ARTICLE AD BOX
ସୁନ୍ଦରଗଡ଼/ବାଲିଶଙ୍କରା: ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ୍ ଶଙ୍କରାବାହାଲ ଅମଲିଯୋର ଗ୍ରାମରେ ନିଜ ବିଲରେ ଚାଷ କରୁଥିବା ସମୟରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି।
Lightning Dead: ଧାନ ରୋଇବା ବେଳେ ବଜ୍ରପାତ; ବାପ-ପୁଅଙ୍କ ମୃତ୍ୟୁ, ବାଲିପଡ଼ାରେ ଶୋକର ଛାୟା
ସୂଚନାନୁସାରେ, ଅପରାହ୍ଣ ୪ଟାରେ ବର୍ଷା ସହ ଘନଘନ ବିଜୁଳି ମାରିଥିଲା। ଏହି ସମୟରେ ବିଲରେ ଥିବା ଚାଷୀ ପଙ୍କଜ କାଲୋ (୨୬)ଙ୍କ ଉପରେ ବଜ୍ରପାତ ହୋଇଥିଲା। ଏଥିରେ ସେ ଅଚେତ ହୋଇପଡ଼ିଯାଇଥିଲେ।
lightning death ବଜ୍ରପାତରେ ଜଣେ ମୃତ, ୨ ଗୁରୁତର
ଆଖାପଖର ଚାଷୀ ଓ ପରିବାର ସଦସ୍ୟ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତଳସରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶନିବାର ଶବ ବ୍ୟବଚ୍ଛେଦ କରାଯିବା ସୂଚନା ରହିଛି।

1 week ago
6


