Lionel Messi: ମେସିଙ୍କ ୪ ଗୋଲ୍‌ରେ ଇଣ୍ଟର ମିଆମି ବିଜୟୀ

54 minutes ago 1
ARTICLE AD BOX

ମିଆମି: ଚଳିତ ମେଜର ଲିଗ୍‌ ସକ୍କର ପ୍ରତିଯୋଗିତାରେ ଲିଓନେଲ୍‌ ମେସିଙ୍କ ୪ ଗୋଲ୍‌ ବଳରେ ଇଣ୍ଟର ମିଆମି ୭-୧ ଗୋଲ୍‌ରେ ସିଏଫ୍‌ ମଣ୍ଟ୍ରିଲକୁ ପରାସ୍ତ କରିଛି। ମିଆମିର ନୁ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ୨୦ତମ ମିନିଟ୍‌ରେ ବିଜୟୀ ହୋଇଛି। କାସେମିରୋଙ୍କ ଗୋଲ୍‌ରେ ଇଣ୍ଟର ମିଆମି ନିଜ ଘରୋଇ ପଡ଼ିଆରେ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୩୭ତମ ମିନିଟ୍‌ରେ ମଣ୍ଟ୍ରିଲ୍‌ର ଫାବିଆନ୍‌ ହର୍ବର୍ସ ଗୋଲ୍‌ଟି ଶୁଝି ସ୍ଥିତି ବରାବର କରିଥିଲେ। 

ଗୋଲ୍‌ କରିଥିଲେ ୧୮ ବର୍ଷୀୟ ଲୁଇସ ସୁଆରେଜ

୪୦ତମ ମିନିଟ୍‌ରେ ମେସିଙ୍କ ଗୋଲ୍‌ରେ ଇଣ୍ଟର ମିଆମି ପ୍ରଥମାର୍ଦ୍ଧକୁ ନିଜ ନିୟନ୍ତ୍ରଣରେ ରଖିଥିଲା। ଦ୍ବିତୀୟାର୍ଦ୍ଧରେ ୩୯ ବର୍ଷୀୟ ମେସିଙ୍କ ମ୍ୟାଜିକ୍‌ ଆରମ୍ଭ ହୋଇଥଲୋ। ଏହି ଅର୍ଦ୍ଧରେ ମେସି (୫୨, ୮୩ ଓ ୯୦+୬ ମିନିଟ୍‌) ୩ ଗୋଲ୍‌ କରିଥିବା ବେଳେ ଗୋଟିଏ ଗୋଲ୍‌ରେ ସହଯୋଗ କରିଥିଲେ। ଫଳରେ ତାଙ୍କ ଦଳ ବଡ଼ ବିଜୟ ପାଇଥିଲା। ତାଙ୍କ ସହାୟତାରେ ୧୮ ବର୍ଷୀୟ ଲୁଇସ ସୁଆରେଜ ଗୋଲ୍‌ କରିଥିଲେ। ଅନ୍ୟଗୋଲ୍‌ଟି ଅଲେକ୍‌ଜାଣ୍ଡର ସ (୮୯ ମିନିଟ୍‌) ଦେଇଥିଲେ। ଷ୍ଟପେଜ ଟାଇମ୍‌ରେ ମେସି (୯୦+୬ ମିନିଟ୍‌)ଙ୍କ ଫ୍ରିକିକ୍‌ ଗୋଲ୍‌ରେ ଇଣ୍ଟର ମିଆମି ୭-୧ରେ ବିଜୟ ମୁଣ୍ଡି ମାରିଥିଲା। ଏହି ବିଜୟ ସହ ଇଷ୍ଟର୍ଣ୍ଣ କନ୍‌ଫେରେନ୍‌ସରେ ମିଆମି ଦ୍ବିତୀୟ ସ୍ଥାନକୁ ଉଠିଥିଲା ବେଳେ ଶୀର୍ଷରେ ଥିବା ନାଶଭିଲେଠୁ ୭ ପଏଣ୍ଟ ପଛରେ ରହିଛି।

୧୪ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ୫ ଜଣ

Read Entire Article
LEFT SIDEBAR AD

Hidden in mobile, Best for skyscrapers.