ବାରମ୍ବାର ତାଙ୍କୁ ଧମକ ଦେଉଥିଲେ। କିନ୍ତୁ ସେ ମାମଲା ପ୍ରତ୍ୟାହାର କରିବାକୁ ରାଜି ହୋଇ ନ ଥିଲେ। ବୁଧବାର ରାତିରେ ସୁବୋଧ ଇଟାଭାଟି ପରିସରରେ ଶୋଇଥିବାବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ତାଙ୍କ ଉପରେ ନିକଟରୁ ଗୁଳି ଚଳାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଆହୁରି ପଢନ୍ତୁ:Rath Yatra: ସିଦ୍ଧଳ ଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ରଥଯାତ୍ରା
ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ମୃତକଙ୍କ ପରିବାର ଲୋକ ଅପହରଣ ମାମଲାର ଅଭିଯୁକ୍ତମାନଙ୍କ ବିରୋଧରେହତ୍ୟା ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା ଅନୁସାରେ, ମାମଲା ପ୍ରତ୍ୟାହାର କରିବାକୁ ମନା କରିବାରୁ ଯୋଜନାବଦ୍ଧ ଭାବେ ଏହି ହତ୍ୟା କରାଯାଇଛି। ପରିବାର ସଦସ୍ୟଙ୍କ ବୟାନ ଆଧାରରେ ମାମଲା ରୁଜୁ କରାଯାଇଛି। ଫରେନସିକ ଦଳ ମଧ୍ୟ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହକରିଛି। ପୁଲିସ ଏପର୍ଯ୍ୟନ୍ତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି।

7 hours ago
1


