Lathikata Tehsildar Held ୫ଲକ୍ଷ ଟଙ୍କା ଧରି ପଳାଉଥିଲେ ଲାଠିକଟା ତହସିଲଦାର, ହାବୁଡ଼ିଗଲେ ଭିଜିଲାନ୍‌ସ

1 month ago 12
ARTICLE AD BOX

ଭୁବନେଶ୍ବର: ହିସାବ ବହିର୍ଭୁତ ଟଙ୍କା ନେଇ ଯାଉଥିଲେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟାର ତହସିଲଦାର ତଥା ଉପନିବନ୍ଧକ ମୁରଲୀଧର ଉର୍ମାଲ୍‌। ସୂଚନା ପାଇ ରାଜ୍ୟ ଦୁର୍ନୀତି ନିବାରଣ (ଭିଜିଲାନ୍‌ସ) ଟିମ୍‌ ସେଠାରେ ହାବୁଡ଼ିଗଲେ। ନେଇ ଯାଉଥିବା ଲକ୍ଷାଧିକ ଟଙ୍କାର ହିସାବ ଦେଇନପାରିବାରୁ ଗିରଫ ହୋଇଛନ୍ତି। 

CDPO Arrested for Bribe ଗାଡ଼ି ଭଡ଼ା ବକୟା ପୈଠ ପାଇଁ ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ, ଧରାପଡ଼ିଲେ ସିଡିପିଓ

ଭିଜିଲାନ୍‌ସ ବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, ପ୍ରାୟ ୫ଟା ବେଳେ ତହସିଲଦାର ଉର୍ମାଲ୍‌ ଭଡ଼ାକୁ ନିଆଯାଇଥିବା ସରକାରୀ ସ୍କୋର୍ପିଓ ଗାଡ଼ିରେ ଲାଠିକଟା ସ୍ଥିତ କାର୍ଯ୍ୟାଳୟରୁ ରାଉରକେଲା ନିଜ ଘରକୁ ଯାଉଥିଲେ। ସୂଚନା ପାଇ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ରାଜବାସା ଛକ ନିକଟରେ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିରୁ ୫ଲକ୍ଷ ଟଙ୍କା ନଗଦ ଜବତ ହୋଇଥିଲା। ଏହି ଟଙ୍କା କେଉଁଠାରୁ ଆଣିଲେ ସେ କୌଣସି ହିସାବ ଦେଇପାରିନଥିଲେ। ଭିଜିଲାନ୍‌ସ ଟିମ୍‌ ୫ଲକ୍ଷ ଟଙ୍କା ନଗଦ ସହ ସରକାରୀ ସ୍କୋର୍ପିଓ ଗାଡ଼ିକୁ ଜବତ କରିଛନ୍ତି। 

Bribe Cases ୫୦ହଜାର ଟଙ୍କା ହାତଗୁଞ୍ଜା ନେଇଥିଲେ ଦଣ୍ଡପାଇଲେ ପୂର୍ବ ଜେଇ, ୮ହଜାର ଲାଞ୍ଚ ନେଇ ଧରାପଡ଼ିଲେ ମାଲକାନଗିରି ଆର୍‌ଆଇ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସମ୍ଭାବନାରେ ତହସିଲଦାରଙ୍କ ଘର, କାର୍ଯ୍ୟାଳୟ ଆଦି ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.