ARTICLE AD BOX
ସ୍ତ୍ରୀଲୋକର ଉପପାଦ୍ୟ
ଶୁଭଶ୍ରୀ ଶୁଭସ୍ମିତା ମିଶ୍ର
ଯମୁନାରେ ବହୁଥିବା ପାଣି ଜାଣେ ମୋର ବୟସ
ଗଙ୍ଗାଙ୍କ ସହ ଆତ୍ମରତିରେ ମାତିଥିବା ପୁରୁଷ
ମୁଣ୍ଡରେ ତାଣ୍ଡବ ଝଙ୍କାର ତୋଳେ ନାରୀର କ୍ରୋଧ
ସ୍ତବ୍ଧ ହେଇଯାଏ ଆକାଶ!
ଆତ୍ମକଥନର ବେଳାରେ, ତଥାପି ସବା ପଛଧାଡ଼ିରେ
ନିରବ, ମୌନ ରହିବାର କଳା ନେଇ
ଉଡ଼ିଯାଏ କାନି, ନତମସ୍ତକ ହେଲାବେଳେ
ଦିଶେ ହଳେ ଆଖି, ଆତ୍ମସ୍ଥ ମୁଦ୍ରାରେ!
ଆହୁରି ପଢ଼ନ୍ତୁ- Survey: ଚାକିରି ଖୋଜିବା ବଦଳରେ ବ୍ୟବସାୟ ପାଇଁ ଆକୃଷ୍ଟ ହେଉଛନ୍ତି ଯୁବପିଢ଼ି: ଭାରତର ୨୨% କଲେଜ ଛାତ୍ରଛାତ୍ରୀ ଆରମ୍ଭ କଲେ ନିଜର ବ୍ୟବସାୟ
ଏ ବେଳା ଅଭିଶାପର, ଆଶୀର୍ବାଦର ମୁଦ୍ରାରେ
ସଂଗଠିତ ହୁଏ ପୃଥିବୀକୁ ଓହ୍ଲାଇ ପଡ଼ିବାର ଆରମ୍ଭ
ମୌନମୁନିର ଅଭିସାର ନେଇ ପୁରୁଷ ଦେଖୁଥାଏ
ପାଣିରେ ଭାସିଯାଏ ଭବିଷ୍ୟତ
ଖୋଲିଗଲେ ପାଟି, ମହାପ୍ରଳୟ
ତଥାପି ତୁଣ୍ଡରେ ଉଚ୍ଚାରିତ ହୁଏ ଶବ୍ଦ
ଆହତ ହୁଏନା, ନିର୍ବାଣ ପାଏ ଅଭିଶାପ
ଏଥର ଆରମ୍ଭ ହୁଏ ନୂଆ ଆରମ୍ଭର,
ଲେଖା ହୁଏ ଶ୍ଳୋକ, ବୋଲାଯାଏ କବିତା
ମହାଗାଥାର ନାୟକମାନେ ଅନ୍ଧାର ଭିତରେ
ମୁକ୍ତିର ଆଲୋକ ଦେଖନ୍ତି,
ଉପପାଦ୍ୟର ଆଦ୍ୟାଂଶରେ ଲେଖାଯାଏ,
ସ୍ତ୍ରୀଲୋକ କାନି,
ଯାହା ନିର୍ଲଜ୍ଜରେ ଉଡ଼ିଗଲା ବୋଲି ତ ଏତେକଥା
ଯେଉଁ ରକ୍ତର ଛିଟା ଦିଶୁଛି
ସେ ସବୁ ପ୍ରାପ୍ୟ ସେଇ କାନିର
ଦୁଧରଙ୍ଗର ସଫେଦ ଧଳା ପଣତରେ
ରକ୍ତର ଦାଗ,
ଆହୁରି ପଢ଼ନ୍ତୁ- Anil Kapoor: "ଯଦି ମୋର କେହି ଯାଆଁଳା ଭାଇ ଥାଆନ୍ତେ, ତେବେ ସେ କେବଳ ସତୀଶ କୌଶିକ": ବନ୍ଧୁଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ଅନିଲ କପୁର
ହଁ ମ ଅଧିକ କ’ଣ?
ନାରୀ ହିଁ ତ ଅଭିଶପ୍ତ କରେ ନାରୀକୁ
ଦେହର ଭାସେ ମୁର୍ଦାର।
ରକ୍ତାକ୍ତ ପଣତ ଭାବୁଥାଏ,
କେତେ ପ୍ରଗାଢ଼ ସତରେ
ପୁରୁଷତନ୍ତ୍ରର ବିସ୍ତାର!
ମୋ: ୯୮୬୧୭୮୮୯୯୯
ଅଧିକ ଦେଖନ୍ତୁ-

1 hour ago
2


