ARTICLE AD BOX
ବଡ଼ଚଣା: ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
lightning strike: ବଜ୍ରାଘାତରେ ପାଞ୍ଚ ଗୁରୁତର, ମେଡିକାଲରେ ଭର୍ତ୍ତି
ପ୍ରକାଶ ଚଣ୍ଡିତଳ ପାଞ୍ଚୟତ କୁମର ମଲ୍ଲିକଙ୍କ ପୁତ୍ର ଚନ୍ଦନ ମଲ୍ଲିକ (୨୮), ସମିଆ ପଂଚାୟତ ବନ୍ଧୁ ପରିଜନଙ୍କ କ୍ଷେତରେ କାମ କରୁଥିବା ସମୟରେ ବଜ୍ରପାତ ହେବାରୁ ସଂଜ୍ଞା ହୀନ ହୋଇ ପଡ଼ିଥିଲେ। ତାଙ୍କୁ ସ୍ଥାନୀୟ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Dead: ବଳଦ ଚରାଇ ଘରକୁ ଫେରୁଥିଲେ; ବଜ୍ରାଘାତରେ ମୃତ୍ୟୁ
ସେହିପରି, ଅନ୍ୟ ଏକ ଘଟଣାରେ, ବନ୍ଦାଳ ପାଞ୍ଚୟତର ଜଣେ ଯୁବକ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ଘଟି ମୃତ ହୋଇଥିବା ଖବର ମିଳିଛି। ବଜ୍ରାଘାତରେ ଗୁରୁତର ଆହତ ହୋଇଥିବା ଅଭିମନ୍ୟୁ ମଲ୍ଲିକ ଓ ଦିପୁନା ମଲ୍ଲିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
lightning strike ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ, ଦୁଇ ବଳଦର ଜୀବନ ଗଲା
ଖବର ପାଇ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ମୃତକଙ୍କ ପରିବାରଙ୍କୁ ଭେଟିଛନ୍ତି ଓ ଆହତଙ୍କୁ ସାକ୍ଷାତ କରି ସ୍ବାସ୍ଥ୍ୟକଥା ପଚାରି ବୁଝିଛନ୍ତି।

1 hour ago
1


