Lowest temperature in space: ମହାକାଶରେ ସର୍ବନିମ୍ନ ତାପମାତ୍ରା

1 day ago 1
ARTICLE AD BOX

ଚୀନ୍‌ର ବୈଜ୍ଞାନିକମାନେ ସ୍ପେସ୍‌ ଷ୍ଟେସନ୍‌ରେ ରୁବିଡିୟମ୍ ପରମାଣୁଗୁଡ଼ିକୁ ୯.୭ ପିକୋକେଲଭିନ୍ ତାପମାତ୍ରା ଯାଏ ଥଣ୍ଡା କରି ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଏହା ମଣିଷ ଦ୍ୱାରା ସୃଷ୍ଟ ସବୁଠୁ କମ୍ ତାପମାତ୍ରା। ଏହି ଅବସ୍ଥାକୁ ସାତ ସେକେଣ୍ଡ ପର୍ଯ୍ୟନ୍ତ ସ୍ଥିର ରଖି ବୈଜ୍ଞାନିକମାନେ ପରମାଣୁଗୁଡ଼ିକର ଗତିବିଧି ଅଧ୍ୟୟନ କରିଛନ୍ତି। ଏହି ସଫଳତା କ୍ୱାଣ୍ଟମ୍ ବିଜ୍ଞାନ ଗବେଷଣା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ତାପମାତ୍ରାର ସବୁଠୁ ନିମ୍ନ ତାତ୍ତ୍ୱିକ ସୀମାକୁ ‘ଆବ୍‌ସଲ୍ୟୁଟ୍ ଜିରୋ’ କୁହାଯାଏ। ଏହି ତାପମାତ୍ରା ହେଉଛି ଶୂନ ଡିଗ୍ରି କେଲ୍‌ଭିନ୍ ବା ବିଯୁକ୍ତ ୨୭୩.୧୫ ଡିଗ୍ରି ସେଲସିୟସ୍। ଏକ ପିକୋକେଲଭିନ୍ ହେଉଛି ଏକ ଡିଗ୍ରି କେଲଭିନ୍‌ର ଏକ ଲକ୍ଷ କୋଟି ଭାଗରୁ ଭାଗେ। ଏହି ପରୀକ୍ଷଣରେ ହାସଲ ହୋଇଥିବା ୯.୭ ପିକୋକେଲଭିନ୍ ତାପମାତ୍ରା ‘ଆବ୍‌ସଲ୍ୟୁଟ୍ ଜିରୋ’ର ଅତି ନିକଟତର। ଏଭଳି ଅବସ୍ଥାରେ ପରମାଣୁଗୁଡ଼ିକର ଗତି ପ୍ରାୟ ବନ୍ଦ ହୋଇଯାଏ। ଫଳରେ ସେମାନଙ୍କର କ୍ୱାଣ୍ଟମ୍ ଗୁଣକୁ ଅଧ୍ୟୟନ କରିବା ସହଜ ହୁଏ।

