ARTICLE AD BOX
Liquor Mafia Rule In Chandahandi? Illegal Alcohol Trade Destroys Families In Nabarangpur | Argus News ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ କୁଟିର ଶିଳ୍ପ ଭଳି ବ୍ୟାପିବାରେ ଲାଗିଛି ଚୋରା ମଦ କାରବାର। ବ୍ଲକର ପ୍ରତ୍ୟେକ ଗାଁ ଗଳିକନ୍ଦିରେ ଦେଶୀ, ବିଦେଶୀ ଏବଂ ଜରି ପାଉଚ୍ ମଦ ବେଆଇନ ଭାବେ ବିକ୍ରି ହେଉଛି। ଆନ୍ଧ୍ରରୁ ଆସିଥିବା ଲୋକେ ଖଜୁରି ରସ ବିକ୍ରି କରୁଛନ୍ତି। ପୋଲିସ ଓ ଅବକାରୀ ବିଭାଗର ଅସାଧୁ ମେଣ୍ଟ ଯୋଗୁଁ ମଦ ମାଫିଆମାନେ ଅଞ୍ଚଳକୁ କବଜା କରିସାରିଲେଣି। ଏହାର କୁପ୍ରଭାବ ସବୁଠାରୁ ଅଧିକ ପଡ଼ିଛି ଦିନମଜୁରିଆ, ଛାତ୍ର ଏବଂ ଯୁବପିଢ଼ିଙ୍କ ଉପରେ। ଦିନସାରା କଠିନ ପରିଶ୍ରମ କରି ରୋଜଗାର କରୁଥିବା ଶ୍ରମିକମାନେ ମଦ ଭାଟିରେ ସର୍ବସ୍ବାନ୍ତ ହେଉଥିବାରୁ ଅନେକ ସଂସାର ଉଜୁଡ଼ି ଯିବା ସହ ପରିବାରରେ ଅଶାନ୍ତି ଲାଗିରହିଛି। ଏପରିକି ଜରି ପାଉଚ୍ ପିଇ ଅନେକ ଅକାଳରେ ଜୀବନ ମଧ୍ୟ ହାରିଲେଣି। ବିଭିନ୍ନ ସଂଗଠନ ଓ ନାରୀସଂଘ ପକ୍ଷରୁ ବାରମ୍ବାର ଆନ୍ଦୋଳନ ଓ କାର୍ଯ୍ୟାଳୟ ଘେରାଉ କରାଯାଇଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନାହିଁ। ସରକାରଙ୍କ ନିଶାମୁକ୍ତ ଅଭିଯାନ ଚନ୍ଦାହାଣ୍ଡିରେ କେବଳ ଏକ ପ୍ରହସନ ପାଲଟିଛି। ତେଣୁ ତୁରନ୍ତ ଏହି ବେଆଇନ ନିଶା କାରବାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି। Illegal liquor trade has turned into a booming business in the Chandahandi block of Nabarangpur district. From country-made liquor to illicit pouches, alcohol is being sold openly in every lane, allegedly due to a nexus between the police, excise department, and the mafia. This widespread addiction is taking a heavy toll on laborers, students, and the youth, leading to family disputes and even untimely deaths. Despite multiple protests and gheraos by women's organizations, the local administration remains indifferent. Watch this ground report on how the government's de-addiction mission has become a mockery in Chandahandi only on Argus News. #Nabarangpur #Chandahandi #LiquorMafia #IllegalTrade #OdishaNews #ExciseDepartment #PublicProtest #SocialIssues #AddictionAwareness #FamilyCrisis #OdishaUpdate #BreakingNews #OdiaNews #ArgusNews #PoliceMafiaNexus ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
1


