Long-term plan for floods: ବନ୍ୟା ପାଇଁ ହେବ ଦୀର୍ଘମିଆଦି ଯୋଜନା: ୨୩ ଜିଲ୍ଲା ପ୍ରଭାବିତ, ଭାଙ୍ଗିଛି ୩୫୬୭ ଘର, ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ

1 week ago 4
ARTICLE AD BOX

ଭୁବନେଶ୍ବର: ବନ୍ୟାର କାରଣ ନେଇ ଜିଲ୍ଲାପାଳମାନେ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦେବେ। ସେହି ଆଧାରରେ ବନ୍ୟା ମୁକାବିଲା ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ହେବ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ଆଜି ଲୋକସେବା ଭବନରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ ରାଜସ୍ବ ମନ୍ତ୍ରୀ ବୈଠକ କରିଥିଲେ। ଏଥିରେ ବନ୍ୟା ମୁକାବିଲା ବ୍ୟବସ୍ଥାର ବିସ୍ତୃତ ଆଲୋଚନା କରାଯାଇଥିଲା। ବନ୍ୟାର ପ୍ରଚ୍ଛଦ ପରିସ୍ଥିତି ଓ କାରଣ, ଚଳିତ ବର୍ଷ ଏକାସାଙ୍ଗରେ ଏକାଧିକ ନଦୀରେ ବନ୍ୟା ଆସିବା, ଜଳ ନିଷ୍କାସିତ ହେବାରେ ରହିଥିବା ସମସ୍ୟା, ଘେରି ବନ୍ଧର ଆବଶ୍ୟକତା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳମାନେ ସେମାନଙ୍କ ରିପୋର୍ଟରେ ଏସବୁ ତଥ୍ୟ ରଖିବାକୁ କୁହାଯାଇଛି।

Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଭାବିତ ଜିଲ୍ଲାମାନଙ୍କର ରିପୋର୍ଟ ଇତିମଧ୍ୟରେ ସରକାରଙ୍କ ହସ୍ତଗତ ହୋଇଛି। କିଛି ଜିଲ୍ଲାରେ ସମ୍ପୂର୍ଣ୍ଣ ରୂପେ ବନ୍ୟାଜଳ ପ୍ରଭାବ ହ୍ରାସ ହୋଇନଥିବାରୁ ପରିସ୍ଥିତିରେ ସୁଧାର ଆସିବା ପରେ ଯଥାଶୀଘ୍ର ସେହି ଜିଲ୍ଲାର ରିପୋର୍ଟ ପଠାଇବାକୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟାରେ ୨୩ ଜିଲ୍ଲା ଆଂଶିକ ବା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ହସ୍ତଗତ ରିପୋର୍ଟ ଅନୁଯାୟୀ, ୩୫୬୭ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୭,୨୯୭ ହେକ୍ଟର ଚାଷଜମି ନଷ୍ଟ ହୋଇଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଏହା ଅଧିକ ହୋଇପାରେ। ଜିଲ୍ଲାପାଳମାନେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ ସହ ବନ୍ୟା ମୁକାବିଲା ପାଇଁ ପ୍ରଦତ୍ତ ଆର୍ଥିକ ସହାୟତାରୁ ତ୍ୱରିତ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ଅର୍ଥ ଆବଶ୍ୟକ ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାହା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ଏହା ମଧ୍ୟରେ ୧୧୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

LAC: ଭାରତ-ଚୀନ୍‌ ମଧ୍ୟରେ ଏଲ୍‌ଏସି ସ୍ଥିତିର ସମୀକ୍ଷା; ସୀମା ପରିଚାଳନା ଓ ସହଯୋଗ ଉପରେ ଆଲୋଚନା

ସେହିପରି ଯେଉଁ ଜାତୀୟ ରାଜପଥ ତଥା ଅନ୍ୟାନ୍ୟ ରାସ୍ତା ବନ୍ୟା ଜଳ ଆସିଲେ ପ୍ରଭାବିତ ହେଉଛନ୍ତି, ସେହିସବୁ ରାସ୍ତାର ମରାମତି ତଥା ଅନ୍ୟ ସମାଧାନ ବ୍ୟବସ୍ଥା ନିମନ୍ତେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ସହ ଆଲୋଚନା କରାଯାଇଛି। ସେହି ରାସ୍ତା ସମ୍ପର୍କରେ ଜିଲ୍ଲା ପ୍ରଶାସନ ରିପୋର୍ଟ ଦେବା ପରେ ସେଥିନିମନ୍ତେ ମଧ୍ୟ ରାଜସ୍ୱ ବିଭାଗ ପକ୍ଷରୁ ଭିତ୍ତିଭୂମି ସୁଦୃଢ଼ ଲାଗି ପାଣ୍ଠି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଶକ୍ତି ବିଭାଗ, ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ ବିଭାଗ ଏବଂ ଅନ୍ୟ ବିଭାଗଗୁଡ଼ିକୁ ସେମାନଙ୍କର କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ ପ୍ରସ୍ତୁତ ରିପୋର୍ଟ ମୁତାବକ ଆଗାମୀ ବଜେଟରୁ ଏଥିପାଇଁ ଅର୍ଥ ରାଶି ଭରଣା କରାଯିବ। ବୈଠକରେ ସ୍ବତନ୍ତ୍ର ରିଲିଫ୍ କମିସନର ରାଜେଶ ପ୍ରଭାକର ପାଟିଲ୍, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଗ୍ରାମ୍ୟ ଉନ୍ନୟନ ବିଭାଗର ଶାସନ ସଚିବ ଯାମିନୀ ଷଡ଼ଙ୍ଗୀ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ଶାସନ ସଚିବ ପ୍ରେମଚନ୍ଦ୍ର ଚୌଧୁରୀ, ପଞ୍ଚାୟତିରାଜ ବିଭାଗର ଶାସନ ସଚିବ ଗିରିଶ ଏସ୍. ଏନ୍, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଗୁହା ପୁନମ ତାପସ କୁମାର, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.