IDBI Bank: ସରଳ ବିଚାର: ଆଇଡିବିଆଇ ବ୍ୟାଙ୍କର ବିଦେଶୀ ମାଲିକାନା

ଚୀନ୍‌ର ସ୍ପେସ୍‌ ଷ୍ଟେସନ୍‌ରେ ଥିବା ଅଲ୍‌ଟ୍ରା କୋଲ୍‌ଡ ଆଟମ୍ ଫିଜିକ୍ସ ରାକ୍‌ରେ ଏହି ପରୀକ୍ଷଣ କରାଯାଇଥିଲା। ପେକିଂ ବିଶ୍ୱବିଦ୍ୟାଳୟ ଓ ସାଂଘାଇ ଇନଷ୍ଟିଚ୍ୟୁଟ୍ ଅଫ୍ ଅପ୍ଟିକ୍ସ ଆଣ୍ଡ୍‌ ଫାଇନ୍ ମେକାନିକ୍ସର ବୈଜ୍ଞାନିକମାନେ ଏହାକୁ ସଫଳ କରିଥିଲେ। ୨୦୧୧ରେ ଏହି ପ୍ରକଳ୍ପର ସମ୍ଭାବ୍ୟତା ଅଧ୍ୟୟନ ଆରମ୍ଭ ହୋଇଥିଲା। ୨୦୨୨ରେ ମେଙ୍ଗତିଆନ୍ ମଡ୍ୟୁଲ୍ ସହ ପରୀକ୍ଷଣ ବ୍ୟବସ୍ଥା ମହାକାଶକୁ ପଠାଯାଇଥିଲା। ଏହି ପରୀକ୍ଷଣ ପାଇଁ ବୈଜ୍ଞାନିକମାନେ ଲେଜର୍ ଆଲୋକର ସହାୟତା ନେଇଥିଲେ। ପ୍ରଥମେ ପରମାଣୁଗୁଡ଼ିକୁ ଏକ ଆଲୋକୀୟ ଫାଶରେ ରଖାଯାଇଥିଲା। ପରେ ଲେଜର୍‌ର ତୀବ୍ରତା କମାଇ ଏବଂ ସ୍ୱତନ୍ତ୍ର ଶୀତଳୀକରଣ ପ୍ରକ୍ରିୟା ଆପଣାଇ ତାପମାତ୍ରା ହ୍ରାସ କରାଯାଇଥିଲା। ଏହି ପ୍ରକ୍ରିୟାରେ ମହାକାଶର ଅତି କମ୍ ମାଧ୍ୟାକର୍ଷଣ ବଳ ବେଶ୍ ସହାୟକ ହୋଇଥିଲା।

Neglect: ୩୦ବର୍ଷ ପରେ ବି ସୁନାରୀସାହି ରାସ୍ତା ଓ ନାଳର ପୁନଃରୁଦ୍ଧାର ହୋଇନଥିବା ଅଭିଯୋଗ

ଏହା ପୂର୍ବରୁ ୨୦୨୧ରେ ଜର୍ମାନୀର ଏକ ବୈଜ୍ଞାନିକ ଦଳ ୩୮ ପିକୋକେଲଭିନ୍ ତାପମାତ୍ରା ହାସଲ କରିଥିଲେ। ଚୀନ୍‌ର ନୂଆ ରେକର୍ଡ ଏହାଠାରୁ ଯଥେଷ୍ଟ କମ୍। ଅନ୍ୟପକ୍ଷରେ ପୃଥିବୀରେ ଏଭଳି ପରମାଣୁକୁ ମାତ୍ର ୦.୦୫ ସେକେଣ୍ଡ ଏବଂ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ରେ ପ୍ରାୟ ଏକ ସେକେଣ୍ଡ ନିରୀକ୍ଷଣ କରିବା ସମ୍ଭବ ହୋଇଥାଏ। ଚୀନ୍‌ର ମହାକାଶ ଷ୍ଟେସନ୍‌ରେ ଏହି ସମୟକୁ ସାତ ସେକେଣ୍ଡକୁ ବୃଦ୍ଧି କରାଯାଇପାରିଛି। ବୈଜ୍ଞାନିକଙ୍କ ମତରେ ଏହି ସଫଳତା ଭବିଷ୍ୟତରେ କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ଅତ୍ୟନ୍ତ ସଠିକ୍ ଆଣବିକ ଘଣ୍ଟା ଓ ଇନର୍ସିଆଲ୍ ମାପ ପ୍ରଯୁକ୍ତିର ବିକାଶରେ ସହାୟକ ହେବ। ଏହା ସହିତ ବ୍ରହ୍ମାଣ୍ଡର ପ୍ରାରମ୍ଭିକ ଅବସ୍ଥା, କ୍ୱାଣ୍ଟମ୍ ପଦାର୍ଥର ଗୁଣ ଓ ଡାର୍କ ମାଟର୍‌ର ସନ୍ଧାନ ପାଇଁ ମଧ୍ୟ ନୂଆ ରାସ୍ତା ଖୋଲିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.