low-pressure area: ୨୨ରେ ପୁଣି ଲଘୁଚାପ

4 hours ago 1
ARTICLE AD BOX

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଓ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ସ୍ଥଳ ଭାଗକୁ ଚାଲିଯାଇଛି। ତେଣୁ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ କମୁଛି। ତଥାପି ମୌସୁମୀ ନିମ୍ନଚାପ ରେଖା ଏବଂ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ଯୋଗୁଁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ବଢ଼ିପାରେ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ପାହାଡ଼ିଆ ଅଞ୍ଚଳର କେତେକ ସ୍ଥାନରେ ଅଧିକ ବର୍ଷା ହେବ। ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୨ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ନିକଟକୁ ଆସିବ। ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଧିକ ରହିଛି। ଏହା ସୃଷ୍ଟି ହେବା ପରେ ଏହାର ଶକ୍ତି, ଗତିପଥ ଓ ଓଡ଼ିଶାରେ ବର୍ଷାର ପ୍ରଭାବ ନେଇ ଅଧିକ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

Encounter in Sambalpur: ସମ୍ବଲପୁରରେ ଏନ୍‌କାଉଣ୍ଟର: ପୁଲିସ ଗୁଳିରେ କୁଖ୍ୟାତ ଇରଫାନ ଆହତ, ୨ ସହଯୋଗୀ ଗିରଫ

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଲାଗିରହିବ। ସୋମବାର ଓ ମଙ୍ଗଳବାର କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବାକି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାର ବନ୍ଧୁଗାଁ, କେନ୍ଦୁଝରର ଆନନ୍ଦପୁର, ଘସିପୁରା, ବଲାଙ୍ଗୀରର ଦେଓଗାଁରେ ୫ ସେମି ଲେଖାଏଁ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Chief Minister : ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ: ‘ଆମ ପିଲାଙ୍କୁ ଆମ ମାଟିରେ ଚାକିରି ଦେବୁ’

Read Entire Article
LEFT SIDEBAR AD

Hidden in mobile, Best for skyscrapers.