Last Monday of Shravan: ଶ୍ରାବଣର ଶେଷ ସୋମବାର: ଲିଙ୍ଗରାଜ ମନ୍ଦିରରେ ଅଢ଼େଇ ହଜାର କାଉଡ଼ିଆ

1 hour ago 1
ARTICLE AD BOX

ପୁରୁଣା ଭୁବନେଶ୍ବର: ଆଜି ଥିଲା ଶ୍ରାବଣ ମାସର ଶେଷ ସୋମବାର। ଗତକାଲିଠାରୁ ଜଳଭାର ଆଣି ଅପେକ୍ଷା କରିଥିବା କାଉଡ଼ିଆମାନେ ଆଜି ଭୋର୍‌ରୁ ପୁରୁଣା ଭୁବନେଶ୍ବରର ବହୁ ଶିବ ମନ୍ଦିରରେ ଶ୍ରାବଣୀ ଜଳଲାଗି କରିଛନ୍ତି। ଏକାମ୍ର କ୍ଷେତ୍ରର ବିଭିନ୍ନ ଶିବ ମନ୍ଦିରକୁ ପ୍ରାୟ ୩ ହଜାର କାଉଡ଼ିଆ ଆସିଥିବା ଆକଳନ କରାଯାଇଛି। କେବଳ ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଖାପାଖି ଅଢ଼େଇ ହଜାର କାଉଡ଼ିଆ ଜଳଲାଗି କରିଥିବା ଜଣାପଡ଼ିଛି।

Judgement: ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ: ଓଡ଼ିଶା ହାଇକୋର୍ଟ

ଆଜି ଭୋର୍‌ ୩ଟାରେ ମନ୍ଦିର ଦ୍ବାର ଖୋଲା ଯାଇଥିଲା। ଭୋର ୩ଟା ୩୦ରେ ମଙ୍ଗଳ ଆଳତି ଓ ଅବକାଶ ପୂଜା ସମ୍ପନ୍ନ ହେବା ପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ୩ଟା ୪୫ ବେଳକୁ ସିଂହଦ୍ବାର ସମ୍ମୁଖରେ ଅପେକ୍ଷାରତ କାଉଡ଼ିଆମାନଙ୍କୁ ଜଳଲାଗି କରିବା ପାଇଁ ଧାଡ଼ିରେ ଛଡ଼ା ଯାଇଥିଲା। ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହୋଇଥିଲା। ଶ୍ରାବଣ ମାସର ପୂର୍ବ ତିନି ପାଳି ଅପେକ୍ଷା ଶେଷ ପାଳିରେ କାଉଡ଼ିଆଙ୍କ ସଂଖ୍ୟା ବହୁ ପରିମାଣରେ କମି ଯାଇଥିଲା। କମ୍‌ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଜଳଲାଗି କରିଥିବା କାଉଡ଼ିଆମାନେ ବେଶ୍‌ ଭଲରେ ପୂଜାର୍ଚ୍ଚନା କରିଥିବା କହିଛନ୍ତି।

CJP: ସେପ୍ଟେମ୍ବର ୫ରେ ସିଜେପିର ପଦଯାତ୍ରା ଘୋଷଣା ସରକାର ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ

Read Entire Article
LEFT SIDEBAR AD

Hidden in mobile, Best for skyscrapers.