Life mantra: ଜୀବନ-ମନ୍ତ୍ର: ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

2 hours ago 2
ARTICLE AD BOX

ନୀଳ ଧବଳ ରୂପ ଦୁଇ।
ଦେବକୀ ଗର୍ଭେ ଜାତ ହୋଇ।।
– ଜଗନ୍ନାଥ ଦାସ, ଭାଗବତ, ଦଶମ ସ୍କନ୍ଧ

ଶ୍ରୀବଳରାମ ଧବଳରୂପ। ସେ ରୋହିଣୀସୁତ। ତାଙ୍କର ଜନ୍ମତିଥି ଶ୍ରାବଣ ପୂର୍ଣ୍ଣିମା। ସେଥିପାଇଁ ଶ୍ରାବଣ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ର (ଶ୍ରୀବଳରାମ)ଙ୍କ ଜନ୍ମୋତ୍ସବ ପାଳିତ ହୋଇଥାଏ। ଶ୍ରୀକୃଷ୍ଣ ଘନନୀଳ ବା କୃଷ୍ଣରୂପ। ସେ ଦେବକୀସୁତ। ତାଙ୍କର ଜନ୍ମତିଥି ଭାଦ୍ରବ କୃଷ୍ଣ ଅଷ୍ଟମୀ। ଏହା ଜନ୍ମାଷ୍ଟମୀ ରୂପେ ଘରେ ଘରେ ପାଳିତ ହୋଇଥାଏ।

Jalchand jewellers: ଲାଲ୍‌ଚନ୍ଦ୍‌ର ପାର୍ବଣ ଭେଟି: ‘ଆପଣଙ୍କ ଟଙ୍କାରେ ଅଧିକ ସୁନା’

ଏହା ସତ୍ତ୍ୱେ, ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଉପରୋକ୍ତ ସୁଭାଷିତରେ କୁହାଯାଇଛି- ଏହି ଦୁଇ ନୀଳ ଓ ଧବଳରୂପ, ଅର୍ଥାତ୍ କୃଷ୍ଣ ଓ ବଳରାମ, ଦେବକୀଙ୍କ ଗର୍ଭରୁ ଜାତ। ଏହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଜଗନ୍ନାଥ ଦାସଙ୍କ ‘ଭାଗବତ’ର ଦଶମ ସ୍କନ୍ଧରେ ଅଛି ଶ୍ରୀକୃଷ୍ଣଙ୍କ ଜନ୍ମର ବର୍ଣ୍ଣନା। ଏଥିରେ ରାଜା ପରୀକ୍ଷିତ ଶୁକମୁନିଙ୍କୁ ପଚାରିଛନ୍ତି- “ହେ ମୁନିଶ୍ରେଷ୍ଠ! ମୋର ସଂଶୟ ମୋଚନ କରନ୍ତୁ। ମତେ କହନ୍ତୁ, ନୀଳ ଓ ଧବଳ ଦୁଇ ରୂପ ଯଦି ଦେବକୀଙ୍କ ଗର୍ଭର ସନ୍ତାନ, ତେବେ ଶ୍ରୀବଳଭଦ୍ର କିପରି ରୋହିଣୀସୁତ ହେଲେ? ଦୁଇ ମାତାଙ୍କର ଗର୍ଭରୁ ଗୋଟିଏ ସନ୍ତାନ ଜାତ ହେବା କିପରି ସମ୍ଭବ ହେଲା?”

ଏହି ପ୍ରଶ୍ନର ଉତ୍ତରରେ ଶୁକମୁନି ପରୀକ୍ଷିତଙ୍କୁ ସେହି କଥା କହିଛନ୍ତି– ଯାହା ବ୍ରହ୍ମାଙ୍କୁ ସ୍ୱୟଂ ଭଗବାନ ବିଷ୍ଣୁ କହିଥିଲେ। ପରେ ବ୍ରହ୍ମା ତାହା ଦେବଗଣଙ୍କୁ କହିଥିଲେ। ବ୍ରହ୍ମା କହିଥିଲେ- “ହେ ଦେବଗଣ! ନାରାୟଣ ମୋତେ କହିଲେ, ସେ ବସୁଦେବ ନାମକ ଯାଦବଙ୍କ ଘରେ ଦେବକୀଙ୍କ ଗର୍ଭରୁ ଜନ୍ମ ନେବେ। ତାଙ୍କରି କଳାରେ ଅନନ୍ତ ପ୍ରଥମେ ଦେବକୀଙ୍କ ଗର୍ଭରେ ଉଦୟ ହେବେ। ଯୋଗବଳରେ ମାୟା ଦେବକୀଙ୍କ ଗର୍ଭରୁ ତାଙ୍କୁ ହରଣ କରିନେଇ ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିବେ ଏବଂ ସେ ରୋହିଣୀଙ୍କ ସୁତ ରୂପେ ଜନ୍ମ ନେବେ।” ସେହି ଅନୁସାରେ, ସିଂହପୂର୍ଣ୍ଣିମା ଦିନ, ଧବଳ ଜ୍ୟୋତିରୂପରେ ରୋହିଣୀଙ୍କ ଗର୍ଭରୁ ଶ୍ରୀବଳରାମ ଜାତ ହୋଇଥିଲେ। ତାହାପରେ ଭାଦ୍ରବ କୃଷ୍ଣ ଅଷ୍ଟମୀ ଦିନ ନୀଳଜ୍ୟୋତିରୂପରେ ଜାତ ହୋଇଥିଲେ ଶ୍ରୀକୃଷ୍ଣ।

Horoscope 2026 September 04: ଜାଣନ୍ତୁ ଆଜିର ରାଶିଫଳ...

ଓଡ଼ିଅ‌ା ‘ଭାଗବତ’ରେ ବର୍ଣ୍ଣନା ଅଛି- ସ୍ୱୟଂ ଭଗବାନ ଜ୍ୟୋତିରୂପରେ ବସୁଦେବଙ୍କ ଶରୀରରେ ପ୍ରବେଶ କରିଥିଲେ। ବିଷ୍ଣୁଙ୍କର ଉଦିତସୂର୍ଯ୍ୟ ପରି ସେହି ପ୍ରଚଣ୍ଡ ତେଜ, ଅମର ଗୁରୁଲଗ୍ନରେ ଦେବକୀ-ବସୁଦେବଙ୍କ ମିଳନ ସମୟରେ, ଦେବକୀଙ୍କ ଗର୍ଭରେ ପ୍ରବେଶ କରିଥିଲା। ସେ ହିଁ ଭାଦ୍ରବ କୃଷ୍ଣ ଅଷ୍ଟମୀ ଦିନ ଶ୍ରୀକୃଷ୍ଣ ରୂପେ ନୀଳ ଜିମୂତ ଦେହକାନ୍ତି ନେଇ ଜନ୍ମ ଗ୍ରହଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.