ARTICLE AD BOX
ଡୁଆ ଲିପା ଜଣେ ଇଂରେଜୀ ପପ୍ ତାରକା। ଫ୍ୟାସନ୍ ଆଇକନ୍ ଭାବରେ ମଧ୍ୟ ତାଙ୍କୁ ଅନେକ ଯୁବତୀ ଅନୁକରଣ କରନ୍ତି। ଜାଣତରେ ହେଉ ବା ଅଜାଣତରେ, ଅଧିକାଂଶ ତାଙ୍କ ଗୀତ କେଉଁଠି କେମିତି ନିଶ୍ଚୟ ଶୁଣିଥିବେ। ତେବେ ତାଙ୍କ ଗୀତର ପ୍ରଶଂସକମାନେ ଲିପାଙ୍କ ବ୍ୟକ୍ତିତ୍ବର ଏ ଦିଗ ସମ୍ପର୍କରେ ହୁଏତ ଅବଗତ ନ ଥିବେ। ବାସ୍ତବ ଜୀବନରେ ସେ ଜଣେ ପୁସ୍ତକକୀଟ। ସେ ବହିପଢ଼ା ଅଭ୍ୟାସର ପ୍ରସାର ପାଇଁ ୨୦୨୨ ମସିହାରୁ ‘ସର୍ଭିସ୍୯୫’ ନାମକ ‘ବୁକ୍ କ୍ଲବ୍’ ଚଳାଉଛନ୍ତି। ନିକଟରେ ଲିପା ଆଉ ପାଦେ ଆଗକୁ ଯାଇ ଏକ ଦୁଃସାହସିକ କାମ କରିଛନ୍ତି। ସେ ପର୍ତ୍ତୁଗାଲ୍ର ପର୍ତ୍ତୋ ସହରରେ ଏକ ପାଠାଗାର ଖୋଲିଛନ୍ତି, ଯେଉଁଠାରେ ୧୦୦ଟି ନିଷିଦ୍ଧ ପୁସ୍ତକ ରଖାଯାଇଛି। ଡୁଆ ଏହି ପାଠାଗାରର ନାମ ରଖିଛନ୍ତି ‘ମ୍ୟାନିଫେଷ୍ଟୋ ଲାଇବ୍ରେରି’।
Curfew in OMC: ଓଏମସିରେ କର୍ଫ୍ୟୁ, ୧୬୩ ଧାରା ଲାଗୁ
ଏହି ପାଠାଗାରକୁ ଡୁଆ ଲିପା ଏହିପରି ଭାବେ ବ୍ୟାଖ୍ୟା କରନ୍ତି। ସେ କହନ୍ତି, ଏଠାରେ ଆପଣ ଶହେଟି ଏଭଳି ପୁସ୍ତକ ପାଇବେ, ଯେଉଁଗୁଡ଼ିକୁ ନେଇ ବିବାଦୀୟ ପ୍ରଶ୍ନ ଉଠିଛି ଅଥବା ଯେଉଁଗୁଡ଼ିକୁ ପ୍ରଶ୍ନର ଶରବ୍ୟ କରାଯାଇଛି। ବର୍ଣ୍ଣବୈଷମ୍ୟ ବା ଯୌନତା ଭଳି ପ୍ରସଙ୍ଗ କାରଣରୁ ଏଥିରୁ କିଛି ପୁସ୍ତକକୁ ସ୍କୁଲ୍ରେ ନିଷେଧ କରାଯାଇଛି। ପୁଣି ଏଲ୍ଜିବିଟିକ୍ୟୁଆଇଏ+ ପାଠକଙ୍କ ପାଇଁ ଲେଖାଯାଇଥିବାରୁ ଯେଉଁ ପୁସ୍ତକର ପ୍ରସାରକୁ ରୋକାଯାଇଛି। ଆଉ କିଛି ପୁସ୍ତକର ଲେଖକଙ୍କୁ ସେମାନଙ୍କ ଶବ୍ଦିକ ପରିପ୍ରକାଶ ଯୋଗୁଁ ନିଜ ଜୀବନର ମୂଲ୍ୟ ଦେବାକୁ ପଡ଼ିଛି।
Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ
ଡୁଆ ଲିପାଙ୍କ ମତରେ ଯେଉଁ ପୁସ୍ତକଗୁଡ଼ିକୁ ଲୁଚାଇ ଦିଆଯାଇଛି, ଯେଉଁ ଲେଖକମାନେ ସାହସିକ ଭାବେ କ୍ଷମତା ଓ ନିୟନ୍ତ୍ରଣର ସଂରଚନାକୁ ଉଜାଗର କରିଛନ୍ତି, ଏବଂ ଯେଉଁ ପାଠକମାନେ କେଉଁ ପୁସ୍ତକ ପଢ଼ିବାର ଅନୁମତି ଅଛି ତାହାକୁ ଭ୍ରୂକ୍ଷେପ କରନ୍ତି ନାହିଁ, ସେ ସମସ୍ତଙ୍କ ପାଇଁ ଏହି ପାଠାଗାର ହେଉଛି ଏକ ଅଭୟାରଣ୍ୟ। ଏହି ପାଠାଗାରରେ ମାର୍ଗାରେଟ୍ ଏଟ୍ଉଡ୍ଙ୍କ ‘ଦି ହ୍ୟାଣ୍ଡ୍ମେଡ୍ସ ଟେଲ୍’, ଜର୍ଜ ଅର୍ୱେଲ୍ଙ୍କ ‘ଆନିମଲ୍ ଫାର୍ମ’, ରେ ବ୍ରାଡ୍ବରିଙ୍କ ‘ଫାରେନ୍ହାଇଟ୍ ୪୫୧’, ଅରୁନ୍ଧତୀ ରାୟଙ୍କ ‘ଦି ଗଡ୍ ଅଫ୍ ସ୍ମଲ୍ ଥିଙ୍ଗ୍ସ’, ମଲାଲା ୟୁସୁଫଜାୟୀଙ୍କ ‘ଵି ଆର୍ ଡିସ୍ପ୍ଲେସ୍ଡ’ ଭଳି ପୁସ୍ତକ ଉପଲବ୍ଧ ହୋଇଛି।

1 hour ago
1


